ପୁରୀରେ ନାକେଦମ କଲେଣି ମଶା; ମଶାରୀ ଟାଣି ନିଆରା ପ୍ରତିବାଦ କଲେ ଆପ କର୍ମୀ

ପୁରୀରେ ନାକେଦମ କଲେଣି ମଶା। ପୌରସଂସ୍ଥାର ମଶା ଦମନ ହେଉଛି ଧୂଆଁବାଣ ସଦୃଶ। ଆଉ ଏ ନେଇ ପୌରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ମଶାରୀ ଟାଣି ନିଆରା ପ୍ରତିବାଦ କଲେ ଆପ କର୍ମୀ।

ମଶାରୀ ଟାଣି ନିଆରା ପ୍ରତିବାଦ କଲେ ଆପ କର୍ମୀ

ମଶାରୀ ଟାଣି ନିଆରା ପ୍ରତିବାଦ କଲେ ଆପ କର୍ମୀ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ପୁରୀ: ଅନ୍ତର୍ଜାତୀୟ ପର୍ଯ୍ୟଟନ ସହରରେ ମଶା ବଂଶ ଅହେତୁକ ବୃଦ୍ଧି ହେବାରେ ଲାଗିଛି। ଫଳରେ ଅତ୍ୟାଧିକ ମଶା ଯୋଗୁ ସହରବାସୀ କଲବଲ ହେଉଛନ୍ତି। ଦିନକୁ ରାତି ଲୋକ ମଶାଙ୍କ ଉତ୍ପାତକୁ ନେଇ ତ୍ରାହି ତ୍ରାହି ଡାକିଲେଣି। ହେଲେ ପୌରପାଳୀକା ପକ୍ଷରୁ ନା ମଶା ଧୁଆଁ ଦିଆଯାଉଛି ନା ମଶା ତେଲ ଡ୍ରେନରେ ପକାଯାଇଛି। ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ମଶା ସମସ୍ୟା ସମାଧାନ ନେଇ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି।

ଏହାର ପ୍ରତିବାଦରେ ସୋମବାର ଦିନ ଆମ୍ ଆଦମୀ ପାର୍ଟି ପକ୍ଷରୁ ପୁରୀ ପୌରପାଳିକା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରଯାଇଥିଲା। ତୁରନ୍ତ ପୁରୀ ପୌରପାଳିକା ପକ୍ଷରୁ ମଶା ନିୟନ୍ତ୍ରଣ ପାଇଁ ସବୁ ୱାର୍ଡରେ ମଶା ଧୂଆଁ ବୁଲାଇବା, ମସା ତେଲ ସିଞ୍ଚନ, ଘାସ ବୁଦା ଓ ଡ୍ରେନ ସଫେଇ କରିବା ପାଇଁ ଦାବି କରିଛି ଆମ୍ ଆଦମୀ ପାର୍ଟି।

ଆପ୍ କର୍ମୀଙ୍କ ନିଆରା ପ୍ରତିବାଦ


ଆଉ ପୌରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ମଶାରୀ ଟାଣି ତା ଭିତରେ ପଶି ଧାରଣା ଦେଇ ପ୍ରତିବାଦ କରିଥିଲେ ଆପର କର୍ମୀମାନେ। ତୁରନ୍ତ ସରକାର ଅପାରଗ ପୁରୀ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ହଟାଇ ଜଣେ ଦକ୍ଷ ଅଫିସରଙ୍କୁ ପୁରୀ ପୌର ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ଵ ଦେବାକୁ ଆମ୍ ଆଦମୀ ପାର୍ଟି ଦାବି କରିଛି। ଆମ୍ ଆଦମୀ ପାର୍ଟିର ପୁରୀ ଜିଲା ଆବାହକ ସଞ୍ଜୀବ ମହାନ୍ତିଙ୍କ ନେତୃତ୍ବରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ସେପଟେ ଦୀର୍ଘ ୧ ମାସ ହେବ ସହରବାସୀ ମଶା ଉପଦ୍ରବ ନେଇ ଅନେକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାସ୍ତା ଘାଟରୁ ଆରମ୍ଭ କରି ଗଳିକନ୍ଦି ଓ ଘରମାନଙ୍କରେ ମଶାଙ୍କ ଉପଦ୍ରବରୁ କୌଣସି ଜାଗାରେ ଗୋଟେ ମିନିଟ ବି ଠିଆ କରିଦେଉନାହାଁନ୍ତି ମଶା। ଆଉ ପୌରସଂସ୍ଥା ପକ୍ଷରୁ ପକାଯାଉଥିବା ମଶା ତେଲ କେବଳ ଧୂଆଁ ବାଣ ବୋଲି ଅଭିଯୋଗ କରିଛନ୍ତି ସହରବାସୀ।
Published by:Lipina Das
First published: