ଆଉ ଏକ ଜୀବନ ନେଲା କଟକର ଜୋବ୍ରା ବ୍ୟାରେଜ; ସ୍ବିମିଂ ଟ୍ରେନିଂ ସମୟରେ ଘଟିଲା ଅଘଟଣ

ଅଧା ରହିଗଲା ସେନାବାହିନୀରେ ଯୋଗ ଦେବାର ସ୍ବପ୍ନ। ସ୍ବିମିଂ ଟ୍ରେନିଂ ସମୟରେ ଘଟିଲା ଅଘଟଣ। ଚାଲିଗଲା ଜୀବନ।

ଆଉ ଏକ ଜୀବନ ନେଲା କଟକର ଜୋବ୍ରା ବ୍ୟାରେଜ

ଆଉ ଏକ ଜୀବନ ନେଲା କଟକର ଜୋବ୍ରା ବ୍ୟାରେଜ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କଟକ: କଟକ ପୂର୍ବକଚ୍ଛ ବାସିନ୍ଦା ସୋହେଲ ଖାନ। ଜଗତପୁର କଲେଜରେ ଯୁକ୍ତ ଦୁଇ କଳାରେ ଅଧ୍ୟୟନ କରୁଥିବା ସୋହେଲ ମଧ୍ୟ ଅନ୍ୟ ଯୁବକମାନଙ୍କ ଭଳି ସେନା ବାହିନୀରେ ଯୋଗ ଦେବା ନେଇ ସେ ସ୍ବପ୍ନ ଦେଖିଥିଲେ। ସେଥିପାଇଁ ଅକ୍ଳାନ୍ତ ପରିଶ୍ରମ ମଧ୍ୟ କରୁଥିଲେ ଏବଂ ବିଭିନ୍ନ ପ୍ରକାର ଶାରୀରିକ ଅଭ୍ୟାସ ସହ ସନ୍ତରଣ ଅଭ୍ୟାସ ମଧ୍ୟ କରୁଥିଲେ। କିନ୍ତୁ ରବିବାର ସକାଳେ ଜେବ୍ରା ବ୍ୟାରେଜରେ ସନ୍ତରଣ କରୁଥିବା ସମୟରେ ଘଟିଲା ଅଘଟଣ।

ପହଁରୁଥିବା ସମୟରେ ସୋହେଲଙ୍କ ଗୋଡ ଚେରାବାଲିରେ ପଡ଼ିଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ସହପାଠୀ ଓ କୋଚଙ୍କ ଆଖି ସମ୍ନାରେ ମହାନଦୀର ଅକାତକାତ ପାଣିରେ ବୁଡି ଯାଇ ଚାଲିଗଲା ସୋହେଲଙ୍କ ଜୀବନ।

ଘଟଣା ଥିଲା କିଛି ଏମିତି। ଜଗତପୁର ସ୍ପୋଟ୍ସ କ୍ଲବର ୨୨ ଜଣ ସଦସ୍ୟ ଗ୍ରାଉଣ୍ଡରେ ଶାରୀରିକ ଅଭ୍ୟାସ କରିବା ପରେ ପ୍ରତି ରବିବାର ଭଳି ଆଜି ମଧ୍ୟ ନିକଟସ୍ଥ ଜୋବ୍ରା ବ୍ୟାରେଜକୁ ସନ୍ତରଣ ଅଭ୍ୟାସ ପାଇଁ ଆସିଥିଲେ। ପିଲାମାନଙ୍କୁ ସନ୍ତରଣର ପ୍ରଶିକ୍ଷଣ ଦେଉଥିବା କୋଚ ବିକାଶ ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ଦଫାରେ ସୋହେଲଙ୍କ ସହ ତିନି ଜଣ ଛାତ୍ର ପାଣି ଭିତରକୁ ଯାଇଥିଲେ। ସନ୍ତରଣ ଶେଷ କରି ତିନି ଛାତ୍ର କୂଳକୁ ଆସୁଥିବା ବେଳେ ସୋହେଲଙ୍କ ଗୋଡ଼ ଚୋରା ବାଲିରେ ପଡ଼ିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ।

ଖବର ପାଇ ଅଗ୍ନିଶମ ବିଭାଗର ଗୋଟିଏ ଟିମ ଘଟଣା ସ୍ଥଳରେ ପହଁଚିଥିଲା। ପ୍ରାୟ ଅଧଘଣ୍ଟାର ଉଦ୍ୟମ ପରେ ସୋହେଲଙ୍କ ମୃତଦେହକୁ ପାଣିରୁ ଉଦ୍ଧାର କରାଯାଇଥିଲା। ସେପଟେ ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ସନ୍ତରଣ ପ୍ରଶିକ୍ଷଣ ଦେଉଥିବା କୋଚ ବିକାଶ ସ୍ବାଇଁକୁ ଅଟକ ରଖିଛି।

"ସେ ଜଣେ ଭଲ ସନ୍ତରଣକାରୀ। ପୂର୍ବରୁ ମଧ୍ୟ ସେ ମହାନଦୀରେ ସନ୍ତରଣ ଅଭ୍ୟାସ କରିଛି। ଆଜି ଯେତେବେଳେ ଅନ୍ୟମାନଙ୍କ ସହ ସୋହେଲ ସନ୍ତରଣ ପାଇଁ ନଦୀ ଭିତରକୁ ଯାଇଥିଲା, ସେଇଠାରେ ପାଣିରେ ବୁଡ଼ିଗଲା। ଆମେ ସମସ୍ତେ ତାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲୁ," କହିଛନ୍ତି ସୋହେଲଙ୍କ ବନ୍ଧୁ ସାଗର।

ବହୁ ସଂଖ୍ୟକ ଯୁବକ ଯୁବତୀଙ୍କୁ ମହାନଦୀର ଗଭୀର ଜଳରାଶୀରେ ସନ୍ତରଣ ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ସୁରକ୍ଷା ବ୍ୟବସ୍ଥା ପ୍ରତି ଆଖି ବୁଜି ଦିଆଯାଇଥିଲା। ସୁରକ୍ଷା ପାଇଁ ମୋଟର ଟ୍ୟୁବ ଓ କିଛି ପ୍ଲାଷ୍ଟିକ ଜାରକୁ ପ୍ରଶିକ୍ଷକ ନିଜ ସାଥିରେ ନେଇଥିଲେ ମଧ୍ୟ ସେଗୁଡ଼ିକୁ ସନ୍ତରଣକାରୀଙ୍କୁ ପ୍ରଦାନ କରାଯାଇ ନଥିଲା।
Published by:Lipina Das
First published: