ବୃଦ୍ଧଙ୍କୁ ବେଲ୍ଟରେ ନିସ୍ତୁକ ପିଟିଲେ ଯୁବକ; ଭିଡ଼ିଓ ଭାଇରାଲ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
- News18 Odia
- Last Updated :
- Jajapur, India
News 18 Odia Digital
ଯାଜପୁର; ଜଣେ ଯୁବକ ବୃଦ୍ଧଙ୍କୁ ନିସ୍ତୁକ ପିଟୁଛନ୍ତି। ଭିଡ଼ିଓରେ କହୁଛନ୍ତି ମା'କୁ କାହିଁକି ଏମିତି କହିଲୁ, ଏହା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରୁଛନ୍ତି । ଏଭଳି ଗାଳି ଦେଉଛନ୍ତି ଯେ ଶୁଣିଲେ କାନ ବନ୍ଦ କରିଦେବେ। ଆଉ ପାଖରେ ଦୁଇଜଣ ଯୁବକ ଭିଡ଼ିଓ ସୁଟିଂ କରୁଛନ୍ତି। ଯେତେବଳେ ଯୁବକ ଜଣକ ଅତି ଜୋରେ ପିଟିବା ଆରମ୍ଭ କଲା, ସେହି ସ୍ଥାନରେ ଲୋକେ ରୁଣ୍ଡ ହୋଇଯାଇଛନ୍ତି। ଭିଡ଼ିଓ କରୁଥିବା ବ୍ୟକ୍ତି ଜଣକ କହିଛନ୍ତି ସେତିକି ଥାଉ ଆଉ ପଳେଇ ଆସ।
ଯୁବକ ଜଣକ ବୃଦ୍ଧଙ୍କ ପ୍ରତି ଏଭଳି ଅତ୍ୟାଚାର କରୁଥିବା ଦେଖି ସ୍ଥାନୀୟ ଲୋକେ ଘଟଣାର ପ୍ରତିବାଦ କରିଥିଲେ। ଯୁବକଙ୍କୁ ଅଟକାଇ ବୃଦ୍ଧଙ୍କୁ ରକ୍ଷା କରିଛନ୍ତି। ତେବେ ଭିଡ଼ିଓଟି କୌଣସି ଭିଡ଼ିଓଟି କୌଣସି ବାହାର ଅଞ୍ଚଳର ନୁହେଁ, ବରଂ ଯାଜପୁର ଦଶରଥପୁର ତରପଦା ଅଞ୍ଚଳର । ବୃଦ୍ଧ ଜଣକ ଜଣେ ପୂର୍ବତନ ସରପଞ୍ଚ ହୋଇଥିବା ବେଳେ ତାଙ୍କ ନାଁ ଲକ୍ଷ୍ମୀଧର ବୋଲି ଜଣାପଡିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେ ଜଣେ ଶାନ୍ତ ସରଳ ମଣିଷ । ରାମବାଗ ଛକରେ ବୃଦ୍ଧ ଜଣକ ଛିଡ଼ା ହୋଇଥିବା ବେଳେ ଏହି ଯୁବକ ଜଣକ ଆସି ହଠାତ୍ ପିଟିବାକୁ ଲାଗିଥିଲେ । କାହିଁକି ବୃଦ୍ଧଙ୍କୁ ଏଭଳି ଅଶ୍ଳୀଳ ଗାଳିଗୁଲଜ ସହ ପିଟୁ ଥିଲେ ବର୍ତ୍ତମାନ ସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ। ପିଟୁଥିବା ବ୍ୟକ୍ତି ଜଣକ ପରିଚୟ ମିଳିନଥିବା ବେଳେ ପୁର୍ବ ଶତ୍ରୁତାରୁ ଆକ୍ରମଣ ବୋଲି କୁହାଯାଉଛି ।
ତେବେ ଭିଡ଼ିଓଟି ୩ ଦିନ ତଳର ଅଟେ। ଲୋକେ ଏହି ଘଟଣାକୁ ନେଇ ଯୁବକଙ୍କୁ ବହୁତ ସମାଲୋଚନା କରିଛନ୍ତି। ଲୋକେ କହିଛନ୍ତି ଜଣେ ନିରୀହ ବୃଦ୍ଧଙ୍କୁ ଏଭଳି ଯେଉଁ ମାନେ ପିଟୁଛନ୍ତି ତାଙ୍କୁ ଦଣ୍ଡ ନିଶ୍ଚିତ ମିଳିବ। ବିଳମ୍ବରେ ହେଲେ ବି ଏହି ବୁଢ଼ା ଲୋକର ଲୁହ ନିଶ୍ଚିତ ପଡିବ ବୋଲି ଉପସ୍ଥିତ ଥିବା ଲୋକମାନେ କହିଛନ୍ତି । ଏହି ଭିଡିଓ ଭାଇରଲ ପରେ ଯାଜପୁର ଜିଲ୍ଲାବାସୀ ନିନ୍ଦା କରିଛନ୍ତି । ସର୍ବସମ୍ମୁଖରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଏପରି ବ୍ୟବହାର କଡ଼ା ସମାଲୋଚନା କରିଛନ୍ତି ଲୋକମାନେ । ତେବେ ଘଟଣା ପରେ ପୋଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି । ଆକ୍ରମଣ କରିଥିବା ୩ ଯୁବକଙ୍କୁ ଗିରଫ କରାଯାଇଛି।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।