କନ୍ଧମାଳ: ବିଳମ୍ବିତ ରାତିରେ କାର-ଟ୍ରକ ମୁହାଁମୁହିଁ; ୪ ମୃତ; ୪ ଗୁରୁତର ଆହତ

ଶନିବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲାର ଏକ କାର-ଟ୍ରକ ଧକ୍କା ହୋଇଛି। ଖବର ଅନୁଯାୟୀ ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି (ପ୍ରତୀକାତ୍ମକ ଛବି)

ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କନ୍ଧମାଳ: ଶନିବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲାର ଏକ କାର-ଟ୍ରକ ଧକ୍କା ହୋଇଛି। ଖବର ଅନୁଯାୟୀ ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ଏକ କାରରେ ଯାତ୍ରୀମାନଙ୍କୁ ନେଇ ଏକ ପାର୍ଟିରୁ ଫେରୁଥିବାବେଳେ ଫୁଲବାଣୀର ସଦର ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଲାହାବାଡି ନିକଟରେ ଏହି ଦୁଃଖଦ ଦୁର୍ଘଟଣା ଘଟିଥିଲା। ମୃତକଙ୍କ ମଧ୍ୟରେ ଦୁଇ ନାବାଳକ ପୁଅ, ଜଣେ ନାବାଳିକା ଓ ଦୁଇ ବୃଦ୍ଧ ବ୍ୟକ୍ତି ଅଛନ୍ତି।

ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବରହମପୁରର ଏମକେସିଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ ମାମଲାର ତଦନ୍ତ କରୁଛି। ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣାର ଘଟିଛି ବୋଲି ସନ୍ଦେହ କରାଯାଉଛି।
Published by:Soumya Das
First published: