ବରଗଡ଼ ସିଡିଏମଓଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର; ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ CDMO

ବରଗଡ଼ ସିଡିଏମଓଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର;  ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ CDMO

ବରଗଡ଼ ସିଡିଏମଓଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର; ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ CDMO

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ବରଗଡ଼ : ବରଗଡ଼ରେ ଜିଲ୍ଲାପାଳ-ସିଡିଏମଓ ବିବାଦ ଘନେଇବାରେ ଲାଗିଛି । ଜିଲ୍ଲାରେ ନୂଆ କରି ଯୋଗ ଦେଇଥିବା ସିଡିଏମଓ ଚାରୁବାଳା ରଥଙ୍କୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ବାରମ୍ବାର ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଖୋଦ୍ ସିଡିଏମଓ ଚାରୁବାଳା ରଥ ଏହି ଅଭିଯୋଗ କରିଛନ୍ତି । କେବଳ ଅଭିଯୋଗ ନୁହେଁ, ଏ ସଂପର୍କରେ ଲିଖିତ ଭାବେ ସ୍ବାସ୍ଥ୍ୟ ସଚିବଙ୍କୁ ମଧ୍ୟ ଜଣାଇଛନ୍ତି ସିଡିଏମଓ ।

ସିଡିଏମଓ ଚାରୁବାଳାଙ୍କ ଅଭିଯୋଗ ଅନୁଯାୟୀ, ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ତାଙ୍କୁ ଅନେକ ଥର ଫୋନ୍‌ରେ ଗାଳିଗୁଳଜ କରିଛନ୍ତି । ଯାହା ତାଙ୍କ ସ୍ବାଭିମାନକୁ ଆଘାତ ଦେଇଛି । ଜିଲ୍ଲାପାଳ ଯଦି ଏଭଳି ବ୍ୟବହାର କରିବେ, ତେବେ ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଭାବେ ସେ କେମିତି ସୁସ୍ଥ ମନରେ କାମ କରିବେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ତେଣୁ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି ସିଡିଏମଓ ଚାରୁବାଳା ରଥ ।

ସିଡିଏମଓ ଚାରୁବାଳା କହିଛନ୍ତି, ଗତ ୨୧ ତାରିଖ ଦିନ ୧୨ଟାରେ ବରଗଡ଼ ସଦର ବ୍ଳକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଭୀମଭୋଇ ସ୍ବାସ୍ଥ୍ୟ ଶିବିର ପରିଦର୍ଶନରେ ଯାଉଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ତାଙ୍କୁ ଫୋନ୍‌ ଆସିଥିଲା। ସିଡିଏମଓଙ୍କୁ ଜିଲ୍ଳାପାଳ ଫୋନ୍‌ରେ ଏକ ଟେକ୍ନୋମେନେଜେରିଆଲ ଟେଣ୍ଡର ସମ୍ପର୍କରେ ପଚାରିଥିଲେ । ସିଡିଏମଓ କହିଥିଲେ ଯେ ଟେଣ୍ଡର ପ୍ରୋସେସ ଚାଲିଛି, ଯେହେତୁ ସେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଛି, ତେଣୁ ବିଭାଗୀୟ ଡିପିଏମଙ୍କୁ ପଚାରି ସବିଶେଷ ତଥ୍ୟ ଦେବେ ବୋଲି କହିଛନ୍ତି ।

ପଢନ୍ତୁ ଏହି ଖବର : http://Rakhi Sawant on Adil Khan : ଆଦିଲଙ୍କ ପାଇଁ ମୋ ମା’ଙ୍କର ମୃତ୍ୟୁ ହୋଇଛି ; ରାକ୍ଷୀ ସାୱନ୍ତ

ଏଥିରେ ଉତକ୍ଷିପ୍ତ ହୋଇ ଜିଲ୍ଲାପାଳ ଉଚ୍ଚ ସ୍ବରରେ ସିଡିଏମଓଙ୍କୁ ଗାଳିଗୁଲଜ କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ସିଡିଏମଓ । ଏହି ଘଟଣା ସଂପର୍କରେ ଆମେ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କୁ ଫୋନ୍‌ରେ ଯୋଗାଯୋଗ କରିଥିଲୁ । ଜିଲ୍ଲାପାଳ କହିଛନ୍ତି, ସେ ସିଡିଏମଓଙ୍କୁ ଦୁର୍ବ୍ୟବହାର କରିନାହାନ୍ତି । ଏ ସଂପର୍କରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ ଜିଲ୍ଲାପାଳ ।
Published by:Sujit Swain
First published: