କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ... ଶ୍ରୀକ୍ଷେତ୍ରରେ ଟ୍ରଲିରେ ବୁହାହେଲେ ମହାପ୍ରଭୁ ଜଗନ୍ନାଥ

ଜଗତର ନାଥ ଜଗନ୍ନାଥଙ୍କୁ ଅପମାନ। ଟ୍ରଲିରେ ବୁହା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ଟ୍ରଲିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବାନ୍ଧି ବଡ଼ଦାଣ୍ଡରେ ନେଲେ ଟ୍ରଲି ଚାଳକ ।

ଜଗତର ନାଥ ଜଗନ୍ନାଥଙ୍କୁ ଅଵମାନନା।

ଜଗତର ନାଥ ଜଗନ୍ନାଥଙ୍କୁ ଅଵମାନନା।

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ଜଗତର ନାଥ ଜଗନ୍ନାଥଙ୍କୁ ଅଵମାନନା। ଟ୍ରଲିରେ ବୁହା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ସାଙ୍ଗରେ ବଡ଼ ଭାଇ ବଳଭଦ୍ର ଓ ମା ସୁଭଦ୍ରା ମଧ୍ୟ ଅଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗନ୍ନାଥ ଧାମ ପୁରୀରେ।

ଟ୍ରଲିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବାନ୍ଧି ବଡ଼ ଦାଣ୍ଡରେ ନେଉଛନ୍ତି ଟ୍ରଲି ଚାଳକ। କେହି ଜଣେ ବ୍ୟକ୍ତି ଏହାର ଭିଡ଼ିଓ ଉତ୍ତୋଳନ କରିଥିଲେ। ପୁରୀ ବାଲି ସାହିର ଏକ କାର୍ଯ୍ୟକ୍ରମ ଶେଷ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଏପରି ଅବସ୍ଥାରେ ବୁହା ହେଉଥିଲା। ଏହା କେଉଁ ଟେଣ୍ଟ ହାଉସର କାମ ବୋଲି ସଠିକ ଭାବରେ ଜଣା ପଡ଼ିନାହିଁ। କିନ୍ତୁ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବା ପରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।



ପୂର୍ବରୁ ମଧ୍ୟ ଗାଡି ପଛରେ ଦୌଡିରେ ବାନ୍ଧି ମହାପ୍ରଭୁଙ୍କୁ ବୁହା ହୋଇଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା। ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥର ହଳଦୀପଦା ନିକଟରେ ଏହି ଘଟଣା ଘଟିଥିଲା। ଓଡିଶାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ପିକଅପ ଭ୍ଯାନର ପଛ ପଟେ ଜଗନ୍ନାଥଙ୍କୁ ଦଉଡିରେ ବନ୍ଧା ହୋଇଥିଲା। ଜଳେଶ୍ୱର ଥାନା ଅନ୍ତର୍ଗତ ଗୋବରଘଟା ପଞ୍ଚାୟତର ଥିବା ଶିବଶକ୍ତି ଡେକୋରେଟର ବାଲେଶ୍ୱର ଠାରେ ଗଣେଶ ପୂଜା ପେଣ୍ତାଲ ଖୋଲି ସାମଗ୍ରୀ ଅଣାଯାଉଥିବା ବେଳେ ଜଗନ୍ନାଥଙ୍କୁ ପିକଅପ ଭ୍ଯାନର ପଛପଟେ ବାନ୍ଧି ନିଆଯାଉଥିବାବେଳେ ଜଣେ କାର ଯାତ୍ରୀ ଏହାର ଭିଡିଓ ଉତ୍ତୋଳନ କରିଥିଲେ। ଯାହା ମୋବାଇଲରୁ ମୋବାଇଲକୁ ଭାଇରାଲ ହୋଇଥିଲା।  ପରେ ଜଗନ୍ନାଥଙ୍କୁ ଅସମ୍ମାନ କରିଥିବାରୁ ତୁରନ୍ତୁ କ୍ଷମାପ୍ରାର୍ଥନା କରିଥିଲେ ଟେଣ୍ଟ ହାଉସର ମାଲିକ । କର୍ମଚାରୀଙ୍କ ସହ ଜଗନ୍ନାଥଙ୍କ ସାମ୍ନାରେ ଦୀପ ଜାଳି, କାନ ଧରି ଭୁଲ ମାଗିଥିଲେ ମାଲିକ । ଏହା ସହ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ଟେଣ୍ଟ ହାଉସ ମାଲିକ ଓ କର୍ମଚାରୀ ।
Published by:Soumya Das
First published: