ପୁରୀରେ ତ୍ରି ଦିବସିୟ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର; ଯୁବ ମହିଳାଙ୍କ ଉପରେ ଫୋକସ

ପୁରୀରେ ଆଜିଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିରରେ ରାଜ୍ଯର ବିଭିନ୍ନ କୋଣର କାର୍ଯ୍ଯକର୍ତ୍ତାଙ୍କୁ ଦିଆଯାଉଛି ଗୁରୁମନ୍ତ୍ର। ପୁଣି ସଂଘୀୟ ଶୃଙ୍ଖଳା ,ଉତ୍ତମ କର୍ମୀ ଓ ୨୦୨୪ ନିର୍ବାଚନ ନେଇ ରଣନୀତି।

ପ୍ରାଦେଶିକ ପ୍ରଶିକ୍ଷଣ ଶିବିର

ପ୍ରାଦେଶିକ ପ୍ରଶିକ୍ଷଣ ଶିବିର

  • News18 Odia
  • Last Updated :
  • Share this:
News 18 Odia Digital

ପୁରୀ: ଖାଲି ଲୋକସଭା ନୁହେଁ ବିଧାନସଭା ଉପରେ ମଧ୍ଯ ବିଜେପି କରିବ ଫୋକସ। ଆଉ ବିଜେପିର କେନ୍ଦ୍ରୀୟ ମନ୍ତ୍ରୀ ଓ ନେତା ଏ ନେଇ ସୁଚନା ଦେଇଥିବା ବେଳେ ସେପଟେ ପୁରୀରେ ଆଜିଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିରରେ ରାଜ୍ଯର ବିଭିନ୍ନ କୋଣର କାର୍ଯ୍ଯକର୍ତ୍ତାଙ୍କୁ ଦିଆଯାଉଛି ଗୁରୁମନ୍ତ୍ର। ପୁଣି ସଂଘୀୟ ଶୃଙ୍ଖଳା ,ଉତ୍ତମ କର୍ମୀ ଓ ୨୦୨୪ ନିର୍ବାଚନ ନେଇ ରଣନୀତି। ପୁଣି ମିଶନ ୧୨୦ ନୁହେଁ ଏବେ ୧୪୭ ଲକ୍ଷ୍ୟ ନେଇ ହୋଇଛି ବ୍ଲୁ ପ୍ରିଣ୍ଟ।

୨୦୨୪ରେ ବିଜେପି ଓଡିଶାରେ ଆସିବ। ଆଉ ବିଜେଡି ବିଜେପି ମଧ୍ଯରେ କୌଣସି ଯୋଗସୁତ୍ର ନାହିଁ। ପ୍ରଶିକ୍ଷଣ ଶିବିର କୌଣସି ରାଜନୈତିକ ନହେଁ କେବଳ ବ୍ଯବହାରିକ ରାଜନୀତି ଉପରେ ଏକ ସତ୍ରରହିଛି। ଯାହାକି କର୍ମୀମାନଙ୍କୁ ତୃଣମୁଳ ସ୍ତରୀଯ ରାଜନୀତିକୁ ସୁଦୃଢ କରିବ ବୋଲି କହିଛନ୍ତି ବିଜେପିର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଯେଉଁ ଦିନ ଅମିତ ଶାହା ଓଡିଶା ଗସ୍ତରେ ଆସିଥିଲେ ସେହି ଦିନଠାରୁ ୨୦୨୪ ପାଇଁ ବିଗୁଲ ବାଜି ସାରିଛି । ଆମେ ବିଜେପି ବିଚାରଧାରାକୁ ନେଇ ମୋଦିଙ୍କ ସଫଳତାକୁ ନେଇ ଲୋକଙ୍କ ପାଖରେ ପଂହଚାଇ ଜିତିବୁ।

କେନ୍ଦ୍ର ସରକାରଙ୍କ ଯୋଜନାର ଅର୍ଥ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଯାକ କରିବା ସହ ହଡପ କରୁଛନ୍ତି। ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଓଡିଶାର ଅଭିବୃଦ୍ଧି ହେଉନି। ରାଜ୍ଯ ସରକାରଙ୍କର ଏହିସବୁ ବିଫଳତା ନେଇ ଲୋକଙ୍କ ପାଖକୁ ଯିବ ବିଜେପି। ଓଡିଶାବାସୀଙ୍କ ପାଖରେ ବିଶ୍ୱାସ ଭାଜନ ହେବାକୁ ଦଳ ପ୍ରଚେଷ୍ଟା ଜାରି ରଖିବ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲଖ ମହାପାତ୍ର। ବିଜେପିକୁ ରାଜ୍ଯରେ ସୁଦୃଢ଼ କରିବା ପାଇଁ ପୁରୀରେ ଆଜିଠାରୁ ୧୫ ତାରିଖ ପର୍ଯ୍ଯନ୍ତ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଛି। ରାଜ୍ୟ ସଭାପତି ସମିର ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ପ୍ରଶିକ୍ଷଣ ଶିବିରର ଉଦ୍ଘାଟନ କରିଛନ୍ତି।

ପ୍ରଶିକ୍ଷଣ ଶିବିରରେ ଦଳୀୟ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦିଆଯାଉଛି । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଫଳତା ପରେ ଦଳକୁ ପୁନଃ ସଜାଡି ମିଶନ ୧୨୦+ ଲକ୍ଷ୍ୟ ନେଇ ବିଜେପି ଖସଡ଼ା ପ୍ରସ୍ତୁତ କରୁଛି। ଏହି ପ୍ରଶିକ୍ଷଣ ଶିବିରରେ ରାଷ୍ଟ୍ରୀୟ ସାଂଗଠନିକ ମହାମନ୍ତ୍ରୀ ଭି ଏଲ୍ ସନ୍ତୋଷ, ପୂର୍ବତନ ଓଡିଶା ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମିର ମହାନ୍ତି, ସାଂସଦ ସଂଗୀତା ସିଂଦେଓ, ସାଂସଦ ସୁରେଶ ପୂଜାରୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ , ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ସଂଗଠକ ମାନଙ୍କ କାନରେ ଫୁଙ୍କିବେ ଗୁରୁମନ୍ତ୍ର।
Published by:Soumyashree Mishra
First published: