ଠକଙ୍କ କବଜାରେ ରାଜଧାନୀ; ବର୍ଷକ ଭିତରେ ଗିରଫ ହେଲେଣି ୧୮୧ଜଣ ଠକ

ଠକଙ୍କ କବଳରେ ରହିଛି ରାଜଧାନୀ ଭୁବନେଶ୍ୱର। ଚଳିତବର୍ଷ ୩୦.୧୧.୨୦୨୧ ସୁଦ୍ଧା ୭୯୧ଟି ଠକେଇ ମାମଲା ଭୁବନେଶ୍ୱରର ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଛି ।

୭୯୧ଟି ଠକେଇ ଘଟଣାରେ ୧୮୧ଜଣ ଠକ ଗିରଫ ହେଲେଣି (ପ୍ରତୀକାତ୍ମକ ଛବି)

୭୯୧ଟି ଠକେଇ ଘଟଣାରେ ୧୮୧ଜଣ ଠକ ଗିରଫ ହେଲେଣି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ବର: ଠକଙ୍କ କବଳରେ ରହିଛି ରାଜଧାନୀ ଭୁବନେଶ୍ୱର। ଚଳିତବର୍ଷ  ୩୦.୧୧.୨୦୨୧ ସୁଦ୍ଧା ୭୯୧ଟି ଠକେଇ ମାମଲା ଭୁବନେଶ୍ୱରର ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଛି । ଏହି ସେଲରେ ଚଳିତ ବର୍ଷ ୨୧.୧୨.୨୦୨୧ ସୁଦ୍ଧା ବିଭିନ୍ନ ଥାନାରେ ରୁଜୁ ହୋଇଥିବା ଠକେଇ ଜନିତ ୧୮୭ଟି ମାମଲାର ସମୀକ୍ଷା କରାଯାଇ ୭୩ଟି ମାମଲାରେ ତଦନ୍ତ ଶେଷ ହୋଇଥିବା କମିଶନରେଟ ପୋଲିସ ତଥ୍ୟରେ ଉଲ୍ଲେଖ କରାଯାଇଛି ।

ବଡଗଡ ଥାନାରେ ସର୍ବାଧିକ ୯୧ଟି ମାମଲା ରୁଜୁ ହୋଇଥିବାବେଳେ ଖଣ୍ଡଗିରି ଥାନାରେ ୭୯ଟି , ଚନ୍ଦ୍ରଶେଖରପୁର ଥାନାରେ ୬୧ଟି ଓ କ୍ୟାପିଟାଲ ଥାନାରେ ୫୫ଟି,  ଲକ୍ଷ୍ମୀସାଗର ଥାନାରେ ୫୪ ମାମଲା ରୁଜୁ ହୋଇଛି । ସେହିପରି ମହିଳା ଥାନାରେ ସର୍ବନିମ୍ନ ୫ଟି ଠକେଇ ମାମଲା ରୁଜୁ ହୋଇଥିବା ବେଳେ ବାଲିପାଟଣାରେ ୮ଟି ନନ୍ଦନକାନନରେ ୧୨ଟି , ତମାଣ୍ଡୋରେ ୧୪ଟି ଏବଂ ଖାରବେଳନଗର ଥାନାରେ ୧୭ଟି ଠକେଇ ମାମଲା ପଞ୍ଜୀକୃତ ହୋଇଛି ।

ସେହିପରି ଏ ବର୍ଷ ୩୦.୧୧.୨୦୨୧ ସୁଦ୍ଧା ବଡଗଡ ଥାନା ସର୍ବାଧିକ ୪୫ଟି ମାମଲାର ତଦନ୍ତ ଶେଷ କରିଥିବାବେଳେ ଇନ୍ଫୋସିଟି ଥାନା ୨୨ଟି ମାମଲା , ଲକ୍ଷ୍ମୀସାଗର ୨୦ଟି ଏବଂ ଶହୀଦନଗର ଥାନା ୧୯ଟି ମାମଲାର ତଦନ୍ତ ଶେଷ କରିଛି । ଏହି ବର୍ଷ ଠକେଇ ମାମଲାରେ ସର୍ବମୋଟ ୧୭୭ ଜଣ ପୁରୁଷ ଗିରଫ ହୋଇଥିବାବେଳେ ୪ ଜଣ ମହିଳା ଗିରଫ ହୋଇଛନ୍ତି ।
Published by:Soumya Das
First published:
)}