Manish Sisodia: କୋର୍ଟରେ ହାଜିରା ବେଳେ ସିସୋଦିଆଙ୍କୁ ଟଣା-ଘୋଷରା !

ସିସୋଦିଆଙ୍କ ବିରୋଧରେ ଅଶୋଭନୀୟ ବ୍ୟବହାର ଅଭିଯୋଗରେ ପୋଲିସ ବିରୋଧରେ କେଜ୍ରିୱାଲଙ୍କ କାର୍ଯ୍ୟାନୁଷ୍ଠାନ ଦାବି

ମନୀଷ ସିସୋଦିଆଙ୍କୁ ଦୁର୍ବ୍ୟବହାର !

ମନୀଷ ସିସୋଦିଆଙ୍କୁ ଦୁର୍ବ୍ୟବହାର !

  • News18 Odia
  • Last Updated :
  • Delhi, India
  • Share this:
News18 Odia Digital

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ପୋଲିସର ଟଣା-ଘୋଷରା । ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କୁ ଦିଲ୍ଲୀ କୋର୍ଟରେ ହାଜର କରାଇବା ବେଳେ ପୋଲିସର ଏଭଳି ବ୍ୟବହାର କ୍ୟାମେରାରେ କଏଦ ହୋଇଛି । ପ୍ରାଶାସନିକ କ୍ଷମତା ଉପରେ ସୁପ୍ରିମକୋର୍ଟ, ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇଥିବା ବେଳେ କେନ୍ଦ୍ର ସରକାର ଆଣିଛନ୍ତି ଅଧ୍ୟାଦେଶ । ଯାହା ଉପରେ ମନୀଷ ସିସୋଦିଆଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ । ତେବେ ସିସୋଦିଆ, ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ଜଣେ ପୋଲିସ ଅଧିକାରୀ ତାଙ୍କ ବେକକୁ ଚାପିଧରି ତାଙ୍କୁ ଘୋଷାଡ଼ି ନେଇ ଯାଉଥିବା ଦେଖିବାକୁ ମିଳିଛି ।

ଦିଲ୍ଲୀ ପୋଲିସର ଏଭଳି ବ୍ୟବହାରକୁ ନେଇ ଆମ୍ ଆଦମୀ ପାର୍ଟି(AAP) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ପୋଲିସକୁ ଏହି ଅଧିକାର କିଏ ଦେଇଛି ବୋଲି ଟ୍ବିଟ୍ କରି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେପଟେ ଭିଡିଓ ଉପରେ ଦିଲ୍ଲୀ ପୋଲିସ ମଧ୍ୟ ଟ୍ବିଟ୍ କରି ସ୍ପଷ୍ଟୀକରଣ ଦେଇଛି । ସିସୋଦିଆଙ୍କୁ କୌଣସି ପ୍ରକାର ଦୁର୍ବ୍ୟବହାର କରାଯାଇ ନାହିଁ । ବରଂ ଏହା ତାଙ୍କ ସୁରକ୍ଷା ପାଇଁ । କୌଣସି ମାମଲାରେ ଅଭିଯୁକ୍ତ ଥାଇ, ପୁଣି ଜେଲରେ ବିଚାରାଧୀନ କଏଦୀ ଭାବେ ଥିବା ବ୍ୟକ୍ତିଙ୍କର ଗଣମାଧ୍ୟମରେ କିଛି କହିବାର ଅଧିକାର ନାହିଁ ବୋଲି କହିଛି ଦିଲ୍ଲୀ ପୋଲିସ ।...

ସିସୋଦିଆଙ୍କ ବିରୋଧରେ କଣ ରହିଛି ଅଭିଯୋଗ ?

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲ୍‌ରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସିବିଆଇ ପାଖରେ ସ୍ବୀକାର କରିଛନ୍ତି ଯେ ସେ ଡିଜିଟାଲ ପ୍ରମା‌ଣ ନଷ୍ଟ କରିବାପାଇଁ ତାଙ୍କର ୨ଟି ମୋବାଇଲ ଫୋନ୍‌ ଭାଙ୍ଗି ଦେଇଥିଲେ । ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି ସିବିଆଇ । ସିସୋଦିଆ କିଛି ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କୁ ଲାଭ ପହଞ୍ଚାଇବାକୁ ମଦ ନୀତି ଲାଗୁ କରିବା ପାଇଁ ସେମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ। ଦଳକୁ ଆର୍ଥିକ ଲାଭ ପହଞ୍ଚାଇବା ପାଇଁ ଚେଷ୍ଟା କରିବା ସହ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ ଉଭୟ ସିବିଆଇ ଓ ଇଡି ଚାର୍ଜସିଟ୍‌ ସିସୋଦିଆଙ୍କ ଫୋନ୍ ବ୍ୟବହାର କରିବା ନେଇ ଉଲ୍ଲେଖ ରହିଥିଲା। ହେଲେ ଆପ୍ ଏହାକୁ ଅସ୍ବୀକାର କରିଥିଲା।

ସିବିଆଇର ସୂଚନା ଅନୁସାରେ, ୨୦୨୦ ଜାନୁଆରୀରୁ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ମନୀଷ ୩ଟି ମୋବାଇଲ୍ ଫୋନ୍ ବ୍ୟବହାର କରିଥିଲେ। ସିବିଆଇ ତାଙ୍କ ଘରେ ଚଢ଼ାଉ କରିବା ପରେ ୨୦୨୨ ଅଗଷ୍ଟ ୧୯ ତାରିଖରେ ତାଙ୍କର ଶେଷ ଫୋନ୍ ଜବତ କରିଥିଲା। ସିସୋଦିଆ ଜବତ ପୋନ୍‌କୁ ୨୦୨୨ ଜୁଲାଇ ୨୨ ପର୍ଯ୍ୟନ୍ତ ବ୍ୟବହାର କରିଥିଲେ।
Published by:nihar panda
First published: