କୁଲା.. ଚଲା ଓ ଫୁଲଝୁଡିରେ ତିଆରି ହେଉଛି ତୋରଣ; ଆକର୍ଷଣୀୟ କରିବାକୁ କୋଲକାତା କାରିଗରଙ୍କ ପ୍ରୟାସ

ଓଡ଼ିଶାରେ ପ୍ରଥମ କରି ଗଜଲକ୍ଷ୍ମୀ ପୂଜା ଅବସରରେ କଲିକତାର ବାଉଁଶ କାରିଗର ମାନେ ନିଜ କଳାକୃତି ଦେଖାଇବାର ସୌଭାଗ୍ୟ ପାଇଛନ୍ତି । ଢେଙ୍କାନାଳର ଗଣେଶ ବଜାର ଭବ୍ୟ ତୋରଣକୁ ସମ୍ପୁର୍ଣ୍ଣ ବାଉଁଶ ପାତିଆରେ ତିଆରି କୁଲା, ଚଲା ଓ ଫୁଲ ଝୁଡିରେ ସଜାଯିବ ।

କୁଲା.. ଚଲା ଓ ଫୁଲଝୁଡିରେ ତିଆରି ହେଉଛି ତୋରଣ; ଆକର୍ଷଣୀୟ କରିବାକୁ କୋଲକାତା କାରିଗରଙ୍କ ପ୍ରୟାସ

କୁଲା.. ଚଲା ଓ ଫୁଲଝୁଡିରେ ତିଆରି ହେଉଛି ତୋରଣ; ଆକର୍ଷଣୀୟ କରିବାକୁ କୋଲକାତା କାରିଗରଙ୍କ ପ୍ରୟାସ

  • News18 Odia
  • Last Updated :
  • Dhenkanal, India
  • Share this:
News 18 Odia Digital

ଢେଙ୍କାନାଳ; ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାରେ କଲିକତାର ବାଉଁଶ କାରିଗର ମାନେ କୁଲା, ଚଲା ଓ ଫୁଲଝୁଡିରେ ତିଆରି କରୁଛନ୍ତି ଭବ୍ୟ ତୋରଣ । ଗଣେଶ ବଜାର ପୂଜା ମଣ୍ଡପରେ ୭୦ ଫୁଟର ଏହି ତୋରଣରେ ଖର୍ଚ୍ଚ ହେଉଛି ୬ଲକ୍ଷ ଟଙ୍କା । ଏହି ତୋରଣ ପାଇଁ ବ୍ୟବହାର ହେବ ୪ଶହ ବାଉଁଶ । ପୂଜା ପାଖେଇ ଆସୁଥିବାରୁ ଦିନ ରାତି ଏକ କରି ଲାଗିଛନ୍ତି ୨୫ ଜଣ କାରିଗର ।



ଓଡ଼ିଶାରେ ପ୍ରଥମ କରି ଗଜଲକ୍ଷ୍ମୀ ପୂଜା ଅବସରରେ କଲିକତାର ବାଉଁଶ କାରିଗର ମାନେ ନିଜ କଳାକୃତି ଦେଖାଇବାର ସୌଭାଗ୍ୟ ପାଇଛନ୍ତି । ଢେଙ୍କାନାଳର ଗଣେଷ ବଜାର ଭବ୍ୟ ତୋରଣକୁ ସମ୍ପୁର୍ଣ୍ଣ ବାଉଁଶ ପାତିଆରେ ତିଆରି କୁଲା, ଚଲା ଓ ଫୁଲଝୁଡିରେ ସଜାଯିବ । ଏଥିପାଇଁ କଲିକତାରୁ ଆସିଥିବା ପ୍ରାୟ ୨୫ ଜଣ ପୁରୁଷ ଓ ମହିଳା କାରିଗର କାମରେ ଲାଗିଛନ୍ତି ।ପୂଜା ପାଖେଇ ଆସୁଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଏହା ସାରିବାକୁ କାମ ଚାଲିଛି । ଏହି ତୋରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ  ଶ୍ରଦ୍ଧାଳୁଙ୍କ ମନକୁ ନିଶ୍ଚୟ ଛୁଇଁବ ବୋଲି ମତ ଦେଇଛନ୍ତି ବାଉଁଶ କାରିଗର।



ଏହି କାରିଗର ମାନେ ପୂର୍ବରୁ କଲିକତା, ଦିଘା, ଝାରଖଣ୍ଡର ଟାଟା ନଗର ଅଞ୍ଚଳରେ ଦୁର୍ଗାପୂଜା ଅବସରରେ ବାଉଁଶ କଳାକୃତିର ତୋରଣ କରି ସାରିଛନ୍ତି । ପିଢି ପରେ ପିଢି ସେମାନେ ଏହି କାମ କରି ଆସୁଛନ୍ତି । ଢେଙ୍କାନାଳରେ ପ୍ରଥମ କରି ଏଭଳି ତୋରଣ ତିଆରି କରାଯାଉଛି । ଯାହା ସେମାନଙ୍କ ପାଇଁ ଭଲ କାମ କରି ଦେଖାଇବାକୁ ଏକ ଚ୍ୟାଲେଞ୍ଜ ବୋଲି କହିଛନ୍ତି ଏହି କାରିଗର । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବାଉଁଶ କାରିଗରଙ୍କ ପାଇଁ କୌଣସି ପ୍ରୋତ୍ସାହନ ମିଳି ପାରୁନାହିଁ । ଯେଉଁଥିପାଇଁ ସେମାନେ ଆହୁରି ଅଧିକ କିଛି କରି ଦେଖାଇବାକୁ ଚାହୁଁଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରୁ ନାହିଁ ବୋଲି କହିଛନ୍ତି ସେମାନେ ।

ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଏହି ପୂଜାକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତ ପୂଜା ମଣ୍ଡପ ଅଣ୍ଟା ଭିଡିଛନ୍ତି । ମୋଟ ୩୮ଟି ପୂଜା ମଣ୍ଡପ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ପାଳିତ ହେଉଅଛି । "ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାରେ କଲିକତାର କାରିଗରଙ୍କୁ ପ୍ରଥମ କରି ଓଡ଼ିଶାରେ ତାଙ୍କର ବାଉଁଶ ପାତିଆର କଳାକୃତି ପ୍ରଦର୍ଶନ କରିବାର ସୁଯୋଗ ମିଳିଛି । ତାକୁ ଆଖି ଆଗରେ ରଖି ସେମାନେ ଅତି ସୁନ୍ଦର ଭାବରେ ଏହି ତୋରଣକୁ ତିଆରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରଚେଷ୍ଟା କରୁଛନ୍ତି । ଆସନ୍ତା ୯ ତାରିଖରୁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହେଉଥିବାରୁ ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟ ସମାପ୍ତ ପାଇଁ ଦିନ ରାତି ଏକ କରି ଲାଗିଛନ୍ତି ବୋଲି କହିଛନ୍ତି କଲିକତାରୁ ଆସିଥିବା ମୁଖ୍ୟ କାରିଗର ଖଗେନ୍ଦ୍ରନାଥ ଦାସ ।"

"ଗଜଲକ୍ଷ୍ମୀ ପୂଜା ଅବସରରେ ଗଣେଷ ବଜାର ପ୍ରତ୍ୟକ ବର୍ଷ ତୋରଣରେ କିଛି ନୂତନତ୍ୱ ଦେଖାଇଥାଏ । ପୂର୍ବରୁ ଜଙ୍ଗଲ ଓ ପରିବେଶ ସୁରକ୍ଷା ଓ ବର୍ଜ୍ୟବସ୍ତୁକୁ ନେଇ ତୋରଣ ତିଆରି କରି ପ୍ରଶଂସା ସାଉଁଟି ସାରିଛି । ତେଣୁ ଚଳିତ ବର୍ଷ ରାଜ୍ୟ ବାହାରର କାରିଗରଙ୍କ ଦ୍ୱାରା ୭୦ ଫୁଟ ଉଚ୍ଚତା ବିଶିଷ୍ଟ ବାଉଁଶ ପାତିଆ କଳାକୃତିର ଏହି ଭବ୍ୟ ତୋରଣ ଶ୍ରଦ୍ଧାଳୁଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି ଆଶା ରଖିଛନ୍ତି ଗଣେଷ ବଜାର ପୂଜା କମିଟିର ସମ୍ପାଦକ ବିଶ୍ୱନାଥ ବେହେରା ।"
Published by:Soubhagya Mishra
First published: