ବିଦ୍ୟାଳୟରେ ଛାତ୍ରୀଙ୍କୁ ଲାଗୁଛି ଭୂତ; ଗୁଣିଆ କରୁଛି ଝଡାଫୁଙ୍କା

ଗଞ୍ଜାମ ଜିଲ୍ଲା ଝାଡ଼ବନ୍ଧ ଗାଁରେ ଥିବା ଗରୁଡେଶର ସରକାରୀ ବିଦ୍ୟାଳୟ ପରିସରରେ ଛାତ୍ରୀଙ୍କୁ ଲାଗୁଛି ଭୂତ। ଭୟରେ ସ୍କୁଲ ଆସୁନାହାଁନ୍ତି ପିଲା।

ବିଦ୍ୟାଳୟ ପରିସରରେ ଗୁଣିଆ କରୁଛି ଝଡାଫୁଙ୍କା

ବିଦ୍ୟାଳୟ ପରିସରରେ ଗୁଣିଆ କରୁଛି ଝଡାଫୁଙ୍କା

  • Share this:
News 18 Odia Digital

ଗଞ୍ଜାମ: ବିଦ୍ୟାଳୟ ପରିସରରେ ପିଲାଙ୍କୁ ଲାଗୁଛି ଭୂତ। ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଝାଡ଼ବନ୍ଧ ଗାଁରେ ଥିବା ଗରୁଡେଶର ସରକାରୀ ବିଦ୍ୟାଳୟରେ।  ଅଜବ ଲାଗୁଥିଲେ ବି  ଘଟଣା ଟି ସତ। ଯାହାର ଭାଇରାଲ ହେବାରେ ଲାଗିଛି ଭିଡିଓ। ଯାହା ଚର୍ଚ୍ଚାର ବିଷୟ ପାଲିଟିଛି। ଗଲା କିଛି ଦିନ ହେବ ବିଦ୍ୟାଳୟର କିଛି ନିର୍ଦ୍ଧିଷ୍ଟ ଛାତ୍ରୀଙ୍କୁ ଭୂତ ଆସୁଥିବା ଭୟରେ ପୂରା ଆତଙ୍କିତ ହୋଇପଡ଼ିଛନ୍ତି ପୁରା ଗ୍ରାମବାସୀ। ଏମିତି କି  ଭୟରେ ପିଲା ଏବେ ବିଦ୍ୟାଳୟ ଆସୁନଥିବା ଜଣାପଡ଼ିଛି ।

ବିଦ୍ୟାଳୟରେ ଆଖପାଖ ଗ୍ରାମର ପ୍ରାୟ ୧୦୦ରୁ ଅଧିକ ନବମ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପାଠ ପଢ଼ିଥାନ୍ତି। କିନ୍ତୁ ଗଲା ୧୦ରୁ ୧୨ ଦିନ ହେବ ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚାନକ ଛାତ୍ରୀମାନେ ବେହୋସ ହେବା ସହ ଅଜବ ବ୍ୟବହାର କରୁଥିବାର ଦୃଶ୍ୟ ଏବେ ଭାଇରାଲ ହୋଇଥିବା ବେଳେ ଭୂତ ଭୟରେ ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସଂଖ୍ୟା କମିବାରେ ଲାଗିଛି।

ଅନ୍ୟପଟେ କିନ୍ତୁ ଲୋକେ ଗୁଣି ଗାରେଡିର ଆଶ୍ରୟ ନେଇ ଝଡ଼ାଫୁଙ୍କା କରୁଥିବାର ଭିଜ୍ୟୁଆଲ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଯାହା ଫଳରେ ଅଭିଭାବକମାନେ ବିଦ୍ୟାଳୟକୁ ଆଉ ପିଲାମାନଙ୍କୁ ପାଠ ପଢ଼ିବା ନିମନ୍ତେ ପଠାଉ ନଥିବାର ଜଣାପଡ଼ିଛି।

ତଥାପି ଘରକୁ ଘର ବୁଲି ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ଆସିବା ପାଇଁ କୁହାଯାଉଥିବା ବେଳେ କେହି ବି ଆସୁନଥିବା ହେତୁ ବାଧ୍ୟ ହୋଇ ବିଦ୍ୟାଳୟରେ ବସି ବସି ଫେରିବାକୁ ପଡୁଥିବାର କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ।
Published by:Sujit Swain
First published: