- News18 Odia
- Last Updated :
- Other, India
News18 Odia Digital
ବ୍ରହ୍ମପୁର: ଭୁବନେଶ୍ବର ପାସେଞ୍ଜର ଟ୍ରେନ୍ ମେମୁରେ ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଷ୍ଟେସନ୍ ମ୍ୟାନେଜର ଓ ରେଳବାଇ ସ୍ବାସ୍ଥ୍ୟ ଟିମ୍ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ଟ୍ରେନ୍ ଭିତରେ ପ୍ରସବ କରିଥିବାରୁ ଟ୍ରେନ୍ ୫୫ମିନିଟ୍ ବିଳମ୍ବ ହୋଇଥିବା କହିଛନ୍ତି ଷ୍ଟେସନ୍ ମ୍ୟାନେଜର ଦୁର୍ଗାପ୍ରସାଦ ବ୍ରହ୍ମା। ପ୍ରସୂତିଙ୍କୁ କୌଣସି ପରିଚୟ ଜଣାପଡିନାହିଁ । ତାଙ୍କ ପାଖରେ ଆଉ ଗୋଟିଏ ଶିଶୁ ଅଛି ଓ ସେ ଟ୍ରେନ୍ରେ ଭିକ୍ଷାବୃତି କରୁଥିବା ସନ୍ଦେହ କରାଯାଉଛି।
ଷ୍ଟେସନ୍ ମ୍ୟାନେଜର ଦୁର୍ଗା ପ୍ରସାଦ ବ୍ରହ୍ମାଙ୍କ ସୂଚନା ଅନୁସାରେ ବ୍ରହ୍ମପୁର-ଭୁବନେଶ୍ଵର ମେମୁ ଟ୍ରେନ୍ ୩ ନମ୍ବର ପ୍ଲାଟଫର୍ମରେ ଲାଗିଥିଲା । ୩ଟା ୨୦ରେ ଜଣେ ମହିଳା ପ୍ରସବ କରିଥିବା ସୂଚନା ମିଳିଥିଲା । ସଙ୍ଗେ ସଙ୍ଗେ ରେଳବାଇ ଡାକ୍ତର ଓ ଜଣେ ଡାକ୍ତର ସେଠାରେ ପହଞ୍ଚି ତାଙ୍କର ଚିକିତ୍ସା କରିଥିଲେ । ଷ୍ଟେସନ୍ ମ୍ୟାନେଜର ଜନନୀ ସୁରକ୍ଷା ଆମ୍ବୁଲାନ୍ସ ଫୋନ୍ କରି ଡାକିଥିଲେ । ମାଆ ଓ ନବଜନ୍ମିତ ଝିଅକୁ ଆମ୍ବୁଲାନ୍ସରେ ଏମ୍କେସିଜି ପଠାଯାଇଥିଲା। ପରେ ସେହି କମ୍ପାର୍ଟମେଣ୍ଟକୁ ଧୁଆଯାଇଥିଲା। ଯାହାଫଳରେ ଟ୍ରେନ୍ ଛାଡିବାରେ ୫୫ ମିନିଟ୍ ବିଳମ୍ବ ହୋଇଥିଲା ବୋଲି କହିଛନ୍ତି ଷ୍ଟେସନ୍ ମ୍ୟାନେଜର। ଏହି ପାସେଞ୍ଜର ଟ୍ରେନ୍ ୩ ନମ୍ବର ପ୍ଲାଟଫର୍ମରୁ ୩ଟା ୩୦ ମିନିଟ୍ରେ ଛାଡିବାର ଥିଲା। କିନ୍ତୁ ୪ଟା ୨୫ରେ ଛାଡିଥିଲା। ମାଆ ଓ ଶିଶୁ ସହ ରେଳବାଇ ଚାଇଲ୍ଡଲାଇନ୍ ଓ ଆର୍ପିଏଫ୍ ଯାଇଥିଲେ । ମହିଳା ଜଣକ ଟ୍ରେନ୍ରେ ହିଁ ବୁଲି ଭିକ୍ଷାବୃତି କରୁଥିବା ବେଳେ ତାଙ୍କର କୌଣସି ପରିଚୟ ଜଣାପଡିନାହିଁ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।