ରାଜଧାନୀରେ ପୁଣି ନିଶା ନେଲା ଜୀବନ; ତଦନ୍ତ ଜାରି

ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳର ଜଣେ ଯୁବକ ନିଜ ରହୁଥିବା ଘରେ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଛନ୍ତି l ଅଶୋକ ଜଣେ ନିଶାଖୋର ଯୁବକ ଥିଲେ ।

ମୃତ ଅଶୋକ କୁମାର ପ୍ରଧାନ

ମୃତ ଅଶୋକ କୁମାର ପ୍ରଧାନ

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ଆଜିକାଲିର ଯୁବପିଢ଼ି ନିଶା ସେବନକୁ ଟ୍ରେଣ୍ଡ ଭାବେ ଧରିନେଇଛନ୍ତି। କିନ୍ତୁ ଏହି ଅଭ୍ୟାସ ସେମାନଙ୍କ ଜୀବନ ନଷ୍ଟ କରିଦେଉଛି ତାହା ଜାଣିପାରୁନାହାଁନ୍ତି। ରାଜଧାନୀ ଭୁବନେଶ୍ବରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଭୀମଟାଙ୍ଗି ଅଞ୍ଚଳର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଏହା ପଛର କାରଣ ନିଶା ଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଭୀମଟାଙ୍ଗି ଅଞ୍ଚଳର ହାଉସିଂବୋର୍ଡ କଲୋନୀର ଅଶୋକ କୁମାର ପ୍ରଧାନ ନାମକ ଯୁବକ ଶୁକ୍ରବାର ସକାଳ ୯  ବେଳେ ନିଜ ରହୁଥିବା ଘରେ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଛନ୍ତି  l ସୂଚନା ଅନୁସାରେ ଅଶୋକ ଜଣେ ନିଶାଖୋର ଯୁବକ ଥିଲେ । ୨୦୧୧ ମସିହାରୁ ନିଶା ସେବନ କରି ଆସୁଥିଲେ ଅଶୋକ l ବାହାରେ ଘରୋଇ କମ୍ପାନୀରେ ଚାକିରି କରୁଥିବା ସମୟରେ ମଧ୍ୟ ଏହି ନିଶା ଅଭ୍ୟାସ ପାଇଁ ପରିବାର  ଲୋକ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ। କିଛି ଦିନ ହେବ ଏନେଇ ଘରଲୋକ ବାରମ୍ବାର ବାରଣ କରିଆସୁଥିଲେ। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ବାହାରୁ ନିଶା ସେବନ କରି ଆସି ଶୋଇଥିଲେ ଅଶୋକ l ଆଜି ସକାଳୁ ନିଜ ରୁମରେ ଆତ୍ମହତ୍ୟା କରିଛନ୍ତି।

ଆତ୍ମହତ୍ୟା ପରେ ଅଶୋକଙ୍କ ମା' ତାଙ୍କୁ ଦେଖିଥିଲେ l ପରେ ଏୟାରଫିଲଡ ଥାନା ପୋଲିସ ପହଁଚି ମୃତ ଶରୀରକୁ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ଥିବା ବେଳେ ତଦନ୍ତ ଚଳାଇଛି l ବାରମ୍ବାର ନିଶା ନିବାରଣ ନେଇ କମିଶନରେଟ ପୋଲିସ ପକ୍ଷରୁ ସଚେତନତା କରାଯାଉଥିଲେ ମଧ୍ୟ ନିଶା କାରବାର ଉପରେ ଲାଗୁନି ରୋକ l
Published by:Soumya Das
First published: