ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବିଦ୍ଯାଳୟଗୁଡ଼ିକର କୋଭିଡ଼ ସ୍ଥିତି ଯାଞ୍ଚ କରିବ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର; ସ୍ୱତନ୍ତ୍ର ଏସଓପି ଜାରି

ବିଦ୍ଯାଳୟଗୁଡ଼ିକର କୋଭିଡ଼ ସ୍ଥିତି ଯାଞ୍ଚ କରିବ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର; ସ୍ୱତନ୍ତ୍ର ଏସଓପି ଜାରି

ବିଦ୍ୟାଳୟରେ କୋଭିଡ଼ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗଠନ ହେଲା ରାଜ୍ୟ ସ୍ତରୀୟ ମନିଟରିଂ ସେଲ ବା କମାଣ୍ଡ କଣ୍ଟ୍ରୋଲ ସେଣ୍ଟର। ବିଦ୍ଯାଳୟଗୁଡିକ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ସ୍ଵତନ୍ତ୍ର ଏସଓପି ।

ବିଦ୍ଯାଳୟଗୁଡ଼ିକର କୋଭିଡ଼ ସ୍ଥିତି ଯାଞ୍ଚ କରିବ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର; ସ୍ୱତନ୍ତ୍ର ଏସଓପି ଜାରି
କୋଭିଡ଼ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗଠନ ହେଲା ରାଜ୍ୟ ସ୍ତରୀୟ ମନିଟରିଂ ସେଲ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 8, 2021, 7:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସ୍କୁଲରେ କରୋନା ପଶିବା ପରେ ସରକାରଙ୍କ ଚିନ୍ତା ବଢ଼ିଛି । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ବୁଧବାରଠାରୁ ଆରମ୍ଭ ହୋଇଛି ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା OSEPAର ମନିଟରିଂ। ବିଦ୍ୟାଳୟରେ କୋଭିଡ଼ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗଠନ ହେଲା ରାଜ୍ୟ ସ୍ତରୀୟ ମନିଟରିଂ ସେଲ ବା କମାଣ୍ଡ କଣ୍ଟ୍ରୋଲ ସେଣ୍ଟର। ବିଦ୍ଯାଳୟଗୁଡିକ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ସ୍ଵତନ୍ତ୍ର ଏସଓପି ।

ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ମନିଟରିଂ ସେଲ ବିଦ୍ଯାଳୟଗୁଡ଼ିକୁ ଫୋନ କରି ସ୍କୁଲ ପିଲାଙ୍କ ସ୍ଵାସ୍ଥ୍ୟାବସ୍ଥା ବାବଦରେ ଯାଞ୍ଚ କରୁଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ସଚେତନ କରୁଛନ୍ତି କି ନାହିଁ ? ପିଲା ମାନେ ସ୍କୁଲକୁ ମାସ୍କ ପିନ୍ଧି ଆସୁଛନ୍ତି କି ନାହିଁ ? ସାନିଟାଇଜେସନ ଓ ଥର୍ମାଲ ସ୍କ୍ରିନିଂ ହେଉଛି କି ନାହିଁ ? ସ୍କୁଲରେ କରୋନା ସଂକ୍ରମିତ ପିଲା କେତେ ଅଛନ୍ତି ? କୋଭିଡ ନିୟମ କେମିତି ପାଳନ ହେଉଛି ? ଏମିତି କୋଭିଡ଼ ସମ୍ୱନ୍ଧୀୟ ପ୍ରଶ୍ନ ପଚାରି ବୁଝୁଛନ୍ତି ମନିଟରିଂ ଟିମ । ଏହା ସହ ଯେଉଁ ସ୍କୁଲରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେଠାରେ ଉପଯୁକ୍ତ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ।

ଓସେପା ଯୁଗ୍ମ ନିର୍ଦ୍ଦେଶିକା ଆରତୀ ରାଉତ କହିଛନ୍ତି, "କୋଭିଡ଼ ଗାଇଡ ଲାଇନ ପାଳନ ହେଉଛି ନା ନାହିଁ ଓସେପା ମନଟରିଂ ଟିମ ପ୍ରତ୍ୟେକ ଦିନ ନିରୀକ୍ଷଣ କରୁଛନ୍ତି। ଆଜି ଠାରୁ ଡିଇଓ ମାନଙ୍କୁ କଲ ଯାଉଛି ଆଗକୁ ପ୍ରତ୍ୟେକ ସ୍କୁଲକୁ ଫୋନ କରାଯାଇ ସୂଚନା ଅଣାଯିବ। ସବୁ ସ୍କୁଲ ପିଇଟିମାନଙ୍କୁ ନୋଡ଼ାଲ ଅଧିକାରୀ ଭାବେ ନିଯୁକ୍ତ କରାଯିବ। ବିଆରସି, ସିଆରସିମାନେ ସ୍କୁଲ ପରିଦର୍ଶନ କରିବେ। ପ୍ରତ୍ୟେକ ଦିନ କଡ଼ାକଡ଼ି ନିରୀକ୍ଷଣ ହେବ। ବିଦ୍ଯାଳୟ ପ୍ରତ୍ଯେକ ଦିନର ତଥ୍ଯ ଜିଲ୍ଲା ପ୍ରଶାସନକୁ ଜଣାଇବେ। ଆଜିଠାରୁ ଡିଇଓମାନଙ୍କ ସହିତ ମନିଟରିଂ ଟିମ କଥା ହୋଇ ତଥ୍ୟ ସଂଗ୍ରହ କରୁଥିବା ବେଳେ ଆଗକୁ ସବୁ ସ୍କୁଲ ମାନଙ୍କ ସହିତ କଥାହେବେ"।
ଶିଶୁଙ୍କ ସଂକ୍ରମଣ ରୋକିବା ପାଇଁ ଉଭୟ ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଧ୍ୟାନ ଦେବାକୁ ପଡ଼ିବ ବୋଲି କହିଛନ୍ତି ଡିଏମଇଟି । ଡିଏମ ଇଟି ସିବିକେ ମହାନ୍ତି କହିଛନ୍ତି, "ଆଉ ଅଧିକ କିଛି ସଚେତନ ଦରକାର ନାହିଁ । କୋଭିଡ଼ ନିୟମ ସବୁ ପାଳନ କରିବାକୁ ହେବ । ଦ୍ବିତୀୟ ଲହରରେ ତୀବ୍ରତା ଅଧିକ ଥିଲା । ସେ ସମୟରେ ଯାହା ସବୁ ସଚେତନ କରାଯାଉଥିଲା ସେହି ସବୁ କରିବାକୁ ପଡ଼ିବ । ଯେଉଁ ଜିଲ୍ଲାରେ ସଂକ୍ରମଣ ବଢିବ ସେହି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି ।

"ପିଲାଙ୍କୁ କେମିତି ସଂକ୍ରମଣ ନହେବ ତାହାର ମୁଖ୍ୟ ଭୂମିକା ଅଭିଭାବକମାନଙ୍କର ରହିଛି। ପିଲା ସ୍କୁଲରେ କେମିତି ସୁରକ୍ଷିତ ରହିବେ ତାହା ଶିକ୍ଷକ ଓ କର୍ମଚାରୀଙ୍କର ଦାୟିତ୍ୱ । ଅଭିଭାବକମାନେ ସ୍କୁଲ କର୍ତ୍ତୃପକ୍ଷଙ୍କର ସହ କଥା ହୁଅନ୍ତୁ। ଓଡିଶାରେ ଆଠ ହଜାରରୁ ଅଧିକ ସ୍କୁଲ ଅଛି । ଯେଉଁଠି ପଜିଟିଭ୍ ବାହାରୁଛନ୍ତି ସେଠାରେ ପଦକ୍ଷେପ ନିଆଯାଉଛି । ପିଲାମାନଙ୍କ ସଂକ୍ରମଣ ପାଇଁ ମାନସିକ ସ୍ତରରେ ଟେନସନ ରହିବ । କିନ୍ତୁ ସଂକ୍ରମଣ ରୋକିବା ପାଇଁ କେମିତି ପଦକ୍ଷେପ ନିଆଯିବ ତାହା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ," କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ସ୍ଵାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର କହିଛନ୍ତି "ତୄତୀୟ ଲହର ଆସିବା ନେଇ କିଛି ସଙ୍କେତ ମିଳୁଛି। ଏହାର ବିଭିନ୍ନ କାରଣ ରହିଛି। ଆର ଭ୍ୟାଲୁ ବଢୁଛି ତେଣୁ କରୋନା ମାମଲା ବଢ଼ିବ। ପିଲାମାନେ କମ ପ୍ରଭାବିତ ହେବେ। କୋଭିଡ଼ ପଜିଟିଭ ବାହାରେ ବୁଲୁଛନ୍ତି କି ନାହିଁ ସେଥିପ୍ରତି ସଜାଗ ରହିବାକୁ ହେବ । କୋଭିଡ଼ ସଂକ୍ରମିତମାନେ ଘରେ ରୁହନ୍ତୁ ନଚେତ ସେମାନଙ୍କୁ ସରକାରୀ କ୍ବାରେଣ୍ଟାଇନରେ ରଖାଯାଉ। ଆଗକୁ ପୂଜା ଆସୁଥିବାରୁ ସତର୍କ ରହିବାକୁ ପଡ଼ିବ।"

ସେପ୍ଟେମ୍ବର ମାସ ୬ ତାରିଖ ଭିତରେ ଚିହ୍ନଟ ହୋଇଥିବା ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ୧୫.୯୮ ପ୍ରତିଶତ ହେଉଛନ୍ତି  ୧୮ ବର୍ଷରୁ କମ । ଯାହାକି ଅଗଷ୍ଟ ମାସରେ ୧୧.୯୦ ପ୍ରତିଶତ ଥିଲା । ୨୯ ଜଣ ଶିଶୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସାଧାରଣ ବେଡ଼ରେ ୨୪ ଜଣ ଓ ୫ ଜଣ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି ।
Published by: Soumya Das
First published: September 8, 2021, 7:17 PM IST