ପୁଣି ରାଜ୍ୟ କଂଗ୍ରେସକୁ ଶକ୍ତ ଝଟକା; କଂଗ୍ରେସ ଛାଡ଼ି ବିଜେପିରେ ମିଶିବେ କି ମହମ୍ମଦ ମୋକିମ

ପୂର୍ବରୁ ମୋକିମ ରାଷ୍ଟ୍ରପତି ନିର୍ବାଚନରେ ବିଜେପିର ପ୍ରାଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା । ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ମୋକିମଙ୍କ କଟକ ସ୍ଥିତ ବାସଭବନକୁ ଆସିବା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କଟକ ଗସ୍ତର ଦିନକ ପରେ କଂଗ୍ରେସ ନେତାଙ୍କ ଦଳ ଛାଡ଼ିବାକୁ ନେଇ ଚର୍ଚ୍ଚା ।

ପୁଣି ରାଜ୍ୟ କଂଗ୍ରେସକୁ ଶକ୍ତ ଝଟକା; କଂଗ୍ରେସ ଛାଡ଼ି ବିଜେପିରେ ମିଶିବେ କି ମହମ୍ମଦ ମୋକିମ

ପୁଣି ରାଜ୍ୟ କଂଗ୍ରେସକୁ ଶକ୍ତ ଝଟକା; କଂଗ୍ରେସ ଛାଡ଼ି ବିଜେପିରେ ମିଶିବେ କି ମହମ୍ମଦ ମୋକିମ

  • News18 Odia
  • Last Updated :
  • Cuttack
  • Share this:
News 18 Odia Digital

କଟକ; ପୁଣି ରାଜ୍ୟ କଂଗ୍ରେସକୁ ଶକ୍ତ ଝଟକା । ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଚାଲିଥିବା ଅନ୍ତକନ୍ଦଳ ଯୋଗୁଁ  ଆଜି ଏକା ସାଙ୍ଗରେ ୩୦ରୁ ଉର୍ଦ୍ଧ କଂଗ୍ରେସ ନେତା ତଥା କର୍ମୀ ଦଳ ଛାଡିଛନ୍ତି । ଚର୍ଚ୍ଚିତ ବିଷୟ ହେଉଛି ଦଳ ଛାଡ଼ିଥିବା ନେତାଙ୍କ ମଧ୍ୟରେ କଟକର ଦୁଇଜଣ ରାଜ୍ୟ ସ୍ତରୀୟ ନେତା ରହିଛନ୍ତି । ଉଭୟ କଂଗ୍ରେସ ନେତା ତଥା କଟକ ବାରବାଟିର ବିଧାୟକ ମହମ୍ମଦ ମୋକିମଙ୍କ ଅତି ଘନିଷ୍ଠ ।

ଦଳ ଛାଡ଼ିଥିବା ନେତା ଦୁଇଜଣ ହେଲେ, ପିସିସିର ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା ବିଶ୍ୱଜିତ ଦାସ ଓ ସମ୍ପାଦକ ନିକୁଞ୍ଚ ପଶାୟତ । ଉଭୟ ବିଶ୍ୱଜିତ ଓ ନିକୁଞ୍ଜ କଂଗ୍ରେସର ପୁରୁଣା ନେତା ହୋଇଥିଲେ ମଧ୍ୟ ମହମ୍ମଦ ମୋକିମଙ୍କ ଲବି ପାଇଁ ସେମାନଙ୍କୁ ପଦପଦବୀ ହାସଲ ହୋଇଥିଲା ବୋଲି ଆଲୋଚନା ହୁଏ । କେବଳ ଏହି ଦୁଇ ଜଣ ନୁହଁନ୍ତି । ମହମ୍ମଦ ମୋକିମ କାର୍ଯ୍ୟାଳୟରେ କାମ କରୁଥିବା ଏବଂ ତାଙ୍କର ଅତ୍ୟନ୍ତ ବିଶ୍ୱସ୍ତ କୁହାଯାଉଥିବା ରୌପରଞ୍ଜନ ମହାପାତ୍ର ମଧ୍ୟ କଂଗ୍ରେସ ଛାଡ଼ିଛନ୍ତି । କଟକରେ ଆୟୋଜିତ ପ୍ରତିଟି ଦଳିୟ କାର୍ଯ୍ୟକ୍ରମରେ ଏମାନେ ମହମ୍ମଦ ମୋକିମଙ୍କ ପାଖେ ପାଖେ ଥିବାର ଦେଖାଯାଉଥିଲା ।

ତେବେ ଏନେଇ ମହମ୍ମଦ ମୋକିମଙ୍କୁ ପଚରାଯିବାରୁ ସେ କୁହନ୍ତି କି " ସେମାନେ କାହିଁକି ଦଳ ଛାଡିଲେ ସେ ବିଷୟରେ ମୋତେ କିଛି କହିନାହାଁନ୍ତି । କିନ୍ତୁ ମୋତେ କହୁଥିଲେ ଯେ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବାରୁ ସେମାନେ ପିସିସି ସଭାପତିଙ୍କୁ ଦେଖା କରିବେ । ମୁଁ ଏବେ ଜାଣିବାକୁ ପାଇଲି ଯେ ଦଳ ଛାଡ଼ି ଦେଇଛନ୍ତି । ଦଳ ଏକ ଖରାପ ସମୟ ଦେଇ ଗତି କରୁଛି । ସେମାନେ ଦଳ ଛାଡ଼ିଲେ ଏହାର କୌଣସି ପ୍ରଭାବ ଦଳ ଉପରେ ପଡ଼ିବ ନାହିଁ କିନ୍ତୁ ସଂଗଠନ ଦୃବଳ ହେବ । ଦଳ ଛାଡ଼ିଥିବା ଲୋକଙ୍କ ସହ ମୁଁ ଆଲୋଚନା କରିବି" ।

ମହମ୍ମଦ ମୋକିମଙ୍କ ବାସଭବନରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ


ମହମ୍ମଦ ମୋକିମ ରାଷ୍ଟ୍ରପତି ନିର୍ବାଚନରେ ବିଜେପିର ପ୍ରାଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା, ଫଳସ୍ୱରୂପ ହାଇକମାଣ୍ଡ ତାଙ୍କ ଉପରେ ଖପା ହୋଇ କାରଣ ଦର୍ଶାଅ ନୋଟିସ ଜାରି କରିବା ଏବଂ ଏହାର କିଛି ଦିନ ପରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ମୋକିମଙ୍କ କଟକ ସ୍ଥିତ ବାସଭବନକୁ ଆସିବା (ରାଜ୍ୟପାଳ ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କହିଥିଲେ) ଏବଂ ପରିଶେଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କଟକ ଗସ୍ତର ଦିନକ ପରେ ଏତେ ସଂଖ୍ୟକ କଂଗ୍ରେସ ନେତା ତଥା ଦଳ ଛାଡିବା ଘଟଣା ରାଜନୈତିକ ସ୍ତରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଡକୁ ଇଙ୍ଗିତ କରୁଥିବା ଚର୍ଚ୍ଚା ହେଉଛି ।
Published by:Soubhagya Mishra
First published: