News18 Odia Digital
ଭୁବନେଶ୍ବର: ମେକ ଇନ ଓଡ଼ିଶା ୨୦୨୨ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ସରକାରଙ୍କ ଶିଳ୍ପପତି ସମ୍ମିଳନୀ। ଲକ୍ଷ୍ମୀ ମିତ୍ତଲ, କରନ ଅଦାନୀ, ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ, ଅନିଲ ଅଗ୍ରୱାଲଙ୍କ ଭଳି ପ୍ରମୁଖ ଶିଳ୍ପ ନେତୃବୃନ୍ଦଙ୍କୁ ନେଇ ଓଡ଼ିଶାକୁ ସମ୍ମିଳନୀ କରିଛନ୍ତି ରାଜ୍ୟ ସରକାର।
ଏହି ବୈଠକରେ ଶିଳ୍ପପତିମାନଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ଶିଳ୍ପ ନୀତିର ଆରମ୍ଭ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ଖୁବ୍ ଶୀଘ୍ର ଓଡ଼ିଶା ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିବ।
ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମରେ ଲାଗୁ ହେଲା ନୂଆ ଶିଳ୍ପ ନୀତି। ଅଧିକ ପୁଞ୍ଜି ଆଶାରେ ରାଜ୍ୟ ସରକାର। ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମରେ ୭.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି ନିବେଶକାରୀ। ଯାହା କି ଉତ୍ସାହ ଜନକ ବୋଲି କୁହାଯାଉଛି। ଖୁବ୍ ଶୀଘ୍ର ଓଡ଼ିଶା ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଯେଉଁ ଶିଳ୍ପ ସଂସ୍ଥା ରାଜ୍ୟକୁ ଆସିବ better than best ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ସେହିପରି ନୂଆ ଶିଳ୍ପ ନୀତିରେ ପ୍ରାୟୋରିଟି ଓ ଥ୍ରଷ୍ଟ ଭଳି ଦୁଇଟି କ୍ୟାରେକ୍ଟରକୁ ପ୍ରାଧାନ୍ୟ ଦିଆଯାଇଛି। ଯେଉଁ କ୍ଷତ୍ରରେ ୨୦୦ରୁ ଅଧିକ ଓଡ଼ିଆ ଲୋକେ ନିଯୁକ୍ତି ପାଇବେ ତାକୁ ପ୍ରାୟୋରିଟି ସେକ୍ଟର ଏବଂ ୧୦୦୦ରୁ ଅଧିକ ଓଡ଼ିଆ ନିଯୁକ୍ତି ପାଉଥିବା ସେକ୍ଟରକୁ ଥ୍ରଷ୍ଟ ସେକ୍ଟର ଭାବେ ବିବେଚନା କରାଯିବ।

ମେକ ଇନ ଓଡ଼ିଶା ୨୦୨୨ କାର୍ଯ୍ୟକ୍ରମ
ବିଜୁ ଇକୋନୋମି କରିଡ଼ରକୁ ଏହି ପଲିସିରେ ଥ୍ରଷ୍ଟ ସେକ୍ଟର ଭାବେ ବିବେଚନା କରାଯାଇଛି। ସେହିପରି ଜମି ଆବଣ୍ଟନକୁ ସୁଗମ କରିଛନ୍ତି ରାଜ୍ୟ ସରକାର। ୩୦ ଦିନ ଭିତରେ ୩୦ ଏକର, ୫୦ ଦିନରେ ୫୦ ଏକର ଓ ୧୦୦ ଦିନରେ ୧୦୦ ଏକର ଜମି ଯୋଗାଇ ଦିଆଯିବ। ପାଣି, ବିଜୁଳି ଓ ଗମନାଗମନ ସୁବିଧା ସହ ଜମି ଯୋଗାଇ ଦିଆଯିବ ବୋଲି କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା।
ସେ କହିଛନ୍ତି ଯେ ବ୍ରେକ ଫାଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସାମିଲ ହୋଇଥିଲେ ୪୦ ଶିଳ୍ପପତି ଓ ୪ ଦେଶର ରାଷ୍ଟ୍ରଦୂତ। ୫୪ ବିଶିଷ୍ଟ ଶିଳ୍ପପତି ଷ୍ଟେଜରେ ବସିଥିଲେ। ୨୦୦୦ ପ୍ରତିନିଧି ଯୋଗ ଦେଇଥିଲେ। ୧୩ଟି ସେସନ ଅନୁଷ୍ଠିତ ହୋଇଥିଲା। ୧୧ଟି ଦେଶରୁ ଶିଳ୍ପସଂସ୍ଥା ଏକ୍ସପୋରେ ଅଂଶଗ୍ରହଣ କରିଛନ୍ତି।
ମେକ୍ ଇନ ଓଡ଼ିଶା-୨୦୨୨ର ପ୍ରଥମ ଦିନରେ ମୋଟ ୧୪୫ଟି ପୁଞ୍ଜିନିବେଶ ଜରିଆରେ ରାଜ୍ୟକୁ ୭ ଲକ୍ଷ ୨୬ ହଜାର ୧୨୮ କୋଟି ୪୫ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ଆଗ୍ରହ ଆସିଛି। ଯାହାଦ୍ବାରା ରାଜ୍ୟରେ ୩ ଲକ୍ଷ ୨୦ ହଜାର ୭୪୧ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେଥିମଧ୍ୟରୁ ଗୁରୁବାର କେବଳ ପ୍ଲେନାରୀ ସେସନରେ ୬୭ଟି ପୁଞ୍ଜିନିବେଶ ଆଗ୍ରହ ଜରିଆରେ ୫ ଲକ୍ଷ ୮୫ ହଜାର ୭୪୨ କୋଟି ୨୬ ଲକ୍ଷ ଟଙ୍କାର ନିବେଶ ଆଗ୍ରହ ଆସିଛି। ଏହା ଜରିଆରେ ୨ ଲକ୍ଷ ୪୭ ହଜାର ୮୯୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ପୂର୍ବରୁ ବିଭିନ୍ନ ରୋଡ ଶୋ ଜରିଆରେ ୭୮ ନିବେଶ ଆଗ୍ରହ ଆସିଥିଲା, ଯାହାକି ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଛି। ଏହା ଜରିଆରେ ରାଜ୍ୟକୁ ୧ ଲକ୍ଷ ୪୦ ହଜାର ୩୮୬ କୋଟି ୧୯ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ସମ୍ଭାବନା ଓ ୭୨ ହଜାର ୮୪୯ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ମୁଖ୍ୟମନ୍ତ୍ରୀ ଶିଳ୍ପପତିଙ୍କ ସହ ୱାନ ଟୁ ୱାନ କଥା ହୋଇଥିଲେ। ସେପଟେ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ୍ବ ଶିଳ୍ପ ସଂସ୍ଥା ଯୋଗ ଦେଇଛନ୍ତି। ଯେଉଁଥିରେ କି ୨୦ ରୁ ଅଧିକ MOU ସ୍ବାକ୍ଷର ହୋଇଛି। ଏହାସହ ଓଡ଼ିଶାରେ ବେଦାନ୍ତ ୨୫ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବାକୁ ଆଗ୍ରହ କରିଛି।
ଗତ ୨୨ ବର୍ଷ ମଧ୍ୟରେ ବେଦାନ୍ତ ରାଜ୍ୟରେ ୮୦ ହଜାର କୋଟି ଟଙ୍କା ନିବେଶ କରିସାରିଛି, ଯାହାକି କୌଣସି କମ୍ପାନୀ କରି ନାହିଁ। ଏହାସହ ଡିଜିଟାଲ ୟୁନଭରସିଟି ତିଆରି କାରିବାକୁ ଲକ୍ଷ୍ୟ ଥିବା କହିଛନ୍ତି ଅନିଲ ଅଗ୍ରୱାଲ।
ସେହିପରି ଜେଏସଡ଼ବ୍ଲୁ ଏକ ଲକ୍ଷ କୋଟି ପୁଞ୍ଜି ନିବେଶ କରିବ ବୋଲି କହିଛନ୍ତି। ଏହାସହ ବିଶ୍ୱର ସର୍ବ ବୃହତ ଷ୍ଟିଲ ପ୍ଲାଣ୍ଟ କରିବାକୁ ଲକ୍ଷ ରଖିଛି ଜେଏସପିଏଲ। ଅକ୍ଷୟ ଶକ୍ତି କ୍ଷେତ୍ରରେ ସବୁଠୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଅକ୍ଷୟ ଶକ୍ତି କ୍ଷେତ୍ରରେ ୧୭ଟି ସଂସ୍ଥା ୧.୫ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
NTPC ୧୭ ହଜାର କୋଟି, ସତଲେଜ ଜଳ ବିଦ୍ୟୁତ ନିଗମ ୩୦ ହଜାର କୋଟି, ନେଭିଲି ଲିଗନାଇଟ ୪ ହଜାର ପୁଞ୍ଜିନିବେଶ ପାଇଁ MOU ସ୍ବାକ୍ଷର କରିଛନ୍ତି। ଜେଏସଡବ୍ଲୁ ଏକ ଲକ୍ଷ କୋଟି, ଆଦାନୀ ଗ୍ରୁଫ ୬୦ ହଜାର କୋଟି, ବେଦାନ୍ତ ଗ୍ରୁଫ ୨୫ ହଜାର କୋଟି ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣର ପ୍ରଥମ ଦିନରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି -୨୦୨୨ ଘୋଷିତ ହୋଇଛି। ଘୋଷଣା କରିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ। ଅକ୍ଷୟ ଶକ୍ତି ସମ୍ପର୍କିତ ଏକ ବିଜନେସ୍ ଲିଡର ଅଧିବେଶନରେ ଯୋଗଦେଇ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ବକ୍ତବ୍ୟ ରଖିବା ସହିତ ଅକ୍ଷୟ ଶକ୍ତି ନୀତି ଘୋଷଣା କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।