ଆଧାର ଅପଡେଟ୍ ନିହାତି ଜରୁରୀ; ଜାଣନ୍ତୁ ଆଧାର ସମ୍ପର୍କରେ କଣ କହିଲେ ଜିଲ୍ଲାପାଳ
- News18 Odia
- Last Updated :
- Puri, India
News 18 Odia Digital
ପୁରୀ; ଅପଡେଟ୍ ହୋଇଥିବା ଆଧାର ଏକ ଶକ୍ତିଶାଳୀ ଆଧାର। ଏହା ଜୀବନ ପ୍ରଣାଳୀକୁ ସହଜ କରିଥାଏ ବୋଲି ଜିଲ୍ଲା ସ୍ତରୀୟ ଆଧାର ପରିଚାଳନା କମିଟି ବୈଠକରେ ସୂଚନା ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପରିସରରେ ଏ ସମ୍ପର୍କରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଆଧାର ଏବେ ପ୍ରତିଟି ସରକାରୀ ଓ ଅନ୍ୟାନ୍ୟ କାର୍ଯ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି ବୋଲି କହିଥିଲେ।
ତେଣୁ ନିୟମ ଅନୁସାରେ ଆମକୁ ଆଧାର ସମ୍ପର୍କିତ ଅପଡେଟ୍ ଓ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାର ଅଛି।ଏଥିରେ ଯୋଗ ଦେଇ ୟୁଆଇଡିଏଆଇର ନିର୍ଦ୍ଦେଶକ କଲୋନେଲ ପ୍ରଶାନ୍ତ କକ୍କର ବିସ୍ତୃତ ସୂଚନା ଦେଇ ପୁରୀ ଜିଲ୍ଲାରେ ମୋଟ ଉପରେ ଆଧାର ଜେନେରେସନର ସ୍ଥିତି ଠିକ ଥିଲେ ମଧ୍ୟ ୦-୫ ବର୍ଷ ବୟସ ଶିଶୁ ମାନଙ୍କ ଆଧାର ଜେନେରେସନକୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏଥିପାଇଁ ସମାଜ କଲ୍ୟାଣ ବିଭାଗ ଓ ଅଙ୍ଗନବାଡ଼ି କର୍ମୀମାନଙ୍କର ଗୁରୁ ଦାୟିତ୍ୱ ରହିଛି। ପ୍ରତି ୫ ବର୍ଷରେ ଆଧାର ଅପଡେସନ ଓ ଅଥଣ୍ଟିକେସନ ହେବା ଜରୁରୀ। ମୋବାଇଲ ନମ୍ବର ସଂଯୋଗ, ବାଇଓମେଟ୍ରିକ ଅଥଣ୍ଟିକେସନ, ଡକୁମେଣ୍ଟ ଅପଡେଟ୍ ଇତ୍ୟାଦି ପ୍ରକ୍ରିୟା ସମ୍ପର୍କରେ ସେ ବିଷଦ ସୂଚନା ଦେଇଥିଲେ। ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ଏକ ପୂର୍ଣ୍ଣାଙ୍ଗ ବୈଠକ ଆହ୍ଵାନ କରାଯାଇ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା, ଡେପୁଟି କଲେକ୍ଟର ଶ୍ରୀ ରାକେଶ କୁମାର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର, ଜିଲ୍ଲା ଇ ଡିଷ୍ଟ୍ରିକ୍ଟ ମ୍ୟାନେଜର ଶ୍ରୀ ପିୟୁଷ ଚକ୍ରବର୍ତ୍ତୀ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ପ୍ରାଚୀର ପତ୍ରକୁ ଅଧିକାରୀମାନେ ପ୍ରଦର୍ଶନ କରିଥିଲେ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।