ବିଧାନସଭା ସମ୍ମୁଖରେ ବିଭତ୍ସ ହତ୍ୟାକାଣ୍ଡ; ସ୍ୱାମୀ ମୃତ ,ସ୍ତ୍ରୀ ଗୁରୁତର

ବିଧାନସଭା ସମ୍ମୁଖ ରାସ୍ତା କଡ଼ରେ ଥିବା ଏକ ଏଟିଏମ ସମ୍ମୁଖରେ ଜଣେ ଯୁବକକୁ ଅତି ବିଭତ୍ସ ଭାବେ ହତ୍ୟା କରା ଯାଇଥିବା ବେଳେ ପାଖରେ ଜଣେ ମହିଳା ରକ୍ତାକ୍ତ ହୋଇ ଗୁରୁତର ଅବସ୍ଥାରେ ପଡ଼ିଥିଲେ ।

ବିଧାନସଭା ସମ୍ମୁଖରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି (ପ୍ରତୀକାତ୍ମକ ଛବି)

ବିଧାନସଭା ସମ୍ମୁଖରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ରବିବାର ରାତିରେ ସାମ୍ନାକୁ ଆସିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ରାସ୍ତା କଡ଼ରେ ଥିବା ଏକ ଏଟିଏମ ସମ୍ମୁଖରେ ଜଣେ ଯୁବକକୁ ଅତି ବିଭତ୍ସ ଭାବେ ହତ୍ୟା କରା ଯାଇଥିବା ବେଳେ ପାଖରେ ଜଣେ ମହିଳା ରକ୍ତାକ୍ତ ହୋଇ ଗୁରୁତର ଅବସ୍ଥାରେ ପଡ଼ିଥିଲେ ।

ତଦନ୍ତ ପରେ ଜଣା ପଡ଼ିଛି ଉଭୟ ସ୍ୱାମୀ ସ୍ତ୍ରୀ । କେହି ଦୃବୁର୍ତ୍ତ ସ୍ଵାମୀ ସ୍ତ୍ରୀ ଶୋଇଥିବା ବେଳେ ପଥର ଛେଚି ଆକ୍ରମଣ କରିଛି ।  ଘଟଣା ସ୍ଥଳରେ ହିଁ ଯୁବକର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ଯୁବକଙ୍କ ପତ୍ନୀଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ଜଣଙ୍କର ପରିଚୟ ମିଳି ନଥିବା ବେଳେ ପାଖରେ ଶୋଇଥିବା ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏସବୁ ମଧ୍ୟରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମୃତକଙ୍କ ଦୁଇ ବର୍ଷର ପୁଅ । ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଚାଇଲଡ଼ ଲାଇନକୁ ହସ୍ତାନ୍ତର କରାଯାଇଛି । ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ମୃତକ ଜଣଙ୍କ ଦିନ ମଜୁରିଆ ଭାବେ ରାଜଧାନୀରେ କାମ କରନ୍ତି ।

"ଆମେ ଖବର ପାଇବା ପରେ ଘଟଣା ସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ନମୁନା ସଂଗ୍ରହ କରିଛନ୍ତି । ମୃତକ ଜଣଙ୍କ ଦିନ ମଜୁରିଆ ଭାବେ କାମ କରନ୍ତି । ମୃତକଙ୍କ ପରିଚୟ ମିଳିଥିବା ବେଳେ ସେନେଇ ତଦନ୍ତ ଚାଲିଛି," କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ୍ ।

ସୂଚନାଯୋଗ୍ୟ, ରାଜଧାନୀର ଛାତି କୁହାଯାଉଥିବା ବିଧାନସଭା ଓ ଲୋୟର ପିଏମଜି ଅଞ୍ଚଳରେ ସବୁବେଳେ ପୋଲିସର ନଜର ଥାଏ । ହେଲେ ଏତେବଡ଼ ହତ୍ୟାକାଣ୍ଡ ଘଟିଗଲା କିଭକି ପୋଲିସ ଜାଣି ପାରିଲା ନାହିଁ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
Published by:Soumya Das
First published: