ଚାନ୍ଦିପୁର PXE ପରିସରରୁ ATAGS ର ବ୍ୟାବହାରିକ ପରୀକ୍ଷଣ ହେଲା; ୧୫ ସେକେଣ୍ଡ ମଧ୍ୟରେ ୩ ରାଉଣ୍ଡ ଗୁଳା ବର୍ଷଣର ରହିଛି କ୍ଷମତା

ATGS ର (Advanced Towed Artillery Gun System) ଓଜନ ୧୮ ଟନ୍‌, ବାରେଲ ଲମ୍ବ ୬୯୭୫ ମିଲିମିଟର, ମୋଟେଇ ୧୫୫ ମିଲିମିଟର ଓ ଏହାର ଲକ୍ଷ୍ୟଭେଦ କ୍ଷ୍ୟମତା ୪୦ କିଲୋମିଟର ରହିଛି । ଏଥିରୁ ଶତ୍ରୁ ଉପରେ ମାତ୍ର ୧୫ ସେକେଣ୍ଡ ମଧ୍ୟରେ ୩ ରାଉଣ୍ଡ ଗୁଳା ବର୍ଷଣ କରାଯାଇ ପାରିବ ।

ଚାନ୍ଦିପୁର PXE ପରିସରରୁ ATAGS ର ବ୍ୟାବହାରିକ ପରୀକ୍ଷଣ ହେଲା; ୧୫ ସେକେଣ୍ଡ ମଧ୍ୟରେ ୩ ରାଉଣ୍ଡ ଗୁଳା ବର୍ଷଣର ରହିଛି କ୍ଷମତା
ଚାନ୍ଦିପୁର PXE ପରିସରରୁ ATAGS ର ସଫଳ ବ୍ୟାବହାରିକ ପରୀକ୍ଷଣ ହେଲା
  • News18 Odia
  • Last Updated: December 19, 2020, 6:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ବାଲେଶ୍ବର: ଚାନ୍ଦିପୁରରେ ଥିବା କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର PXE ପରିସରରୁ ଆଜି ସକାଳେ ATGS ର (Advanced Towed Artillery Gun System) ବ୍ୟବହାରିକ ପରୀକ୍ଷଣ କରାଯାଇଛି । ସମ୍ପୁର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ଡ଼ିଆରଡ଼ିଓ (DRDO) ଏହି ଗନ୍‌ ସିଷ୍ଟମ ATAGS କୁ ବିକଶିତ କରିଛି । ଏଥିରୁ ଶତ୍ରୁ ଉପରେ ମାତ୍ର ୧୫ ସେକେଣ୍ଡ ମଧ୍ୟରେ ୩ ରାଉଣ୍ଡ ଗୁଳା ବର୍ଷଣ କରାଯାଇ ପାରିବ । ATGS ର (Advanced Towed Artillery Gun System) ଓଜନ ୧୮ ଟନ୍‌, ବାରେଲ ଲମ୍ବ ୬୯୭୫ ମିଲିମିଟର, ମୋଟେଇ ୧୫୫ ମିଲିମିଟର ଓ ଏହାର ଲକ୍ଷ୍ୟଭେଦ କ୍ଷମତା ୪୦ କିଲୋମିଟର ରହିଛି । ବିଶ୍ବରେ ଏହି ଭଳି ଉନ୍ନତ ଓ ଅତ୍ୟାଧୁନିକ ମାରଣାସ୍ତ୍ର କେବଳ ଭାରତ ବିକଶିତ କରିବାରେ ସକ୍ଷମ ହୋଇଛି ।

ATGS (Advanced Towed Artillery Gun System) ୨୦୧୯ ମସିହାରୁ ସ୍ଥଳସେନାରେ ବ୍ୟବହାର କରାଯାଉଛି । ଏଥିରେ ବିଭିନ୍ନ ଦୀଗକୁ ବିକାଶ କରାଯାଇ ବାରମ୍ବାର ପରୀକ୍ଷା କରାଯାଉଛି । ପ୍ରତିରକ୍ଷା କ୍ଷେତ୍ରରେ ଏହି ଗନ୍‌ ସିଷ୍ଟମ ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇପାରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ୍ୟମାନେ ମତ ପ୍ରକାଶ କରିଛନ୍ତି ।

ତେବେ ଏହି ପରିକ୍ଷଣ ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିବା ବେଳେ ପରୀକ୍ଷଣ ସମୟରେ ବନ୍ଧୁକ ବ୍ୟାରେଲ ଫାଟିଯିବା ଯୋଗୁଁ ପରିକ୍ଷଣ ଅଟକି ଯାଇଥିଲା ବୋଲି ଜଣା ପଡ଼ିଛି ଓ ଏହାର କାରଣ ଜାଣିବା ପାଇଁ ଯାଞ୍ଚ ମଧ୍ୟ ଜାରି ରହିଛି । ଏସବୁ ଭିତରେ ଆଜିର ପରିକ୍ଷଣ ସଫଳତା ସହିତ ଶେଷ ହୋଇଛି ।

"ଏହାର ଲକ୍ଷ୍ୟ ଭେଦ କ୍ଷମତା ୪୦ କିଲୋମିଟର ରହିଛି । ଭାରତୀୟ ସେନା ଆଗାମୀ ଦିନରେ ପ୍ରାୟ ୮୦୦ରୁ ଅଧିକ ATAGS ଆବଶ୍ୟକ ବୋଲି ଦର୍ଶାଇଛି । ତେଣୁ ଏହାକୁ ବିକଶିତ କରିବା ସହିତ ଏଦିଗରେ ପରିକ୍ଷଣ କରାଯାଉଛି । ଏହାର ପ୍ରଥମେ ବ୍ୟବହାରିକ ପରିକ୍ଷଣ କରାଯାଇ ସେନାରେ ବ୍ୟବହାର ହେଉଛି । ପ୍ରତିରକ୍ଷା କ୍ଷେତ୍ରରେ ଏହି ଗନ୍ ସିଷ୍ଟମ ଏକ ମାଇଲ ଖୁଣ୍ଟ । ବିଶ୍ବରେ ଏହି ଭଳି ଉନ୍ନତ ଓ ଅତ୍ୟାଧୁନିକ ମାରଣାସ୍ତ୍ର କେବଳ ଭାରତ ବିକଶିତ କରିବାରେ ସକ୍ଷମ ହୋଇଛି," କହିଛନ୍ତି ATAGSର ପ୍ରକଳ୍ପ ନିର୍ଦ୍ଦେଶକ ଶୈଳେନ୍ଦ୍ର ଗଡ଼େ ।
Published by: Jagdish Barik
First published: December 19, 2020, 2:50 PM IST
corona virus btn
corona virus btn
Loading