News 18 Odia Digital
ଭୁବନେଶ୍ୱର; ୩ ମିନିଟ ୪ ସେକେଣ୍ଡର ଏକ ଭାଇରାଲ ଭିଡିଓ ( Viral Video ) ବିଜେଡିର ( BJD ) ଭିତିରି କଥାକୁ ପଦାରେ ପକାଇଛି। ଏହି ଭିଡିଓଟି ହେଉଛି ବିଜୁ ଜନତା ଦଳର ସୋସିଆଲ ମିଡ଼ିଆ ( Social Media ) ବନ୍ଧୁ ମିଳନ କାର୍ଯ୍ୟକ୍ରମ । ଏହି ଅବସରରେ ସାଂସଦ ସସ୍ମିତ ପାତ୍ର ଏକ ପାଠଶାଳା ଆୟୋଜନ କରିଥିଲେ।
ଏଥିରେ ସାଂସଦ କର୍ମୀଙ୍କୁ ପଚାରୁଛନ୍ତି ବିଧାନସଭାରେ ବିଜେଡି ବିଧାୟକଙ୍କ ସଂଖ୍ୟା କେତେ ? ଜଣେ ୧୧୨ କହୁଥିବା ବେଳେ ଆଉଜଣେ କର୍ମୀ ୧୧୪ କହୁଥିବା ଭିଡିଓରେ ଜଣାପଡ଼ୁଛି । ସେହିପରି ଲୋକସଭା ସାଂସଦ କେତେ ବୋଲି ପଚାରିଥିଲେ। ଜଣେ କର୍ମୀ ୧୨ ବୋଲି କହିଥିଲେ। ସେହିପରି ଆଉଜଣେ କର୍ମୀ ରାଜ୍ୟ ସଭାରେ ୯ବୋଲି କହିବା ସହ ଏପ୍ରିଲରେ ୧୦ ହୋଇଯିବ କହିଛନ୍ତି। ଆମେ ଗୋଟିଏ ଦେଇ ଭୁଲ କରିଥିବା କର୍ମୀ କହିଥିଲେ । ସସ୍ମିତ କହିଥିଲେ ୨୦୨୪ରେ ୧୦ ହେଇଯିବ। ଯେତିକି ବିଧାୟକ ସାଂସଦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ବ୍ଲକ୍ ଚେୟାରମ୍ୟାନ ଅଛନ୍ତି ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟକୁ ଲାଇକ କରୁନାହାନ୍ତି। କିଛି କିଛି ଜାଗାରୁ ଲାଇକ୍ ଆସୁଛି ଅନେକ ଜାଗାରୁ ଆସୁନି। ସସ୍ମିତ କହୁଛନ୍ତି ତାଙ୍କ କହିବା ଉଦ୍ଦେଶ୍ୟ ହେଉଛି ଯାହା ସାଂସଦ ବିଧାୟକ କରୁନାହାନ୍ତି ତାକୁ ଆପଣ ମାନେ କରୁଛନ୍ତି। ଏହା ହେଉଛି ଆପଣଙ୍କ ଅସ୍ୱଭାବିକ ଭଲପାଇବା। ପଦପଦବୀରେ ରହିଲେ ଭଲ ପାଇବା ସ୍ୱାଭାବିକ। ତେବେ ବିଜେଡି ସୋସିଆଲ ମିଡ଼ିଆ କର୍ମୀଙ୍କୁ ଏଭଳି କହି କଣ ବାର୍ତ୍ତା ଦେବାକୁ ଚାହାନ୍ତି ? ମୁଖ୍ୟମନ୍ତ୍ରୀଙ୍କୁ ଭଲପାଇବାର ଏକମାତ୍ର ଫର୍ମୁଲା ହେଉଛି କଣ ପୋଷ୍ଟ ଲାଇକ କରିବା ? ନା ଏହା ପଛରେ ରହିଛି ବରିଷ୍ଠ ବିଧାୟକ ସାଂସଦଙ୍କୁ ନ୍ୟୁନ କରିବା ?
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ସସ୍ମିତ ଯାହା କହିଛନ୍ତି ଠିକ୍ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦିନକୁ ଦିନ କମିବାରେ ଲାଗିଛି। ଏବେ ଯୁଆଡେ ଦେଖିବ ହକି ଆଉ ମୁଖ୍ୟମନ୍ତ୍ରୀ । ଲୋକପ୍ରିୟତା ବଢାଇବା ପାଇଁ ଲାଗି ପଡିଛନ୍ତି।
କାର୍ଯ୍ୟକ୍ରମ ସମ୍ପର୍କରେ ବିଜୁ ଜନତା ଦଳ ସୋସିଆଲ ମିଡ଼ିଆ ମୁଖ୍ୟ ସ୍ୱୟଂ ପ୍ରକାଶ ମହାପାତ୍ର ନିଜ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି ଯେ, ବିଜୁ ଜନତା ଦଳକୁ ଭଲ ପାଇ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ସୋସିଆଲ ମିଡିଆରେ ସକ୍ରିୟ ରହିଥିବା ବ୍ୟକ୍ତିବିଶେଷଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିଥି ରୂପେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଯୁବଗୋଷ୍ଠୀଙ୍କ ସହ ଆଲୋଚନା କରିବାର ଏକ ସୁଯୋଗ ମିଳିଲା । ରାଜ୍ୟରେ ଚାଲିଥିବା ପ୍ରଗତିର ଧାରାକୁ ସୋସିଆଲ ମିଡିଆରେ ଅଧିକ ପ୍ରଚାର ପ୍ରସାର କରିବା ସାଙ୍ଗକୁ, ବିରୋଧୀଙ୍କ ପକ୍ଷରୁ ହେଉଥିବା ଅପପ୍ରଚାରକୁ ତଥ୍ୟଭିତ୍ତିକ ଜବାବ ଦେବାକୁ ମତ ରଖିଥିଲି। ରାଜ୍ୟସଭା ସାଂସଦ ତଥା ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ବିଜୁ ଜନତା ଦଳ ସାଧାରଣ ସଂପାଦକ (ଛାତ୍ର ଓ ଯୁବ ବ୍ୟାପାର) ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଦଳ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ତୃଣମୂଳ ସ୍ତରରେ ବିଜୁ ଜନତା ଦଳ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ଆହୁରି ଲୋକପ୍ରିୟ କରିବା ପାଇଁ ସୋସିଆଲ ମିଡିଆକୁ ପ୍ରଭାବୀ ଢଙ୍ଗରେ ବ୍ୟବହାର କରିବାକୁ ସଭିଏଁ ପରାମର୍ଶ ଦେଇଥିଲେ ।
ଅଧିକ ଖବର ପଢ଼ନ୍ତୁ-
http://ଗୁଡି ଉଡାଇବାକୁ ଯାଇଥିଲା ୯ବର୍ଷର ନାବାଳକ; ଉଡିଗଲା ପ୍ରାଣବାୟୁPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।