News18 Odia Digital
କେନ୍ଦ୍ରାପଡା: ଶ୍ମଶାନରେ ଜଳୁଥିଲା ସ୍ଵାମୀର ଚିତା। କିନ୍ତୁ ପ୍ରେମିକା ସହ ଚମ୍ପଟ ମାରିଛନ୍ତି ସ୍ତ୍ରୀ। କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଭାମଣ୍ଡା ଗ୍ରାମରେ।
କେନ୍ଦ୍ରାପଡାର ଏଭଳି ଘଟଣା ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି। ଗତ ୧୭ ତାରିଖ ମନ୍ଦିରକୁ ପୂଜା କରିବାକୁ ଯାଇଥିବା ପୂଜକ ରଙ୍ଗାଧର ଦାସ ହଠାତ କୁଆଡେ ନିଖୋଜ ହୋଇଯାଇଥିଲେ। କିନ୍ତୁ ପାଞ୍ଚଦିନ ପରେ ଗାଁ ନିକଟରେ ଥିବା ଶିମିଳି ମାହାର ଜୋର ନିକଟରୁ ତାଙ୍କ କ୍ଷତାକ୍ତ ମୃତ ଶରୀର ଉଦ୍ଧାର ହୋଇଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତାଙ୍କୁ ହତ୍ୟା ହୋଇଥିବାର ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା।
ରଙ୍ଗାଧର ଦାଶ ନିଜ ପତ୍ନୀ ରତ୍ନମଣି ଦାଶଙ୍କ ଅବୈଧ ସମ୍ପର୍କକୁ ନେଇ ବିରୋଧ କରିଆସୁଥିଲେ। ଏହାକୁ ନେଇ ଘରେ ସବୁବେଳେ ଝଗଡା ଲାଗିରହୁଥିଲା। କେବଳ ସେତିକି ନୁହେଁ ସ୍ଵାମୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ସ୍ତ୍ରୀ ରତ୍ନମଣି ଓ ପ୍ରେମିକ ଅସିତ।
ରତ୍ନମଣିଙ୍କ ଘରକୁ ସାଢ଼େ ତିନି କି ଚାରି ବର୍ଷ ହେବ ଯିବା ଆସିବା କରୁଥିଲେ ଅସିତ। ଏହାରି ମଧ୍ୟରେ ୬ ମାସ ପରେ ରତ୍ନମଣିଙ୍କ ସହ ତାଙ୍କ ସମ୍ପର୍କ ଗଢି ଉଠିଥିଲା। ସମ୍ପର୍କ ଗଢ଼ିଉଠିବାର ଏକ ମାସ ପରେ ରଙ୍ଗାଧର ଏବାବଦରେ ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି ପ୍ରେମିକ ଅସିତ।
"ରତ୍ନମଣିଙ୍କ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରହିଛି। ଗତ ତିନି ବର୍ଷ ହେଲା ଏହି ଘଟଣାର ସମାଧାନ ଚାଲିଛି। ସେ ପୁରୁଷ ଜଣଙ୍କ ବାରମ୍ବାର ଘରକୁ ଆସେ। ରଙ୍ଗାଧରଙ୍କୁ ହତ୍ୟା କରିବାକୁ ମଧ୍ୟ ଧମକ ଦିଆ ହୋଇଥିଲା,"କହିଛନ୍ତି ସ୍ଥାନୀୟ ବାସିନ୍ଦା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।