ନିଜ ବାନ୍ଧବୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରି ଗିରଫ ହେଲେ ଜଣେ ଯୁବତୀ

ସୋସିଆଲ ମିଡ଼ିଆରେ ନିଜ ଫେକ୍ ଆଇଡି ତିଆରି କରି ନିଜ ସାଙ୍ଗକୁ ଫସାଇଲେ ଜଣେ ଯୁବତୀ। ପରେ ଅଶ୍ଳୀଳ ଫଟୋ ଭାଇରାଲ କରି ହେଲେ ଗିରଫ।

ନିଜ ବାନ୍ଧବୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରି ଗିରଫ ହେଲେ ଜଣେ ଯୁବତୀ

ନିଜ ବାନ୍ଧବୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରି ଗିରଫ ହେଲେ ଜଣେ ଯୁବତୀ

  • Share this:
News18 Odia Digital

କଟକ: ସାଇବର ଅପରାଧୀମାନଙ୍କ ଦ୍ବାରା ପ୍ରତି ଦିନ ନୂଆ ନୂଆ ପ୍ରକାର ଅପରାଧ ଓ ଠକେଇ ଘଟଣା ସାମ୍ନାକୁ ଆସୁଛି। ଯାହାକୁ ଡିଲ କରିବା ପୋଲିସ ପାଇଁ ମଧ୍ୟ ଚାଲେଞ୍ଜଭରା ହୋଇପଡ଼ିଛି। ତେବେ କଟକ ସହରରେ ଏମିତି ଏକ ଅପରାଧ ଘଟିଛି ଯାହାକି ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କାରଣ ଏହି ଅପରାଧ ଘଟାଇଥିବା ଅଭିଯୁକ୍ତ ଜଣକ ହେଉଛି ଜଣେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ। ସେ ଘଟାଇଥିବା ସାଇବର ଅପରାଧ ଓ ଏହାର ଅନ୍ଦାଜ ସମସ୍ତଙ୍କୁ ଚକିତ କରିଛି।

କାରଣ ସେ ଗୋଟିଏ ପରିବାର ଠାରୁ ନିଜର ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ଜଣକ ଏକ ବିରାଟ ଷଡ଼ଯନ୍ତ୍ର ରଚନା କରିଥିଲା। ସମ୍ପୃକ୍ତ ଛାତ୍ରୀ ଜଣଙ୍କ ରାଜ ପଟ୍ଟନାୟକ ନାମରେ ଏକ ଫେକ ଆଇଡି କରି ପ୍ରଥମେ ପୀଡ଼ିତାଙ୍କୁ ଫସାଇଥିଲେ। ଏହା ପରେ ତାଙ୍କ ଠାରୁ ଚତୁରତାର ସହ କିଛି ଅଶ୍ଳୀଳ ଫଟୋ ହାସଲ କରିବାରେ ସଫଳ ହୋଇଥିଲେ। ଏହା ପରେ ସେହି ଫଟୋକୁ ବିଭିନ୍ନ ଫେକ ଆଇଡି ଜରିଆରେ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ।

ଏନେଇ ଗତ ମାସ ୨୫ ତାରିଖ ଦିନ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ପାଇବା ପରେ ସାଇବର ଥାନା ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ତେବେ ଡିଜିଟାଲ ଡାଟାକୁ ଅନୁଧ୍ୟାନ କରିବା ପରେ ରାଜ ପଟ୍ଟନାୟକ ଛଦ୍ମନାମ ରଖିଥିବା ସମ୍ପୃକ୍ତ ବ୍ଲାକ ମେଲର ଆଉ କେହି ନୁହେଁ ବରଂ ପୀଡ଼ିତାଙ୍କ ପରିଚିତ ବାନ୍ଧବୀ ବୋଲି ଜଣା ପଡ଼ିଥିଲା। ସେପଟେ ସମ୍ପୃକ୍ତ ଅଭିଯୁକ୍ତ ଯୁବତୀ ଜଣଙ୍କୁ ଧରିବା ସହ ତାଙ୍କ ପାଖରୁ ଏକ ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ । ଏହା ସହ ତାଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରଇବା ପରେ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି।

ପୋଲିସ ଠାରୁ ମିଳିଥିବା ସୂଚନା ମୁତାବକ କଟକ ଚାଉଳିଆଗଞ୍ଜର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଉଭୟ ପୀଡିତା ଓ ଅଭିଯୁକ୍ତ ଛାତ୍ରୀଙ୍କ ପରିବାର ରହୁଥିଲେ। ଉଭୟଙ୍କ ପରିବାର ସହ ଦୁଇ ଛାତ୍ରୀଙ୍କ ମଧ୍ୟରେ ଘନିଷ୍ଟତା ମଧ୍ୟ ଥିଲା। କିନ୍ତୁ ଗତ ବର୍ଷ ନଭେମ୍ବର ମାସରେ ଏମିତି କିଛି ଘଟଣା ଘଟିଲା ଯାହାକି ଉଭୟ ଛାତ୍ରୀଙ୍କ ସହ ଦୁଇ ପରିବାର ମଧ୍ୟରେ ତିକ୍ତତା ସଷ୍ଟି କରିବା ସହ ଅଭିଯୁକ୍ତ ନାବାଳିକା ମନରେ ପ୍ରତିଶୋଧ ନେବା ଈର୍ଷା ଜାତ ହୋଇଥିଲା। କାରଣ ପୀଡ଼ିତାଙ୍କ ଘରୁ ଟଙ୍କା ଚୋରି କରୁଥିବା ସମୟରେ ଧରା ପଡ଼ିଥିଲେ ସମ୍ପୃକ୍ତ ଛାତ୍ରୀ। ଏହା ପରେ ପୀଡ଼ିତାଙ୍କ ପରିବାର ଲୋକ ଚୋରି ସମୟର ଏକ ଭିଡ଼ିଓ ମଧ୍ୟ ସୁଟ କରିଥିଲେ।

ଏହା ପରେ ଅଭିଯୁକ୍ତ ଛାତ୍ରୀଙ୍କ ପରିବାର ଚାଉଳିଆଗଞ୍ଜ ଛାଡ଼ି ବିଡ଼ନାସୀରେ ରହିବା ଆରମ୍ଭ କରି ଦେଇଥିଲେ। କିନ୍ତୁ ତାଙ୍କ ମନ ଭିତରେ ପ୍ରତିଶୋଧର ନିଆଁ ଜଳୁଥିବାରୁ ସେହି ନିଆଁକୁ ପ୍ରଶମିତ କିରବା ପାଇଁ ଏହି ଅପରାଧ ଘଟାଇଥିବା ପୋଲିସ ନିକଟରେ ବୟାନ ଦେଇଛନ୍ତି।
Published by:Lipina Das
First published: