ଭୁବନେଶ୍ୱରର ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର CBI ତଦନ୍ତ ଦାବି କଲେ ତାଙ୍କ ବନ୍ଧୁମାନେ

ଯୁବ ସମାଜସେବୀ ଆଦିତ୍ୟଙ୍କ ରକ୍ତାକ୍ତ ମୃତ ଦେହ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରେ ରେଳ ଧାରଣାରେ ପଡ଼ିଥିବା ମିଳିଥିଲା । ରେଳବାଇ ପୋଲିସ ମାସେ ଓ କ୍ରାଇମ୍ ବ୍ରାଞ୍ଚ୍ ୩ ମାସ ତଦନ୍ତ କରିବ ପରେ ବି କୌଣସି ସୁରାକ ମିଳି ନାହିଁ ।

ଆଦିତ୍ୟ ଦାଶ ଓ ପତ୍ନୀ ବିଦ୍ୟାଶ୍ରୀ

ଆଦିତ୍ୟ ଦାଶ ଓ ପତ୍ନୀ ବିଦ୍ୟାଶ୍ରୀ

  • Share this:
News18 Odia Digital

ଭୁବନେଶ୍ୱର: ‘ମାନବପ୍ରେମୀ’ ନାମରେ ପରିଚିତ ଭୁବନେଶ୍ୱରର ଯୁବ ସମାଜସେବୀ ଓ ପ୍ରେରଣାଦାୟୀ ବକ୍ତା ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁକୁ ଚାରି ମାସ ହେବାକୁ ଯାଉଥିଲେ ବି ରେଳବାଇ ପୋଲିସ ଓ କ୍ରାଇମ୍‌ ବ୍ରାଞ୍ଚର ତଦନ୍ତରୁ ହତ୍ୟା ବୋଲି ଅନେକଙ୍କୁ ପ୍ରତୀତ ହେଉଥିବା ଏହି ମୃତ୍ୟୁ ବିଷୟରେ କୌଣସି ସୁରାଗ ଏ ପର୍ଯ୍ୟନ୍ତ ମିଳି ପାରିନି । ଏଥିରେ ବ୍ୟଥିତ ହୋଇ ଆଦିତ୍ୟଙ୍କ ଅନେକ ଶୁଭେଚ୍ଛୁ ଓ ତାଙ୍କ ସମାଜସେବା ସଙ୍ଗଠନ ‘ପିପୁଲ୍‌ ଫର୍‌ ସେବା’ର ସଦସ୍ୟମାନେ ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଜୁଲାଇ ୬ ତାରିଖ ଦିନ ଘଟିଥିବା ଏହି ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ରେଳବାଇ ପୋଲିସ (ଜି.ଆର.ପି.) ଗୋଟିଏ ମାସ କରିବା ପରେ ବି କିଛି ସୁରାକ ପାଇ ନ ଥିଲା । ତା’ ପରେ ତଦନ୍ତ ଭାର ନେଇଥିବା କ୍ରାଇମ୍‌ ବ୍ରାଞ୍ଚ ଗତ ପାଖାପାଖି ତିନି ମାସ ମଧ୍ୟରେ ବି କୌଣସି ସୁରାକ ନ ପାଇବାରୁ ତଦନ୍ତର ଉପାୟ ଓ ଇଚ୍ଛାଶକ୍ତି ଉପରେ ପ୍ରଶ୍ନ ଉଠିଛି । ଏହି ମାମଲାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ‘ପିପୁଲ ଫର ସେବା’।

ଏହା ବି ପଢ଼ନ୍ତୁବିହାର ନିର୍ବାଚନ ପ୍ରଚାରରୁ ଫେରି ଅମିଶା ପଟେଲ କହିଲେ, ‘‘ସେଠି ମୋର ରେପ୍ ହୋଇଯାଇଥାନ୍ତା’’

‘‘କ୍ରାଇମ୍‌ ବ୍ରାଞ୍ଚ୍‌ ଆଦିତ୍ୟଙ୍କ ମା’, ବାପା ଓ ପତ୍ନୀ ଏବଂ ତାଙ୍କ ଅନୁଷ୍ଠାନର ସବୁ ସଦସ୍ୟଙ୍କୁ ଜେରା କରି ସାରିଛି । ସେଥିରୁ କେତେକଙ୍କୁ ମୁହାଁମୁହିଁ ଜେରା କରାଯାଇଥିବା ବେଳେ ବାକି ଅନେକଙ୍କୁ ବ୍ୟକ୍ତିଗତ ଭାବରେ ଜେରା କରାଯାଇଛି । ସବୁ ପ୍ରମାଣ ବି ଦିଆଯାଇଛି । କିନ୍ତୁ ଫଳ ଶୁନ । କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ବାଟବଣା ହୋଇଥିବାରୁ ଏବେ କେବଳ ଭରସା ସିବିଆଇ ଉପରେ,’’ କହିଛନ୍ତି ଆଦିତ୍ୟ ଗଢ଼ିଥିବା ‘ପିପୁଲ ଫର ସେବା’ର ସଭାପତି ପ୍ରୀତମ ଜେନା ।

ଆଦିତ୍ୟଙ୍କ ଓକିଲ ନିହାର ରଞ୍ଜନ ଓଝା ଏହି ମତ ସହ ସହମତି ପ୍ରକାଶ କରିବା ସହ ଆଦିତ୍ୟଙ୍କ ବାହାଘରରେ ଜଣେ ଓ.ଏ.ଏସ୍‌. ଅଫିସରଙ୍କ ଲିଙ୍କ୍‌ କଥା ମଧ୍ୟ ଉଠାଇଛନ୍ତି । ହେଲେ ତଦନ୍ତକାରୀ ସଂସଂଥାମାନେ ସେହି ଦିଗ ଉପରେ ଆଦୌ ଆଲୋକପାତ କରୁନାହାନ୍ତି ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | Jio ଧାଁସୁ ପ୍ଲାନ୍! ୧୫୦ ଟଙ୍କାରୁ ବି କମ୍ ରିଚାର୍ଜରେ ୨୪ GB ଡାଟା, ମାଗଣା କଲିଂ ଅନେକ ସୁବିଧା ପାଆନ୍ତୁ

ଆଇନଜୀବୀ ବନ ମହାନ୍ତି କହିଛନ୍ତି, ‘‘ଆଦିତ୍ୟର ମୃତ୍ୟୁ କେମିତି ହେଲା ତାକୁ ସମସ୍ତେ ଜାଣିବାକୁ ଚାହୁଁଛନ୍ତି । ତାହା ଖୋଜି ବାହାର କରିବା ପାଇଁ ରାଜ୍ୟ ସରକାର କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ । କିନ୍ତୁ ଯେମିତି ଢଙ୍ଗରେ ତଦନ୍ତ କରାଯାଉଛି ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଯଦି ମାମଲାରେ କିଛି ନାହିଁ ତେବେ ଫାଇଲ କାହିଁକି କ୍ଲୋଜ କରୁନି କ୍ରାଇମ୍‌ ବ୍ରାଞ୍ଚ୍‌?’’

ଆଦିତ୍ୟଙ୍କ ପରି ଜଣେ କର୍ମଠ ଓ ସୃଜନଶୀଳ ଯୁବକଙ୍କ ଅକାଳ ମୃତ୍ୟୁ ଓଡ଼ିଶା ସାରା ଥିବା ତାଙ୍କ ପ୍ରଶଂସକମାନଙ୍କ ପାଇଁ ଆଣିଥିଲା ଅଶେଷ ଦୁଃଖ । ମୃତ୍ୟୁର ମାତ୍ର ମାସକ ପୂର୍ବରୁ ତାଙ୍କର ବିବାହ ହୋଇଥିଲା ପ୍ରେମିକା ବିଦ୍ୟାଶ୍ରୀଙ୍କ ସହିତ । ଆଦିତ୍ୟଙ୍କ ରକ୍ତାକ୍ତ ମୃତ ଦେହ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରେ ରେଳ ଧାରଣାରେ ପଡ଼ିଥିବା ମିଳିଥିଲା । ସେହି ସମୟରୁ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବାପାମାଆ ଏହାକୁ ହତ୍ୟା ବୋଲି କହିଆସୁଛନ୍ତି ।



ମଦ ବିରୋଧରେ ଆଦିତ୍ୟ ଚଳାଇଥିବା ଅଭିଯାନ ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ତାଙ୍କର କେତେକ ବନ୍ଧୁ ବି ଆଶଙ୍କା ପ୍ରକାଶ କରିଥିଲେ । ତଦନ୍ତ ଅଧିକାରୀମାନେ ଏହି ସବୁ ଦିଗ ଉପରେ ଯଥେଷ୍ଟ ନିଷ୍ଠାର ସହ କାର୍ଯ୍ୟ କରୁ ନ ଥିବା ଅଭିଯୋଗ କରିଛନ୍ତି ଆଦିତ୍ୟଙ୍କ ବନ୍ଧୁ ଓ ପରିଜନମାନେ । ସେମାନେ ସିବିଆଇ ତଦନ୍ତ ପାଇଁ ଖୁ୍‌ବ୍‌ ଶୀଘ୍ର ଔପଚାରିକ ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି ।
Published by:Anand Shankar Thankur Das
First published: