ସ୍ବାମୀଙ୍କ କ୍ବାଟର ତାଲା ଭାଙ୍ଗି ବାରଣ୍ଡାରେ ଧାରଣା ଦେଲେ ଦେଲେ ସ୍ବପ୍ନା

ସ୍ବାମୀଙ୍କ କ୍ବାଟରରେ ତାଲା ଭାଙ୍ଗି ଘରକୁ ପ୍ରବେଶ କରିବା ପରେ ଘର ବାରଣ୍ଡାରେ ଧାରଣା ଦେଲେ ଦେଲେ ସ୍ବପ୍ନା । ଚରିତ୍ରକୁ ସନ୍ଦେହ ସହ ଯୌତୁକ ନିର୍ଯ୍ୟାତନା ଦେଇ ତିନି ବର୍ଷ ପୂର୍ବରୁ ସ୍ବାମୀ ଘରୁ ତଡ଼ି ଦେଇଥିଲେ ।

ସ୍ବାମୀଙ୍କ କ୍ବାଟର ତାଲା ଭାଙ୍ଗି ବାରଣ୍ଡାରେ ଧାରଣା ଦେଲେ ଦେଲେ ସ୍ବପ୍ନା (ପ୍ରତୀକାତ୍ମକ ଛବି)

ସ୍ବାମୀଙ୍କ କ୍ବାଟର ତାଲା ଭାଙ୍ଗି ବାରଣ୍ଡାରେ ଧାରଣା ଦେଲେ ଦେଲେ ସ୍ବପ୍ନା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବ୍ରହ୍ମପୁର: ପୁଣି ନ୍ୟାୟ ପ୍ରଦାନ ଦାବିରେ ସ୍ବାମୀଙ୍କ ଘର ବାରଣ୍ଡାରେ ବସିଲେ ଆଉ ଜଣେ ମହିଳା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ରେଲୱେ କଲୋନୀରେ । ଟିଟିଇ ଭାବେ କାର୍ଯ୍ୟରତ ଥିବା କାହ୍ନୁଚରଣ ନାୟକ ଗତ ତିନି ବର୍ଷ ପୂର୍ବରୁ ତାଙ୍କ ସ୍ତ୍ରୀ ସ୍ବପ୍ନାଙ୍କ ଚରିତ୍ରକୁ ସନ୍ଦେହ କରି ଓ ୨୦ ଲକ୍ଷ ଟଙ୍କା ଯୈାତୁକ ପ୍ରଦାନ ଦାବିରେ ତାଙ୍କୁ ବାହାର କରିଦେଇଥିଲେ ।

ଆଜି ସ୍ବପ୍ନା ଘଟଣାକୁ ନେଇ ଜିଆରପି ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ଏହାପରେ ସ୍ବପ୍ନା କାହ୍ନୁଙ୍କ କ୍ବାଟରକୁ ଯାଇ ତାଲା ଭାଙ୍ଗିବା ସହ ଘରେ ପଡିଥିବା ଆଉ ଏକ ତାଲା ଭାଙ୍ଗି ଘରେ ପଶିଥିଲେ । ଘର ତାଲା ଭାଙ୍ଗିବା ପରେ ସ୍ବାମୀଙ୍କ ଠାରୁ ନ୍ୟାୟ ପାଇବା ଦାବିରେ ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି ସ୍ବପ୍ନା ଓ ପ୍ରମିଳା।

ତପସ୍ୱିନୀ, ଦୀପିକା ଆଉ ଏବେ ସ୍ବପ୍ନା । ଅନ୍ୟ ମାନଙ୍କ ଭଳି ସ୍ବପ୍ନା ନ୍ୟାୟ ପାଇବା ଆଶାରେ କେବଳ ଧାରଣାରେ ବସିନାହାନ୍ତି ‌ବରଂ ସ୍ବାମୀଙ୍କ କ୍ବାଟରରେ ଥିବା ତାଲାକୁ ଭାଙ୍ଗି ଘରେ ପଶିଛନ୍ତି । ବ୍ରହ୍ମପୁରରେ ଟିଟିଇ ଭାବେ କାର୍ଯ୍ୟରତ ଥିବା କାହ୍ନୁଚରଣ ନାୟକ ୨୦୧୨ ମସିହା ଜାନୁଆରୀ ମାସ ୧୮ ତାରିଖରେ ଶେରଗଡ଼ ବ୍ଲକ ଚିକିଲିର ସ୍ବପ୍ନା ନାୟକଙ୍କୁ ବିବାହ କରିଥିଲେ ।

‘‘ଚରିତ୍ରକୁ ସନ୍ଦେହ କରିବା ସହ ଯୈାତୁକ ଦାବିରେ ୨୦୧୯ ମସିହାରେ ସ୍ବପ୍ନାଙ୍କୁ ଓ ତାଙ୍କ ସାନ ପୁଅକୁ କ୍ବାଟରରୁ ବାହାର କରି ଦେଇଥିଲେ କାହ୍ନୁ। ଯେତେ ପର୍ଯ୍ୟନ୍ତ କାହ୍ନୁ ମୋତେ ଓ ମୋ ସାନ ପୁଅକୁ ଗ୍ରହଣ କରିନାହାଁନ୍ତି ସେତେ ଦିନ ପର୍ଯ୍ୟନ୍ତ କ୍ବାଟର ବାରଣ୍ଡାରେ ରୋଷେଇ କରି ଖାଇ ବସି ରହିବି,‘‘ କହିଛନ୍ତି ସ୍ବପ୍ନା ନାୟକ ।

ଗତ ୮ ମାସ ପୂର୍ବରୁ ସ୍ବପ୍ନା ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କୁ ସାକ୍ଷାତ କରି ନିଜର ଦୁଃଖ ଜଣାଇଥିଲେ । ଏହାପରେ ପ୍ରମିଳା ମଧ୍ୟ କାହ୍ନୁଙ୍କୁ ଘଟଣାକୁ ନେଇ ପଚରାଉଚରା କରିବା ସହ କିଭଳି ଉଭୟେ ମିଶିବେ ସେ ନେଇ ଚେଷ୍ଟା କରିଥିଲେ ।

‘‘ଅଭିଯୋଗକୁ ଭିତ୍ତି କରି ତଦନ୍ତ କରାଯିବ । ଉଭୟଙ୍କୁ ଘଟଣାକୁ ନେଇ ପଚରାଉଚରା କରାଯିବ । ଆଇନ ଅନୁଯାୟୀ ଯାହା ପଦକ୍ଷେପ ନେବା କଥା ତାହା ନିଶ୍ଚିତ ନିଆଯିବ,କହିଛନ୍ତି ଜିଆରପି ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ନାୟକ।
Published by:Soumya Das
First published: