ଆଧିବାସୀ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଆରତୀ ପାଲଟିଛନ୍ତି ଆଲୋକ ବର୍ତିକା

ନିଜେ ସ୍ବଳ୍ପ ପାଠ ପଢ଼ିଥିଲେ ମଧ୍ୟ ତାଙ୍କ ଅଞ୍ଚଳର ଯେମିତି କୌଣସି ପିଲା ଶିକ୍ଷା ଦାନରୁ ବଞ୍ଚିତ ନହେବେ ସେନେଇ ଉଦ୍ୟମ ଜାରି ରଖିଛନ୍ତି। ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ସେ ସ୍କୁଲକୁ ନେଇଯାଆନ୍ତି ଆରତୀ ମହାନ୍ତି।

ଆଧିବାସୀ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଆରତୀ ପାଲଟିଛନ୍ତି ଆଲୋକ ବର୍ତିକା

ଆଧିବାସୀ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଆରତୀ ପାଲଟିଛନ୍ତି ଆଲୋକ ବର୍ତିକା

  • Share this:
News18 Odia Digital

ଭୁବନେଶ୍ବର: ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସେ ପାଲଟିଛନ୍ତି ଆଲୋକ ବର୍ତିକା। ପାହାଡ ଇଲାକାରେ ଦେଖାଇ ଦେଲେ ଶିକ୍ଷାର ଚିତ୍ର। ଜଙ୍ଗଲ ଅଧିକାର ପ୍ରାପ୍ତି ଦିଗରେ ନେଇ ବଡ଼ ଭୂମିକା ବି ନିଭାଉଛନ୍ତି। ସମାଜିକ ସୁରକ୍ଷା ଯୋଜନାକୁ ଗାଁରେ ପହଞ୍ଚାଇବାରେ ବି ସାହାଯ୍ୟ କରୁଛନ୍ତି। ଏଭଳି ଜଣେ ସଫଳ ମହିଳା ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର ମୟୂରଭଞ୍ଜ ଜିଲ୍ଲାର ଠାକୁର ମୁଣ୍ଡା ଅଞ୍ଚଳର ଆରତୀ ମହାନ୍ତି।

ନିଜେ ସ୍ବଳ୍ପ ପାଠ ପଢ଼ିଥିଲେ ମଧ୍ୟ ତାଙ୍କ ଅଞ୍ଚଳର ଯେମିତି କୌଣସି ପିଲା ଶିକ୍ଷା ଦାନରୁ ବଞ୍ଚିତ ନହେବେ ସେନେଇ ଉଦ୍ୟମ ଜାରି ରଖିଛନ୍ତି। ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ସେ ସ୍କୁଲକୁ ନେଇଯାଆନ୍ତି। ମୟୂରଭଞ୍ଜ ଜିଲ୍ଲା ଠାକୁର ମୁଣ୍ଡା ବ୍ଲକ ମହୁଲିଆ ପଞ୍ଚାୟତରେ ଆରତୀଙ୍କ ଘର ହୋଇଥିବାରୁ ସେ ତାଙ୍କ ଅଞ୍ଚଳରେ ଅଧାରୁ ପାଠ ଛାଡୁଥିବା ପିଲା ଯେଉଁମାନେ ଶିଶୁ ଶ୍ରମିକ ଭାବରେ କାମ କରନ୍ତି ସେମାନଙ୍କୁ ଚିହ୍ନଟ କରି ସ୍କୁଲ କୁ ଆଣିଛନ୍ତି।

କେବଳ ସେତିକି ନୁହେଁ ସିୱଇଏସଡିର କିଛି ଆର୍ଥିକ ସହାୟତାରେ ପିଲାଙ୍କୁ ଟ୍ୟୁସନ ପଢ଼ିବା ପାଇଁ ବ୍ୟବସ୍ଥା କରିଛନ୍ତି। ଅନାଥ ପିଲାଙ୍କୁ ଚିହ୍ନଟ କରି ଆବାସିକ ବିଦ୍ୟାଳୟରେ ପାଠ ପଢ଼େଇବାର ବ୍ୟବସ୍ଥା କରିଛନ୍ତି। ତେବେ ଏତିକିରେ ଆରତୀଙ୍କ କାମ ସରିନଥାଏ ବରଂ ପିଲାମାନେ କେମିତି ପାଠ ପଢୁଛନ୍ତି ତାଙ୍କ ସ୍ବାସ୍ଥ୍ୟବସ୍ଥା କେମିତି ରହିଛି ସେ ସବୁକୁ ନିଜେ ବୁଝନ୍ତି। ବାପା ମା' ନଥିବା ପିଲାର ସେବାଯତ୍ନ ତାଙ୍କ ଅଭିଭାବକ କରୁଛନ୍ତି ନା ନାହିଁ ତା'ର ବି ତଦାରଖ କରିଥାନ୍ତି ଆରତୀ।

ତେବେ ଏ ନେଇ ଆରତୀ କୁହନ୍ତି, "ଶିକ୍ଷା ଅଧିକାରୀଙ୍କ ସହଯୋଗ ମିଳିଥାଏ। ବର୍ତ୍ତମାନ ସୁଦ୍ଧା ୧୨ଜଣ ପିଲାଙ୍କୁ ଉଦ୍ଧାର କରି ସାରିଛି। ଏଥିପାଇଁ ମୋ ପରିବାରର ସହଯୋଗ ରହିଛି। ମୁଁ ଜଣେ ଗରୀବ ପରିବାରରୁ ଆସିଛି। ମୋର ଗୋଟିଏ ପୁଅ, ଶାଶୁ ଶ୍ବଶୁର ଅଛନ୍ତି। ୨୦୦୯ରେ ମୁଁ ଯେତେବେଳେ ବିବାହ କରିଥିବା ସମୟରେ ମୋ ଗାଁ ଅଧ୍ୟୁଷିତ ଅଞ୍ଚଳ ଥିଲା। ସିୱଇଏସଡି ପ୍ରେରଣାରେ ଯେତେବେଳେ ଏହି କାର୍ଯ୍ୟ ଆରମ୍ଭ କଲି ସାଇକେଲରେ ବୁଲିବୁଲି ଲୋକଙ୍କ ପାଖରେ ପହଞ୍ଚୁଥିଲି। ଗାଁ ଗହଳିର ପିଲାଙ୍କ ବାପା ମା'ଙ୍କୁ ଭେଟେ। ଭୋକ ଉପାସରେ ଫେରିଥାଏ। ପରିବାରରେ କେହି ମୋତେ ପଚାରିନଥାନ୍ତି ଏତେ ଡେରି ହେଲା କ'ଣ ପାଇଁ। କାମରେ କୃତକାର୍ଯ୍ୟ ହୋଇଛି। ମୋତେ ବହୁତ ଶାନ୍ତି ମିଳୁଛି।’’

ଆରତୀଙ୍କ ଭଳି ଲୋକଙ୍କ ସୁଖ ଦୁଃଖରେ ନିଜକୁ ଯୋଡି ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ନେଇଥିବା ଜନପ୍ରତିନିଧିଙ୍କୁ ସିୱଇଏସଡି ତା'ର ୪୦ତମ ପ୍ରତିଷ୍ଠା ଦିବସ ଅବସରେ ସମ୍ବର୍ଦ୍ଧିତ କରାଇଛି। ସଫଳ ନେତୃତ୍ବ କିଭଳି ସାମାଜିକ ଜୀବନ ଧାରଣର ମାନରେ ପରିବର୍ତ୍ତନ ଆଣିପାରେ ତାକୁ ପ୍ରମାଣିତ କରିଛି ସିୱଇଏସଡି।

ଆଦିବାସୀ ଦୁର୍ଗମ ଅଞ୍ଚଳର ବିକାଶ ସହ ଆଦିବାସୀମାନେ କିଭଳି ଉନ୍ନତ ମାନର ଚାଷ କରିପାରିବେ, ସେମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ କିଭଳି ମିଳିପାରିବ, ଆଦିବାସୀ ଅଞ୍ଚଳରେ ପିଲାମାନେ କିଭଳି ଶିକ୍ଷାରୁ ବଞ୍ଚିତ ନହେବେ ସନେଇ ରାଜ୍ୟରେ ୪୦ ବର୍ଷ ଧରି କାମ କରିଆସୁଛି ସିୱଇଏସଡି।

ଆଦିବାସୀ ଲୋକଙ୍କ ମଧ୍ୟରେ ଏକ ନେତୃତ୍ବ ସୄଷ୍ଟି କରି ସେମାନେ ତାଙ୍କ ଅଞ୍ଚଳରେ କିଭଳି କାମ କରିବେ ସେନେଇ ଆରମ୍ଭ ହୋଇଥିବା କାମ ସଫଳ ହୋଇଛି। ଆଦିବାସୀ ବହୁଳ ଗାଁ ଓ ପଞ୍ଚାୟତର ବିକାଶ ହୋଇପାରିଛି। ଯୁବପିଢ଼ିଙ୍କୁ ଗ୍ରାମାଭିମୁଖି ରିଖିବା ପାଇଁ ଚେଷ୍ଟା ଚାଲିବା। ଗଭୀର ଭାବେ ଲୋକଙ୍କ ସମସ୍ୟା ବୁଝି ତାକୁ ସମାଧାନ କରିବା ଦିଗରେ କାମ ଚଲିଛି। ୧୯୮୧ ମସିହାରେ ଛୋଟ ଆକାରରେ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ଆଜି ବଡ଼ ହୋଇ କାମ କରୁଛି। ବିଭିନ୍ନ କାର୍ଯ୍ୟ କ୍ରମ ରାଜ୍ୟ ଥତଥା ଜାତୀୟ ସ୍ତରରେ ବି ଗ୍ରହଣୀୟ ହୋଇଥିବା କହିଛନ୍ତି ସିୱଇଏସଡି ମୁଖ୍ୟ ଜଗଦାନନ୍ଦ।

ରାଜ୍ୟର ଅଗ୍ରଣୀ ସାମାଜିକ ସଙ୍ଗଠନ ସିୱାଇଏସଡି ବୁଧବାର ଆୟୋଜିତ କରିଛି ୪୦ତମ ପ୍ରତିଷ୍ଠା ଦିବସ। ମାର୍ଚ୍ଚ ୨୩ ଓ ୨୪ ଆୟୋଜିତ ଏହି ଉତ୍ସବରେ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ପାଇଁ ଯୋଗ ଦେଇଥିଲେ ବେଦାନ୍ତ ବିଶାରଦ ସ୍ବାମୀ ଶ୍ୟାମ ଚୈତନ୍ୟ। ଏଥିରେ ସାରଗର୍ଭକ ବିଚାର ଉପସ୍ଥାପନ କରି ସ୍ବାମୀ ଶ୍ୟାମ ଚୈତନ୍ୟ ମିଥ୍ୟା ଅହଂକାରରୁ ଆତ୍ମ ଅନୁଭବ ଆଡକୁ ଯାତ୍ରା ଶୀର୍ଷକରେ ଅଭିମତ ପ୍ରକାଶ କରିଥିଲେ। ସେ କର୍ମଯୋଗର ଗୁହ୍ୟତା ଓ ସମାଜ ସେବାରେ ଏଭଳି କଳାର ଉପଯୋଗିତା ବିଷୟରେ ଆଲୋକପାତ କରିଥିଲେ। ସ୍ବାମୀ କହିଥିଲେ ଯେ ସମାଜ ସେବା କରିବାବେଳେ ଅହଂକାରକୁ ପଛରେ ରଖି କର୍ମକୁ ପ୍ରଥମିକତା ଦିଆଯିବା କଥା।

ସିୱାଇ ଏସ୍ ଡିର ମାର୍ଗଦର୍ଶକ ଜଗଦାନନ୍ଦ ୪୦ ବର୍ଷର ଯାତ୍ରା ପଥର ଅଭିଜ୍ଞତା ବାଣ୍ଟିଥିଲେ। “ଅଶୀଦଶକରେ ଆରମ୍ଭ କରାଯାଇଥିବା “ମହିଳା ସଞ୍ଚୟ ସମିତି” ଆଜି ଏକ ପୂର୍ଣାଙ୍ଗ ତଥା ବିକଶିତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଆନ୍ଦୋଳନ ରୂପରେ ରାଜ୍ୟ ତଥା ରାଜ୍ୟ ବାହାରେ ଏକ ମଡେଲ ହିସାବରେ ବିବେଚନା କରାଯାଉଛି। ଜଳ ଓ ମୃତ୍ତିକା ସଂରକ୍ଷଣ ପାଇଁ ଆରମ୍ଭ ହୋଇଥିବା “ଜଳ ବିଭାଜିକା ପ୍ରକଳ୍ପ” ଆଜି ରାଜ୍ୟ ସରକାରଙ୍କ ଯୋଜନାରେ ସାମିଲ ହେବା ସହ କୃଷିକ୍ଷେତ୍ରରେ ବିପ୍ଲବ ଆଣି ପାରିଛି। ସେହିପରି ୧୯୯୯ ମହାବତ୍ୟା ସମୟରେ ଆରମ୍ଭ କରାଯାଇଥିବା “ଗୋଷ୍ଠୀଭିତ୍ତିକ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତ କାର୍ଯ୍ୟକ୍ରମ” ମଡେଲକୁ ଆଜି ବିଭିନ୍ନ ରାଜ୍ୟ ତଥା ଦେଶ ଅନୁସରଣ କରୁଛି। ନିରନ୍ତର ବିକାଶର ଲକ୍ଷ୍ୟ ହାସଲ ତଥା ଆଦିବାସୀ ବହୁଳ ପଛୁଆ ଅଞ୍ଚଳର ସାମାଜିକ ବିକାଶରେ ସହଯୋଗ ଓ ସହାୟତା ସବୁବେଳେ ରହିବ ବୋଲି ମତ୍ତ ଦେଇଛନ୍ତି ସିଓ୍ବାଇଏସଡିର ସହ ପ୍ରତିଷ୍ଠାତା ଓ ମାର୍ଗଦର୍ଶକ ଜଗଦାନନ୍ଦ। “ସଙ୍ଗଠନ ଆରମ୍ଭ କାଳରୁ ଅତ୍ୟନ୍ତ କଷ୍ଟକର ଥିଲା।

ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମରୁ ଯୁବଶକ୍ତିର ନେତୃତ୍ବ ବିକାଶ ଯାଏଁ କାର୍ଯ୍ୟକ୍ରମ ଆଡକୁ ଯାତ୍ରା ଭରିଛି ଏହି ସଙ୍ଗଠନ ବୋଲି କହିଥିଲେ ସହ ପ୍ରତିଷ୍ଠାତା ପ୍ରଫୁଲ କୁମାର ସାହୁ।

ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୟୁରଭଞ୍ଜରୁ ଲୀଳାବତୀ ଲାୟାଙ୍ଗୀ, କ୍ଷୀରୋଦିନି ମହନ୍ତ, ଜଗନ୍ନାଥ ସ୍ବରେନ, ଭଗବାନ ମହନ୍ତ ଓ କୋରାପୁଟରୁ ସିଲା ଖେସଲା, ଅମିନ ଜାନି ,ରାଣୀ ଗରଡା,ପ୍ରଭା ଜାନି ଓ ଡମ୍ବରୁ ଧର ମୁଦୁଲି ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପ୍ରତିଷ୍ଠା ଦିବସ ସମାରୋହରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ସମାଜିକ କର୍ମୀ, ଗାଁ ମୁରବୀ ଓ ସାଧାରଣ କର୍ମୀ ଯୋଗ ଦେଇଥିଲେ।
Published by:Lipina Das
First published: