ଝାରପଡା ଜେଲ ଭିତରେ ନିଆରା ବାହାଘର; ହାତକଡି ପଡିଥିବା ହାତରେ ପଡିଲା ହାତଗଣ୍ଠି

ଜେଲ ପରିସରରେ ବର ବେଶରେ ସଜାଇ ହୋଇ ବିବାହ କରିଥିବା କଏଦୀ ହେଲେ ଆକାଶ ନାୟକ ଓରଫ ବଣ୍ଟି । ଆକାଶଙ୍କ ଘର ଖୋର୍ଦ୍ଧା ଜିଲା ଜଟଣୀ ଅଞ୍ଚଳରେ । ୨୦୨୦ ମସିହାରେ ବଣ୍ଟି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ କ୍ରମେ ଜଟଣୀ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ । 

ଝାରପଡା ଜେଲ ଭିତରେ ନିଆରା ବାହାଘର; ହାତକଡି ପଡିଥିବା ହାତରେ ପଡିଲା ହାତଗଣ୍ଠି

ଝାରପଡା ଜେଲ ଭିତରେ ନିଆରା ବାହାଘର; ହାତକଡି ପଡିଥିବା ହାତରେ ପଡିଲା ହାତଗଣ୍ଠି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର-: ଯାହା ପାଇଁ ଦିନେ ହାତରେ ହାତକଡି ପଡିଥିଲା ଶେଷରେ ତାଙ୍କୁ ହିଁ ବିବାହ କଲେ କଏଦୀ । ଯେଉଁ ଯୁବତୀଙ୍କ ପାଇଁ ଜେଲ ଯିବାକୁ ପଡିଥିଲା ସେଇ ଯୁବତୀଙ୍କ ହାତଧରି ସାତ ଜନମର ସାଥୀ ହେବାକୁ ଶପଥ ନେଲେ । ବ୍ରାହ୍ମଣଙ୍କ  ମନ୍ତ୍ରରେ ବିବାହ ବନ୍ଧନରେ ବାନ୍ଧିହେଲେ ବିଚାରଧୀନ କଏଦୀ ଓ ପିଡିତା । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଜ୍ୟ ରାଜଧାନୀ ଝାରପଡା ଜେଲ ପରିସରରେ । ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଶୁକ୍ରବାର ଉକ୍ତ ନାବାଳିକାକୁ ଜେଲ ଭିତରେ ହିଁ ବିବାହ କରିଛନ୍ତି ।



ମିଳିଥିବା ସୂଚନା ଅନୁସାରେ, ଜେଲ ପରିସରରେ ବର ବେଶରେ ସଜାଇ ହୋଇ ବିବାହ କରିଥିବା କଏଦୀ ହେଲେ ଆକାଶ ନାୟକ ଓରଫ ବଣ୍ଟି । ଆକାଶଙ୍କ ଘର ଖୋର୍ଦ୍ଧା ଜିଲା ଜଟଣୀ ଅଞ୍ଚଳରେ । ୨୦୨୦ ମସିହାରେ ବଣ୍ଟି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ କ୍ରମେ ଜଟଣୀ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ । ହେଲେ ଘଟଣା କୋର୍ଟକୁ ଆସିବା ପରେ ପୋକ୍ସୋ କୋର୍ଟ ଜାଣିବାକୁ ପାଇଥିଲେ ପୁରା ଘଟଣାକ୍ରମ । ବିବାହର ପ୍ରତିଶୃତି ଦେଇ ବିବାହ ନକରିବାରୁ ନାବାଳିକାର ଅଭିଯୋଗରେ ଆକାଶ ଗିରଫ ହୋଇଥିଲେ । ଆଉ ଦୁଇ ବର୍ଷ ପରେ ଏବେ ନାବାଳିକା ଜଣଙ୍କ ସାବାଳିକା ହୋଇ ସାରିଛନ୍ତି । ଆଉ କୋର୍ଟ ଉଭୟ ପକ୍ଷଙ୍କ ରାଜି କ୍ରମେ ଜେଲ ପରିସରରେ ବିବାହ ପାଇଁ ସ୍ଥିର କରିଥିଲେ ।

ଅଭିଯୁକ୍ତ ଓ ପୀଡ଼ିତା ପରସ୍ପର  ହାତ ଧରି ଏବେ ସାତ ଜନ୍ମର ସାଥୀ ହୋଇଛନ୍ତି । ପୋକ୍ସୋ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶେଷରେ କଏଦୀ କାରଗାର ବିଭାଗର ଅନୁମତିକ୍ରମେ ଜେଲରେ ସମ୍ପୂର୍ଣ୍ଣ ହୋଇଛି ନିଆରା ବାହାଘର । ଉଭୟେ ବର ଓ କନ୍ୟା ପରସ୍ପରକୁ  ବରମାଳା‌ ପିନ୍ଧାଇ ଥିଲେ । କନ୍ୟାର ମଥାରେ ସିନ୍ଦୁର ପିନ୍ଧାଇ ସାତ ଜନମର ସାଥି ହେବାର  ଶପଥ ନେଇଥିଲେ ଆକାଶ । ଆଉ ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ଭୋଜି ଭାତର ଆୟୋଜନରେ ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଛନ୍ତି ଉଭୟ କନ୍ୟା ଓ ବର ।

ଜେଲ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବିବାହ ବନ୍ଧନକୁ ପରିଚାଳନା କରିଥିଲେ ଝାରପଡା ଜେଲ ସୁପରିଟେଣ୍ଡେନ । ଏହି ବିବାହ ପରେ ଖୁବ ଶୀଘ୍ର ଅଭିଯୁକ୍ତ ଆକାଶ ଜାମିନରେ ବାହାରିବେ ବୋଲି ଜଣା ପଡ଼ିଛି । ତେବେ ଏଭଳି ନିଆରା ବାହାଘର ନୂଆ ନୁହେଁ । ପୂର୍ବରୁ କୋର୍ଟଙ୍କ ଅନୁମତି ପରେ ଅନେକାଂଶ ସମୟରେ ଏଭଳି ବାହାଘର ଦେଖିବାକୁ ମିଳିଥାଏ ।
Published by:Soubhagya Mishra
First published: