ଅସଦାଚରଣ ଅଭିଯୋଗ ଆଣିଲେ ଛାତ୍ରୀ; ଡାକ୍ତରଙ୍କ ଉପରେ ଲୋକଙ୍କ ରାଗ
- News18 Odia
- Last Updated :
- Mayurbhanj, India
News 18 Odia Digital
ମୟୁରଭଞ୍ଜ; ଜଣେ କାର୍ଯ୍ୟରତ ଡାକ୍ତର ରୋଗୀ ଦେଖିବା ଆଳରେ ଜଣେ ଛାତ୍ରୀଙ୍କୁ ଅସଦାଚାରଣ କରିଥିବାର ଅଭିଯୋଗ ଆସିଛି । ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲରେ ଏପରି ହୋଇଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ।
ଏକ ଆଦିବାସୀ ଅଞ୍ଚଳର ଜଣେ ଛାତ୍ରୀ ହଷ୍ଟେଲରେ ରହି ପାଠ ପଢୁଥିଲେ । ଛାତ୍ରୀ ଜଣଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରି ପରାମର୍ଶ ପାଇଁ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ଡାକ୍ତର ସୌରଭ ଉପାଧ୍ୟାୟ ଛାତ୍ରୀଙ୍କ ରୋଗ ବିଷୟରେ ଜାଣିବା ପରେ ରୋଗ ଦେଖିବା ଆଳରେ ଅସଦାଚାରଣ କରିଥିବା ଛାତ୍ରୀ କହିଛନ୍ତି । ଏପରି କି ପରିସ୍ଥିତି ସାମାନ୍ୟ ଉତ୍ତେଜନା ହେବାରୁ ଛାତ୍ରୀ ରହୁଥିବା ହଷ୍ଟେଲର କର୍ତ୍ତୁପକ୍ଷ ଏବଂ ତାଙ୍କ ପରିବାର ଲୋକ ଡାକ୍ତରଙ୍କୁ ତାଲା ପକାଇଦେଇଥିଲେ । କେବଳ ସେତିକି ନୁହେଁ ଡାକ୍ତର ଜଣକ ମଦ୍ୟପାନ କରୁଥିବାର ଅଭିଯୋଗ ମଧ୍ୟ ଆସିଛି ।
ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଟାଉନ ଥାନା ପୋଲିସ ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ । ଡାକ୍ତର ସୌରଭ ଉପାଧ୍ୟାୟ ଅସଦାଚାରଣ ଘଟଣାକୁ ସମ୍ପୁର୍ଣ୍ଣ ରୂପେ ଖଣ୍ଡନ ମଧ୍ୟ କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।