୨୨ ବର୍ଷ ପରେ ଜେଲ୍ ହାଜତରେ ବିବନ; ଟି.ଆଇ. ପରେଡ଼ରେ ତାକୁ ଅଞ୍ଜନା ମିଶ୍ର ଚିହ୍ନି ପାରିବେ ତ?

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳର ପତ୍ନୀ କହିଛନ୍ତି ଯେ ଗଲା ୨୨ ବର୍ଷ ହେଲା ସେ ଘରକୁ ଆସି ନ ଥିଲା କି କାହା ସହିତ ସମ୍ପର୍କରେ ବି ନ ଥିଲା । ପୋଲିସ ଅନେକ ମିଛ କଥା କହିଥିବା ସେ କହିଛନ୍ତି ।

୨୨ ବର୍ଷ ପରେ ଜେଲ୍ ହାଜତରେ ବିବନ; ଟି.ଆଇ. ପରେଡ଼ରେ ତାକୁ ଅଞ୍ଜନା ମିଶ୍ର ଚିହ୍ନି ପାରିବେ ତ?
ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ମୁମ୍ବାଇରେ ଗିରଫ କରିଥିଲା କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ।
  • News18 Odia
  • Last Updated: February 23, 2021, 11:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ୨୨ ବର୍ଷ ଧରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଗିରଫ ହୋଇ ଜେଲ ହାଜତକୁ ଆସିବା ପରେ ଏହି ମାମଲାର ତଦନ୍ତ କରୁଥିବା ସିବିଆଇର ଏକ ଟିମ୍ ଭୁବନେଶ୍ବର ଆସି ପୋଲିସ କମିଶନରଙ୍କୁ ସାକ୍ଷାତ କରିଛନ୍ତି । ବିବନଙ୍କ ଗିରଫଦାରୀ ପରେ ଗଣମାଧ୍ୟାମ ସାମନାରେ ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ ଗୀତାଞ୍ଜଳି ବିଶ୍ବାଳ ।

“ସେ (ବିବନ) ଗଲା ୨୨ ବର୍ଷ ହେଲା ଘରକୁ ଆସି ନ ଥିଲେ । ସେ ଆମମାନଙ୍କ ସହିତ ସମ୍ପର୍କ ରଖିଥିବା ଓ ଘରକୁ ପଇସା ପଠାଉଥିବା କଥା ସବୁ ମିଛ । ମୋ’ ପିଲାମାନେ ତାଙ୍କ ଜେଜେ (ବିବନଙ୍କ ବାପା ପୂର୍ଣ୍ଣାନନ୍ଦ ବିଶ୍ବାଳ)ଙ୍କ ମୃତ୍ୟୁ ପ୍ରମାଣ ପତ୍ର ଯୋଗାଡ଼ କରୁଥିଲେ । ହେଲେ ମିଛଟାରେ ମୋ’ ସ୍ବାମୀଙ୍କ ମୃତ୍ୟୁ ପ୍ରମାଣ ପତ୍ର କଥା ପୋଲିସ କହୁଛି,” କହିଛନ୍ତି ବିବନଙ୍କ ପତ୍ନୀ ଗୀତାଞ୍ଜଳି ବିଶ୍ବାଳ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଗାୟିକା ନେହା କକ୍କଡ଼ ଏକ ରୋଗରେ ଆକ୍ରାନ୍ତ; କହିଲେ, ‘‘ମୋ’ ପାଖରେ ସବୁ କିଛି ଅଛି, ହେଲେ…’’

ବିବନଙ୍କ ପତ୍ନୀ ଗୀତାଞ୍ଜଳି ବିଶ୍ବାଳ


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସ୍ତ୍ରୀର ସତୀତ୍ୱ ପରୀକ୍ଷା କରିବାକୁ ଫୁଟୁଥିବା ତେଲରେ ତାଙ୍କ ହାତ ବୁଡ଼ାଇଲେ ସ୍ୱାମୀ! VIDEO ଭାଇରାଲ୍ ହେଲା

ବିବନ ଗିରଫ ହେବା ପରେ ଏହି ମାମଲାର ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ଆଇନ ଅନୁଯାୟୀ ଏହି ମାମଲାର ଅନ୍ୟତମ ଦୋଷୀ ତଥା ଚୌଦ୍ବାର ଜେଲରେ ସଜା କାଟୁଥିବା ଧୀରେନ୍ଦ୍ର ମହାନ୍ତିଙ୍କୁ ଟ୍ରାୟଲ କୋର୍ଟ ସମନ କରିବେ । ତା’ ପରେ ସାକ୍ଷ୍ୟ ପ୍ରଦାନ ପାଇଁ କୋର୍ଟରେ ହାଜର ହେବେ ଧୀରେନ୍ଦ୍ର । ଯେହେତୁ ଏହି ମାମଲାର ଚାର୍ଜଶିଟ୍‌ ଦାଖଲ ହୋଇ ସାରିଛି ଓ ଅନ୍ୟ ଦୁଇ ସହ-ଅଭିଯୁକ୍ତ ମଧ୍ୟ ଗିରଫ ହୋଇ ସାରିଛନ୍ତି, ତେଣୁ ତଦନ୍ତକାରୀ ସଂସ୍ଥା ବିବନର ଟି.ଆଇ. ପରେଡ୍ କରିବ।

ଅଞ୍ଜନା ମିଶ୍ର


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଆଲିୟା କଶ୍ୟପନିଜ ଅତି ବୋଲ୍ଡ ଫଟୋ ଯୋଗୁଁ ସୋସିଆଲ ମିଡି଼ଆରେ ହଙ୍ଗାମା ସୃଷ୍ଟି କଲେ

ଘଟଣା ଘଟିବାର ୨୨ ବର୍ଷ ପରେ ଅଞ୍ଜନା ମିଶ୍ର ବିବନକୁ ଟି.ଆଇ. ପରେଡ଼ରେ ଚିହ୍ନି ପାରିବା ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇପାରେ ବୋଲି କୁହାଯାଉଛି । ଟି.ଆଇ. ପରେଡ୍‌ରେ ପୀଡି଼ତା ବିବନକୁ ଚିହ୍ନି ନ ପରିଲେ ଏହାର ଫାଇଦା ବିବନକୁ ମିଳିବ, ହେଲେ ଏହା ତାକୁ ସଜା ପାଇବାରୁ ମୁକ୍ତି ଦେଇପାରିବ ନାହିଁ ବୋଲି ମତ ଦେଇଛନ୍ତି ହାଇ କୋର୍ଟର ଜଣେ ବରିଷ୍ଠ ଆଇନଜୀବୀ ।



‘‘୨୨ ବର୍ଷ ପରେ କୌଣସି ଲୋକକୁ ଚିହ୍ନିବା ନିହାତି ଭାବେ କଷ୍ଟକର । ଯଦି ପୀଡ଼ିତା ବିବନକୁ ଟି.ଆଇ. ପରେଡ଼ରେ ଚିହ୍ନି ନ ପାରନ୍ତି ତାହେଲେ ବିବନକୁ ଏହାର ଫାଇଦା ମିଳିବ । କେସ ଉପରେ ଏହାର ପ୍ରଭାବ ପଡ଼ିବ । କିନ୍ତୁ ଯଦି ସାକ୍ଷୀମାନେ ନିଜର ପୂର୍ବ ବୟାନରେ କାୟମ ରୁହନ୍ତି ଓ ଯଦି ଏହି ମାମଲାରେ ନୂଆ କିଛି ମୋଡ଼ ନ ଆସେ, ତାହେଲେ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଭଳି ବିବନକୁ ମଧ୍ୟ ଆଜୀବନ କାରାଦଣ୍ଡ ମିଳିବାର ଅନେକ ସମ୍ଭାବନା ଅଛି,” କହିଛନ୍ତି ହାଇ କୋର୍ଟର ଆଇନଜୀବୀ ମାନସ ଚାନ୍ଦ ।
Published by: Anand Shankar Thankur Das
First published: February 23, 2021, 11:25 PM IST