ପ୍ରେମ କରି ବିଫଳ ହେଲେ ଯୁବକ; ନାବାଳିକାଙ୍କ ପାଟିରେ ପୁରାଇଲେ ସିଗାରେଟ୍

ମାଡ଼ ମାରିବା ସହ ନାବାଳିକାଙ୍କ ପାଟିରେ ସିଗାରେଟ ପୁରାଇ ପିଟିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ପ୍ରେମ କରି ବିଫଳ ହେଲେ ଯୁବକ; ନାବାଳିକାଙ୍କ ପାଟିରେ ପୁରାଇଲେ ସିଗାରେଟ

ପ୍ରେମ କରି ବିଫଳ ହେଲେ ଯୁବକ; ନାବାଳିକାଙ୍କ ପାଟିରେ ପୁରାଇଲେ ସିଗାରେଟ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; କୃଷ୍ଣପ୍ରସାଦ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ପ୍ରେମ ସମ୍ପର୍କକୁ (Love Relation) ନେଇ ଭିନ୍ନକ୍ଷମ ନାବାଳିକାଙ୍କୁ ଜଙ୍ଗଲରେ ଜଣେ ଯୁବକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ମାଡ଼ ମାରିବା ସହ ନାବାଳିକାଙ୍କ ପାଟିରେ ସିଗାରେଟ ପୁରାଇ ପିଟିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ତେବେ ଉକ୍ତ ଭିଡ଼ିଓକୁ ଭାଇରାଲ କରିବା ସହ ଏଭଳି କାଣ୍ଡ ଘଟାଇଥିବା ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି କୃଷ୍ଣପ୍ରସାଦ ଥାନା ପୋଲିସ । ୨ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିବାରୁ ଜଣଙ୍କୁ ଛାଡି ଅନ୍ୟ ଅଭିଯୁକ୍ତ ସୁରେଶ ପଲେଇକୁ ଗିରଫ କରିଥିଲା ପୋଲିସ। ଅଭିଯୁକ୍ତ ସୁରେଶ ନାବାଳିକାଙ୍କୁ ପ୍ରେମ କରୁଥିଲା । କିନ୍ତୁ ପ୍ରେମରେ ବିଫଳ ହେବାରୁ ୩ ଦିନ ତଳେ ନାବାଳକ ସହ ସୁରେଶ ମିଶି ନାବାଳିକାଙ୍କୁ ଜଙ୍ଗଲକୁ ନେଇ ନିର୍ଯ୍ୟାତନା ଦେଇଥିଲେ । ତେବେ ଏହି ଘଟଣାକୁ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଜାନୁଆରୀ ୨୩ ରେ ଏତଲା ଦିଆଯାଇଥିଲା । ଏତଲା ଅନୁସାରେ 341, 294, 323, 354, 354(କ), 506, 509 ଓ 34 ଆଇପିସି ବଳରେ ମାମଲା ରୁଜୁ କରିବା ସହ ରବିବାର କୋର୍ଟ ଚାଲାଣ କରାଯାଇଛି । ସେପଟେ ଅନ୍ୟ ଅଭିଯୁକ୍ତ ନାବାଳକକୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଶରତ କୁମାର ନାୟକ ସୂଚନା ଦେଇଛନ୍ତି ।

ଏହି ଖବର ପଢ଼ନ୍ତୁ - http://ବଢିଲା ପେଟ୍ରୋଲ ଦର; ଏକାଥରେ ଏତେ ବଢିଲା ଯେ ଜାଣିଲେ ହେବେ ଆଶ୍ଚର୍ଯ୍ୟ
Published by:Soubhagya Mishra
First published: