ଜୁ୍ନ୍ ୩୦ ପୂର୍ବରୁ ଆଧାର ଓ PAN କାର୍ଡ଼ ଲିଙ୍କ୍ ନ କଲେ ଜୋରିମାନା ହେବ; କେମିତି କରିବେ ଜାଣନ୍ତୁ

Know how to Link AADHAAR and PAN cards, Last Date June 30 | ଆଧାର କାର୍ଡ଼ ଓ ପ୍ୟାନ୍ କାର୍ଡ଼ ଲିଙ୍କ୍ କରିବା ସରକାର ବାଧ୍ୟତାମୂଳକ କରିଥିଲେ ବି ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ପ୍ୟାନକୁ ଆଧାର ସହିତ ଯୋଡି଼ ନାହାଁନ୍ତି । ଆଉ ସମୟ ସରକାର ବଢ଼େଇବେ ନାହିଁ ।

ପ୍ୟାନ୍-ଆଧାର ଲିଙ୍କ୍ ଆପଣଙ୍କୁ ତୁରନ୍ତ କରିବାକୁ ହେବ ।

ପ୍ୟାନ୍-ଆଧାର ଲିଙ୍କ୍ ଆପଣଙ୍କୁ ତୁରନ୍ତ କରିବାକୁ ହେବ ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଆଧାର କାର୍ଡ଼ (Aadhaar Card) ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍‌ ।ଏହା ବିନା ଜଣେ ନାଗରିକଙ୍କର ପ୍ରାୟ ସବୁ ସରକାରୀ କାର୍ଯ୍ୟ ଓ ଅନେକ ବେସରକାରୀ କାର୍ଯ୍ୟ ବନ୍ଦ ହୋଇଯାଇପାରେ । ଆର୍ଥିକ କାରବାରକୁ ସୁରୁଖୁରୁରେ କରିବା ପାଇଁ ସରକାର ପାନ୍ କାର୍ଡକୁ (PAN card) ଆଧାର କାର୍ଡ଼ ସହିତ ଲିଙ୍କ୍ କରିବା ବାଧ୍ୟତାମୂଳକ କରିଛନ୍ତି । ଏହି ଲିଙ୍କିଂ ଦ୍ୱାରା ସରକାର ପ୍ରତି ବ୍ୟକ୍ତିର ଆର୍ଥିକ କାରବାରକୁ ଟ୍ରାକ୍ କରିବା ଓ କୌଣସି ଠକେଇ କିମ୍ବା ଟ୍ୟାକ୍ସ ଫାଙ୍କିବା ରୋକିବାକୁ ସହଜ କରିବ । ଆଧାର କାର୍ଡ଼ ଓ ପ୍ୟାନ୍‌ କାର୍ଡ଼ ଲିଙ୍କ୍‌ କରିବା ସରକାର ବାଧ୍ୟତାମୂଳକ କରିଥିଲେ ବି ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ପ୍ୟାନକୁ ଆଧାର ସହିତ ଯୋଡି଼ ନାହାଁନ୍ତି ।

ଯଦି ଆପଣ ଏ ପର୍ଯ୍ୟନ୍ତ ନିଜ ପ୍ୟାନ୍‌ କାର୍ଡ଼କୁ ଆଧାର କାର୍ଡ଼ ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ଆପଣଙ୍କ ପାଖରେ କେବଳ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଅଛି । ପ୍ୟାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିବା ପାଇଁ ସରକାର ଏହି ତାରିଖକୁ ଶେଷ ତାରିଖ ବୋଲି କହିଛନ୍ତି । ଆଉ ସରକାର ତାରିଖ ବଢ଼ାଇବେ ନାହିଁ ବୋଲି ସ୍ପଷ୍ଟ କହିଦେଇଛନ୍ତି । ତେଣୁ ପ୍ୟାନ୍-ଆଧାର ଲିଙ୍କ୍ (Aadhaar PAN link date) ଆପଣଙ୍କୁ ତୁରନ୍ତ କରିବାକୁ ହେବ । ନଚେତ୍ ଆପଣଙ୍କୁ ଜୋରିମାନା ଦେବାକୁ ପଡି଼ବ ।

ଏହା ବି ପଢ଼ନ୍ତୁ | ମାସ ଜେଲ୍ରେ ରହିବା ପରେ ମୁକୁଳିଲେ BJD ବିଧାୟକ ପ୍ରଦୀପ ପାଣିଗ୍ରାହୀ; ମୁହଁରେ ହସ ଥିଲା

ପ୍ୟାନ୍ କାର୍ଡ଼କୁ ଆଧାର କାର୍ଡ଼ ସହିତ ସଂଯୋଗ କରିବାର ପ୍ରକ୍ରିୟା ମଧ୍ୟ ସରଳୀକୃତ ହୋଇଛି । ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନୂଆ ଆୟକର ପୋର୍ଟାଲ ମାଧ୍ୟମରେ ଆପଣ ଏହାକୁ ଅନଲାଇନରେ କରିପାରିବେ । ନିକଟରେ ଏହି ପୋର୍ଟାଲ୍‌ ଭାରତ ସରକାରଙ୍କ ଦ୍ୱାରା ଜୁନ୍ 8 ତାରିଖରେ ଲଞ୍ଚ କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କ ପାଇଁ ଟିକସ ଦାଖଲ କରିବାର ପ୍ରକ୍ରିୟାକୁ ଅଧିକ ସରଳ କରିବା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯେବେ ଦୌଡ଼ ରାଣୀ ଦୂତୀ ଚାନ୍ଦ୍ କହିଥିଲେ ‘‘ସେ ମୋସାବିତ୍ରୀ, ମୁଁ ତାସତ୍ୟବାନ ’’

ପ୍ୟାନ୍ କାର୍ଡ଼କୁ ଆଧାର ସହିତ କେମିତି ସଂଯୋଗ କରିବେ? (How to link PAN card to Aadhaar)

ଯେଉଁ ଲୋକମାନେ ଏ ପର୍ଯ୍ୟନ୍ତ ନିଜ PAN ବିବରଣୀକୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି, ସେମାନେ କିଛି ସରଳ ପଦକ୍ଷେପ ଅନୁସରଣ କରି ଅନଲାଇନ୍ ପ୍ରକ୍ରିୟା ମାଧ୍ୟମରେ ଏହା ସହଜରେ କରିପାରିବେ ।

ଏଠାରେ ସେହି ପ୍ରକ୍ରିୟା ଦିଆଯାଇଛି:

>> ସର୍ବ ପ୍ରଥମେ ଏହି ଲିଙ୍କକୁ ଯାଆନ୍ତୁ https://www.incometax.gov.in/iec/foportal/

>> ତଳକୁ ସ୍କ୍ରୋଲ୍ କରନ୍ତୁ ଓ ପୋର୍ଟାଲର ମୂଳ ପୃଷ୍ଠାରେ 'ଲିଙ୍କ୍ ଆଧାର' ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।
> ବର୍ତ୍ତମାନ ଆପଣଙ୍କ ସାମ୍ନାରେ ଏକ ନୂଆ ୱେବ୍ ପୃଷ୍ଠା ଖୋଲିବ ।



>> ଏହା ପରେ ଆପଣ ଏଠାରେ ଆବଶ୍ୟକ ବିବରଣୀ ପୂରଣ କରନ୍ତୁ, ଯେପରିକି ଆପଣଙ୍କର ପ୍ୟାନ୍ ନମ୍ବର, ଆଧାର ନମ୍ବର, ନାମ ଓ ମୋବାଇଲ୍ ଫୋନ୍‌ ନମ୍ବର ।

>> ଏହା ପରେ ‘ଆଗ୍ରି’ (Agree, ସହମତି) ବାକ୍ସକୁ ଚିହ୍ନିତ କରନ୍ତୁ (ସେଇଠି କ୍ଲିକ୍‌ କରନ୍ତୁ, ଏକ ଟିକ୍‌ ଚିହ୍ନ ଆସିବ) ।

>> ତା’ ପରେ ‘ଲିଙ୍କ୍ ଆଧାର’ (Link Aadhaar) ଉପରେ କ୍ଲିକ୍ କରନ୍ତୁ ।



>> ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ଫୋନ୍‌ ନମ୍ବରରେ ଏକ ଛଅ ଅଙ୍କ ବିଶିଷ୍ଟ OTP ଆସିବ । ଆପଣ ଏବେ ସେହି OTPକୁ ପ୍ରବେଶ କରନ୍ତୁ ଓ ଲିଙ୍କିଂ ପ୍ରକ୍ରିୟା ଆରମ୍ଭ କରିବାକୁ ବୈଧ କରନ୍ତୁ ।
Published by:Anand S.T. Das
First published: