ଦୁର୍ଘଟଣା ନେଇଗଲା ଜୀବନ; ଇଂଜିନିୟରିଂ କଲେଜରେ ନାମ ଲେଖାଇବାକୁ ଆସିଥିଲେ ଛାତ୍ର

ଗଜପତି ଜିଲ୍ଲାର ଜଣେ ଛାତ୍ର ବ୍ରହ୍ମଗିରିର ଏକ ଇଂଜିନିୟରିଂ କଲେଜରେ ନାମ ଲେଖାଇବାକୁ ଏକ ମୋଟର ସାଇକେଲରେ ଆସୁଥିବା ସମୟରେ ଘଟିଲା ଦୁର୍ଘଟଣା ।

ଦୁର୍ଘଟଣା ନେଇଗଲା ଜୀବନ; ଇଂଜିନିୟରିଂ କଲେଜରେ ନାମ ଲେଖାଇବାକୁ ଆସିଥିଲେ ଛାତ୍ର

ଦୁର୍ଘଟଣା ନେଇଗଲା ଜୀବନ; ଇଂଜିନିୟରିଂ କଲେଜରେ ନାମ ଲେଖାଇବାକୁ ଆସିଥିଲେ ଛାତ୍ର

  • Share this:
News 18 Odia Digital

ପୁରୀ; କ୍ୟାରିୟର ଆରମ୍ଭ ପୂର୍ବରୁ ଲିଭିଗଲା ଜୀବନ ଦୀପ । ଚୁରମାର ହୋଇଗଲା ଭବିଷ୍ୟତ । ସ୍ୱପ୍ନରେ ରହିଗଲା ସଭିଙ୍କ ଇଚ୍ଛା । ଏଭଳି ଦୁଃଖଦ ଘଟଣା ଘଟିଛି ବ୍ରହ୍ମଗିରି ବଜାର ରାସ୍ତାରେ । ଗଜପତି ଜିଲ୍ଲାର ଜଣେ ଛାତ୍ର ବ୍ରହ୍ମଗିରିର ଏକ ଇଂଜିନିୟରିଂ କଲେଜରେ ନାମ ଲେଖାଇବାକୁ ଏକ ମୋଟର ସାଇକେଲରେ ଆସୁଥିବା ସମୟରେ ଘଟିଲା ଦୁର୍ଘଟଣା । ଭାରସାମ୍ୟ ହରାଇ ଟ୍ରକ ପଛ ଚକାରେ ସାମ୍ନାରେ ପଡିଯାଇଥିଲେ ଛାତ୍ର ଜଣକ । ଫଳରେ ଘଟଣାସ୍ଥଳରେ ହିଁ ଛାତ୍ରଙ୍କର ପ୍ରାଣବାୟୁ ଉଡିଯାଇଥିଲା ।

ଦୁର୍ଘଟଣାଟି ଆଜି ପୂର୍ବାହ୍ନ ପ୍ରାୟ ସାଢେ ୯ ଟା ସମୟରେ ଘଟିଛି । ଗୋଟିଏ ମଟର ସାଇକେଲରେ ଦୁଇଜଣ ବଜାର ରାସ୍ତା ଅତିକ୍ରମ କରୁଥିବା ବେଳେ ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଏପରି ଦୁର୍ଘଟଣା ଘଟିବାରୁ ପଛରେ ବସିଥିବା ଛାତ୍ର ମୃତ୍ୟୁବରଣ କରିଛନ୍ତି । ମୃତ ଛାତ୍ର ହେଉଛନ୍ତି ଗଜପତି ଅଞ୍ଚଳର ଅଜୁ ଭୂୟାଁ । ପୋଲିସ ଛାତ୍ରଙ୍କର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ସଦର ହସ୍ପିଟାଲକୁ ପଠାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ମଧ୍ୟ ଜବତ କରାଯାଇଛି ।
Published by:Soubhagya Mishra
First published: