ଦିଆସିଲି କାଠିରେ ନାଗା କଳାକୃତ୍ତି; ଯୁବଶିଳ୍ପୀ ଶାସ୍ୱତଙ୍କ ନିଆରା ଉଦ୍ୟମ

ଗୋଷାଣୀ ଉତ୍ସବ ପାଳନ ଅବସରରେ ପୁରୀ କୁମ୍ଭାରପଡା ଅଞ୍ଚଳର ଜଣେ ଯୁବଶିଳ୍ପୀ ଶାସ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ଗଢିଛନ୍ତି ଏକ ଆକର୍ଷଣୀୟ ନାଗା ପ୍ରତିକୃତି।

ଦିଆସିଲି କାଠିରେ ନାଗା କଳାକୃତ୍ତି; ଯୁବଶିଳ୍ପୀ ଶାସ୍ୱତଙ୍କ ନିଆରା ଉଦ୍ୟମ

ଦିଆସିଲି କାଠିରେ ନାଗା କଳାକୃତ୍ତି; ଯୁବଶିଳ୍ପୀ ଶାସ୍ୱତଙ୍କ ନିଆରା ଉଦ୍ୟମ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଶ୍ରୀକ୍ଷେତ୍ରରେ ଗୋଷାଣୀ ପୂଜାର ନାଗା ଉପାସନା ଏକ ନିଆରା ପରମ୍ପରା । ଯାହା ଭକ୍ତଙ୍କ ସମେତ ଓ ପର୍ଯ୍ୟଟକମାନଙ୍କୁ ବେସ୍ ଆକର୍ଷିତ କରିଥାଏ । ଗୋଷାଣୀ ଉତ୍ସବ ପାଳନ ଅବସରରେ ପୁରୀ କୁମ୍ଭାରପଡା ଅଞ୍ଚଳର ଜଣେ ଯୁବଶିଳ୍ପୀ ଶାସ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ଗଢିଛନ୍ତି ଏକ ଆକର୍ଷଣୀୟ ନାଗା ପ୍ରତିକୃତି।



ଗୋଷାଣୀ ପୂଜା ମଧ୍ୟରେ ନାଗା ଉପାସନାର ସ୍ୱତନ୍ତ୍ରତା ରହିଛି। ଯାହା ବୀରର ପ୍ରତୀକକୁ ପରିପ୍ରକାଶ କରିଥାଏ । ଏହି କଳାକୃତିଟି ଗଢିବା ପାଇଁ ଶାସ୍ୱତଙ୍କୁ ପ୍ରାୟ ୨୩ଦିନ ଲାଗିଥିଲା । ସମୁଦାୟ ୪୭୨୭ଟି ଦିଆସିଲି କାଠି ବ୍ୟବହାର କରି ଉଚ୍ଚତା ୨୨ଇଞ୍ଚ ଓ ଚଉଡା ୧୪ଇଞ୍ଚର ଏହି ନାଗାମୂର୍ତ୍ତି ନିର୍ମାଣ କରିଛନ୍ତି । ତେବେ ଦିଆସିଲି କାଠିରେ ନାଗା ମୂର୍ତ୍ତି କରିବାର ଉଦ୍ଦେଶ୍ୟ ହେଉଛି, ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ପୂଜାର ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ଏହି ଗୋଷାଣୀ ପୂଜନ ମଧ୍ୟରେ ନାଗା ଉପାସନା ଏକ ନିଆରା ଉପାସନା । ଯାହା ବୀରର ପ୍ରତୀକକୁ ଦର୍ଶାଇଥାଏ । ସର୍ବଦା ଅନନ୍ୟ ଏବଂ ଭିନ୍ନ କଳାକୃତି ପ୍ରସ୍ତୁତ କରିବା ପାଇଁ ଆଗ୍ରହ ରଖୁଥିବାରୁ ୪୭୨୭ ଟି ଦିଆସିଲି କାଠିରେ ନାଗା ପ୍ରସ୍ତୁତ କରିଛି । ଏହାର ଉଚ୍ଚତା ୨୨ ଇଞ୍ଚ ଓ ଚଉଡା ୧୪ ଇଞ୍ଚ ରହିଛି ଏବଂ ଏହି ନାଗା ମୂର୍ତ୍ତିକୁ ସଂପୂର୍ଣ୍ଣ କରିବାକୁ ମୋତେ ୨୩ ଦିନ ଲାଗିଛି ବୋଲି କହିଛନ୍ତି ଯୁବଶିଳ୍ପୀ ।

ତେବେ ପୂର୍ବରୁ ଅଲମ୍ପିକର ଲୋଗୋ , ହକି ବିଶ୍ୱକପର ଲୋଗୋ ,ରଥଯାତ୍ରା ଆଦି ସହ ବିରଳ ରେଡ଼ିଓ ଏବଂ ଟ୍ୟାଙ୍କ ଆଦି ଦିଆସିଲି କାଠିରେ ନିର୍ମାଣ କରି ବେଶ ପ୍ରଶଂସିତ ହୋଇଛନ୍ତି ।
Published by:Soubhagya Mishra
First published: