ସମାଜସେବୀ ପ୍ରମିଳାଙ୍କ ନିକଟକୁ ଛୁଟୁଛି ଅଭିଯୋଗର ସୁଅ; ନ୍ୟାୟ ପାଇଁ ସମ୍ବଲପୁରରୁ ଆସିଲେ ମହିଳା

ପୁଣି ଜଣେ ମହିଳା ପ୍ରେମିକ ଠାରୁ ଧୋକା ପାଇବା ପରେ ନିଜ ଛୁଆର ହକ ପାଇଁ ପ୍ରମିଳା ମା'ଙ୍କ ସାହାର୍ଯ୍ୟ ଲୋଡିଛନ୍ତି । ଗତକାଲି ସେ ଦୀପିକାଙ୍କ ଧାରଣା ସ୍ଥଳରେ ଆସି ପହଞ୍ଚି ପ୍ରମିଳାଙ୍କ ସହ ଦେଖା ହୋଇଥିଲେ ।

ସମାଜସେବୀ ପ୍ରମିଳାଙ୍କ ନିକଟକୁ ଛୁଟୁଛି ଅଭିଯୋଗର ସୁଅ; ନ୍ୟାୟ ପାଇଁ ସମ୍ବଲପୁରରୁ ଆସିଲେ ମହିଳା

ସମାଜସେବୀ ପ୍ରମିଳାଙ୍କ ନିକଟକୁ ଛୁଟୁଛି ଅଭିଯୋଗର ସୁଅ; ନ୍ୟାୟ ପାଇଁ ସମ୍ବଲପୁରରୁ ଆସିଲେ ମହିଳା

  • News18 Odia
  • Last Updated :
  • Share this:
News 18 Odia Digital

ବ୍ରହ୍ମପୁର; ସମାଜରେ ବଢୁଛି ପ୍ରେମ, ସେକ୍ସ୍, ଧୋକା ଭଳି ମାମଲା । ଦିନକୁ ଦିନ ଏଭଳି ଘଟଣା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । କାରଣ ଏବେ ଧୋକା ପାଇବା ପରେ ମହିଳା ପୁଅର ଦୁଆରେ ଧାରଣା ଦେବା ଗୋଟେ ପ୍ରକାର ଟ୍ରେଣ୍ଡ ପାଲଟିଛି । ଏବେ ପୁଣି ଜଣେ ମହିଳା ପ୍ରେମିକ ଠାରୁ ଧୋକା ପାଇବା ପରେ ନିଜ ଛୁଆର ହକ ପାଇଁ ପ୍ରମିଳା ମା'ଙ୍କ ସାହାର୍ଯ୍ୟ ଲୋଡିଛନ୍ତି । ଗତକାଲି ସେ ଦୀପିକାଙ୍କ ଧାରଣା ସ୍ଥଳରେ ଆସି ପହଞ୍ଚି ପ୍ରମିଳାଙ୍କ ସହ ଦେଖା ହୋଇଥିଲେ ।

ପ୍ରଥମେ ତପସ୍ଵିନୀ ନିଜ ନିଜ ହକ ଦାବିରେ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଥିଲା, ଆଉ ଧାରଣାରେ ତାଙ୍କୁ ସହଯୋଗ ଓ ସମର୍ଥନ କରିଥିଲେ ସମାଜସେବୀ ପ୍ରମିଳା ତ୍ରିପାଠୀ । ଆଉ ଏବେ ତପସ୍ଵିନୀ ଶ୍ୱଶୁର କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ୱଶୁର ଘରେ ରହୁଛନ୍ତି ।

ଏହା ପରେ କିନ୍ତୁ ପ୍ରମିଳାଙ୍କ ପାଖକୁ ଛୁଟୁଛି ଅଭିଯୋଗର ସୁଅ । ବିଭିନ୍ନ ସ୍ଥାନରେ ମହିଳା ମାନଙ୍କ ସହ ନ୍ୟାୟ ପାଇଁ ଧାରଣା ସ୍ଥଳରେ ପହଞ୍ଚୁଛନ୍ତି ପ୍ରମିଳା ତ୍ରିପାଠୀ । ଏମିତିକି ସାହାର୍ଯ୍ୟ ପାଇଁ ପ୍ରମିଳା ନିଜ ନମ୍ବର ମଧ୍ୟ ସେୟାର କରିଛନ୍ତି । ସୂଚନା ଅନୁସାରେ ସମାଜସେବୀ ପ୍ରମିଳା ତ୍ରିପାଠୀ ଏକ ଘରୋଇ ଗଣମାଧ୍ୟମରେ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ଭାଙ୍ଗି ଯାଇଥିବା ପରିବାରକୁ ସଜାଡିଛନ୍ତି । ଅନେକ ଦମ୍ପତିଙ୍କୁ ଏକାଠି କରିଛନ୍ତି ।

ତପସ୍ଵିନୀଙ୍କ ଧାରଣା ପରେ ପ୍ରମିଳା ମା' ପୁରା ଚର୍ଚ୍ଚାରେ ରହିଥିଲେ । କିଛି ଦିନ ପରେ ପୁଣି ଆଉ ଏକ ଧାରଣାସ୍ଥଳୀରେ ପୀଡ଼ିତାଙ୍କ ସହ ଧାରଣାରେ ବସି ଚର୍ଚ୍ଚାକୁ ଆସିଛନ୍ତି । ଦୀପିକା ନିଜ ପିଲା ପାଇଁ ଦିନେଶ ଘର ସମ୍ମୁଖରେ ଦୀର୍ଘଦିନ ହେବ ଧାରଣା ଦେଇଛନ୍ତି । ଆଉ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଉଛନ୍ତି ପ୍ରମିଳା ତ୍ରିପାଠୀ । ଏମିତିକି ପ୍ରମିଳା ଦୀପିକା ପାଇଁ କୋର୍ଟକୁ ମଧ୍ୟ ଯାଉଛନ୍ତି ।

ଏସବୁ ଦେଖି ଧୀରେ ଧୀରେ ପ୍ରତାରିତା ମହିଳା ପ୍ରମିଳାଙ୍କ ନିକଟକୁ ଆସି ସାହାର୍ଯ୍ୟ ସହଯୋଗ ଲୋଡୁଛନ୍ତି । ସମ୍ବଲପୁରରୁ ଜଣେ ମହିଳା ପ୍ରମିଳାଙ୍କ ନିକଟରେ ପହଞ୍ଚି ସାହାର୍ଯ୍ୟ ମାଗିଥିବା ବେଳେ, ତାଙ୍କ ଠାରୁ ସମସ୍ତ ସମସ୍ୟା ଶୁଣି ସାହାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରମିଳା ।
Published by:Soubhagya Mishra
First published: