ସେୟାର ମାର୍କେଟରେ ଠକାମୀରେ ପଡି ଆତ୍ମହତ୍ୟା କଲେ ଯୁବକ; ଋଣରେ ୨୦ ଲକ୍ଷ ଟଙ୍କା ଆଣି କରିଥିଲେ ନିବେଶ
- News18 Odia
- Last Updated :
News 18 Odia Digital
ବଲାଙ୍ଗୀର; ସେୟାର ମାର୍କେଟ ନିବେଶ ସ୍କିମରେ ଦିଲ୍ଲୀର ଏକ କମ୍ପାନୀ ଦ୍ୱାରା ଠକାମୀରେ ପଡ଼ିବା ପରେ ଆଜି ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ସିନ୍ଧେକେଲା ଥାନା ଗାନ୍ଧଲା ଗାଁର ବିନୋଦ ଯାଦବ ବୋଲି ଜଣାପଡିଛି ।
ତାଙ୍କ ପରିବାର ସଦସ୍ୟଙ୍କ କହିବାନୁସାରେ, ବିନୋଦ ଉକ୍ତ କମ୍ପାନୀରେ ୨୦ ଲକ୍ଷ ଟଙ୍କା ନିବେଶ କରିଥିଲେ , କାରଣ କମ୍ପାନୀ ତରଫରୁ ତାଙ୍କୁ ବିନିଯୋଗ ହୋଇଥିବା ଅର୍ଥକୁ ଦ୍ୱିଗୁଣିତ କରିବାର ପ୍ରତିଶ୍ରୁତି ମିଳିଥିଲା । ୧୦ ଲକ୍ଷ ଟଙ୍କା ନିଜର ହୋଇଥିବାବେଳେ ସେ ସ୍ଥାନୀୟ ଲୋକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଋଣ ନେଇଥିଲେ । କମ୍ପାନୀ ବିନୋଦଙ୍କୁ ଏ ବାବଦରେ ଚେକ ସଂଗ୍ରହ କରିବାକୁ ଦିଲ୍ଲୀ ଆସିବାକୁ କହିଥିଲା । ଚେକ୍ ପାଇ ସେ ଦିଲ୍ଲୀରୁ ଫେରୁଥିବା ବେଳେ ସେ ଜମା କରିବାକୁ ଟିଟଲାଗଡ଼ର ଏକ ବ୍ୟାଙ୍କକୁ ଯାଇଥିଲେ ।
ଚେକଟି ବାଉନ୍ସ ହୋଇଥିବା ଦେଖି ବିନୋଦ ଚିନ୍ତାରେ ପଡ଼ିଯାଇଥିଲେ। ଋଣ ପରିମାଣର କ୍ଷତି ଏବଂ ପରିଶୋଧକୁ ନେଇ ସେ ମାନସିକ ଚାପରେ ଥିବାରୁ ଶେଷରେ ବିଷ ପିଇ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ତାଙ୍କ ପରିବାର ସଦସ୍ୟ କହିଛନ୍ତି। ଯଦିଓ ତାଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଚିକିତ୍ସା ଚାଲିଥିବା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ପୋଲିସ ମୃତଦେହ ଉଦ୍ଧାର କରିବା ପରେ ପୋଷ୍ଟମର୍ଟମ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।