ଯୁକ୍ତ ୨ ନାମଲେଖା ଶେଷ; ଫାଙ୍କା ପଡିଲା ୧ ଲକ୍ଷରୁ ଅଧିକ ସିଟ୍; ସ୍ପଟ ଆଡ଼ମିଶନ ଆରମ୍ଭ ହେଲା

ରାଜ୍ୟର ବଡ଼ ଓ ସରକାରୀ କଲେଜଗୁଡ଼ିକରେ ବି ସିଟ୍ ଖାଲି ପଡ଼ିଛି। ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନରେ ୨୬, କଳାରେ ୫୦ ଓ ବାଣିଜ୍ୟରେ ୧୪ଟି ସିଟ୍ ଖାଲି ଅଛି । ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନରେ ୫୧, କଳାରେ ୬୨ ଓ ବାଣିଜ୍ୟରେ ୧୬ଟି ସିଟ୍ ଖାଲି ରହିଛି ।

ଯୁକ୍ତ ୨ ନାମଲେଖା ଶେଷ; ଫାଙ୍କା ପଡିଲା ୧ ଲକ୍ଷରୁ ଅଧିକ ସିଟ୍; ସ୍ପଟ ଆଡ଼ମିଶନ ଆରମ୍ଭ ହେଲା
ଭୁବନେଶ୍ୱରର ଏକ କଲେଜରେ ନାମଲେଖା ପାଇଁ ପ୍ରସ୍ତୁତ ହେଉଛନ୍ତି କିଛି ଛାତ୍ରଛାତ୍ରୀ ।
  • News18 Odia
  • Last Updated: October 14, 2020, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇ ଶେଷ ହୋଇଥିବା ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ପରେ ରାଜ୍ୟର କଲେଜଗୁଡ଼ିକରେ ଖାଲି ରହିଯାଇଛି ଏକ ଲକ୍ଷରୁ ଅଧିକ ସିଟ୍‌ । ଖାଲି ସିଟଗୁଡ଼ିକୁ ପୂରଣ କରିବା ପାଇଁ ଆରମ୍ଭ ହୋଇଥିବା ସ୍ପଟ୍‌ ଆଡ଼ମିଶନ ପରେ ବି ଅନେକ ସିଟ ଫାଙ୍କା ରହିଯାଇପାରେ ବୋଲି ଆଶଙ୍କା କରାଯାଉଛି ।

କଳା, ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ ଓ ଧନ୍ଦାମୂଳକ ବିଭାଗରେ ନାମ ଲେଖାଇଛନ୍ତି ମୋ’ଟ ୩ ଲକ୍ଷ ୮ ହଜାର ୮୭୯ ଜଣ ଛାତ୍ରଛାତ୍ରୀ । ରାଜ୍ୟରେ ମୋଟ ୨,୦୨୮ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ରହିଛି ୪ ଲକ୍ଷ ୪୦ ହଜାର ୬୧୮ଟି ସିଟ୍‌ । ସେଥିରୁ ଏବେ ଫାଙ୍କା ପଡ଼ିଛି ୧ ଲକ୍ଷ ୩୧ ହଜାର ୭,୩୭୯ଟି ସିଟ୍‌ । ଗଞ୍ଜାମ ଜିଲ୍ଲାରେ ସବୁ ଠାରୁ ଅଧିକ ସିଟ୍‌ (୧୩,୦୩୩) ଫାଙ୍କା ପଡ଼ିଥିବା ବେଳେ ଦ୍ବିତୀୟରେ ରହିଛି ଖୋର୍ଦ୍ଧା ଜିଲ୍ଲା (୧୧,୫୦୦)।

ରାଜ୍ୟର ବଡ଼ ଓ ସରକାରୀ କଲେଜରେ ବି ସିଟ୍‌ ଖାଲି ପଡ଼ିଛି। ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନରେ ୨୬, କଳାରେ ୫୦ ଓ ବାଣିଜ୍ୟରେ ୧୪ଟି ସିଟ୍‌ ଖାଲି ଅଛି । ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନରେ ୫୧, କଳାରେ ୬୨ ଓ ବାଣିଜ୍ୟରେ ୧୬ଟି ସିଟ୍‌ ଖାଲି ରହିଛି । ରାଜଧାନୀ କଲେଜରେ ବିଜ୍ଞାନରେ ୭୯, କଳାରେ ୩୮ ଓ ବାଣିଜ୍ୟରେ ୧୦ଟି ସିଟ୍‌ ଖାଲି ପଡ଼ିଛି । ମହର୍ଷି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନରେ ୧୫୦, କଳାରେ ୨୯ ଓ ବାଣିଜ୍ୟରେ ୨୫ଟି ସିଟ୍‌ ଖାଲି ରହିଛି । ଖଲ୍ଲିକୋଟ କଲେଜରେ ବିଜ୍ଞାନରେ ୪୬, କଳାରେ ୬୧ ଓ ବାଣିଜ୍ୟରେ ୩୭ଟି ସିଟ୍‌ ଖାଲି ରହିଛି।

‘‘ଗତ ବର୍ଷ ଅପେକ୍ଷା ଏ ବର୍ଷ ଅଧିକ ଛାତ୍ରଛାତ୍ରୀ ନାମାଲେଖାଇଛନ୍ତି । ସ୍ପଟ ଆଡ଼ମିଶନ ଆରମ୍ଭ ହୋଇଛି । ସେଥିରେ ଅନେକ ପିଲା ଆଡ଼ମିଶନ କରିବେ,’’ କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ବେହେରା ।

ଏହା ବି ପଢ଼ନ୍ତୁ | ଏହି ଯୁବକ UPSC ପରୀକ୍ଷାରେ ୫ ଥର ଫେଲ୍ ହେଲେ; ଷଷ୍ଠ ଥରରେ ପାସ୍ କରି IAS ହେଲେ

ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ବାକି ଥିବା ସିଟ୍‌ ପୂରଣ କରିବା ପାଇଁ ଆରମ୍ଭ ହୋଇଛି ସ୍ପଟ୍‌ ଆଡ଼ମିଶନ ପ୍ରକ୍ରିୟା । ଅକ୍ଟୋବର ୧୪ ଓ ୧୫ତାରିଖ ପର୍ଯ୍ୟନ୍ତ ଯେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ନାମଲେଖାଇବାକୁ ଇଚ୍ଛୁକ ସେହି ସ୍କୁଲରେ ପଞ୍ଜୀକରଣ କରିବେ । ୧୫ ତାରିଖ ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ ମେଧା ତାଲିକା । ସ୍ପଟ ଆଡ଼ମିଶନ ପାଇଁ ଇଣ୍ଟିମେସନ ପାଇଥିବା ଛାତ୍ରଛାତ୍ରୀ ୧୬ ତାରିଖରେ ନାମ ଲେଖାଇବେ । ଚଳିତ ବର୍ଷ ସ୍ପଟ ଆଡ଼ମିଶନ ପରେ ମଧ୍ୟ ଅନେକ ସିଟ୍‌ ଫାଙ୍କା ପଡ଼ିପାରେ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷମାନେ।

ଏହା ବି ପଢ଼ନ୍ତୁ | ଟ୍ରମ୍ପ ରାଲିରେ କହିଲେ; ବର୍ତ୍ତମାନ ମୋ’ର ରୋଗ ପ୍ରତିରୋଧକ କ୍ଷମତା ଅଛି, ମୁଁ ତଳକୁ ଓହ୍ଲାଇ କାହାକୁ ବି ଚୁମ୍ବନ ଦେଇପାରେ

‘‘ଯେତିକି ସିଟ୍‌ ଫାଙ୍କା ରହିଛି ତା’ ତୁଳନାରେ ସ୍ପଟ୍‌ ଆଡ଼ମିଶନ ପାଇଁ କମ୍‌ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ତେଣୁ ଏ ବର୍ଷ ଅନେକ ସିଟ୍‌ ଫାଙ୍କା ରହିଯାଇପାରେ,’’ କହିଛନ୍ତି ମହର୍ଷି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ବାରିକ ।



ରାଜ୍ୟରେ ୫୧ଟି ସରକାରୀ ଯୁକ୍ତ ୨ କଲେଜ ଥିବା ବେଳେ ବର୍ଷକୁ ବର୍ଷ ଘରୋଇ ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିଚାଲିଛି । ଯୁକ୍ତ ୨ ରେଜଲ୍ଟ ମଧ୍ୟ ଅଧିକାଂଶ ସ୍କୁଲରେ ନୈରାଶ୍ୟଜନକ ରହିଛି । ଏହି ସ୍ଥିତିରେ ଦୃଢ଼ ସୁଧାର ଆଣିବା ପାଇଁ ରାଜ୍ୟ ସରକାର କାହିଁକି ଉଚିତ ପଦକ୍ଷେପ ନେଉନାହାନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ।
Published by: Anand Shankar Thankur Das
First published: October 14, 2020, 11:58 PM IST
corona virus btn
corona virus btn
Loading