ରୁଚିକା ମୃତ୍ୟୁ ମାମଲା : ୩ ଛାତ୍ରୀଙ୍କୁ ଖୋଜି ବାହାର କରିବ ସ୍ୱତନ୍ତ୍ର ଟିମ

ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ କାରଣ ଖୋଜିବା ଆରମ୍ଭ କଲା ପୋଲିସ । ହଷ୍ଟେଲରେ ଥିବା ୧୩୪ ସିନିୟର ଛାତ୍ରୀ ଓ ୬୪ଜଣ ସହପାଠୀଙ୍କ ବୟାନ ରେକର୍ଡ କରିଛି ପୋଲିସ । ହେଲେ ତିନି ଛାତ୍ରୀଙ୍କ ଏଯାବତ ପରିଚୟ ମିଳି ପାରିନି ।

ରୁଚିକା ମହାନ୍ତି

ରୁଚିକା ମହାନ୍ତି

  • Share this:
News18 Odia Digital

ଭୁବନେଶ୍ୱର: ସିନିୟର ଛାତ୍ରୀଙ୍କ ରାଗିଂ ସହି ନ ପାରି ଆତ୍ମହତ୍ୟା କରିଥିବା ରୁଚିକା ମହାନ୍ତିଙ୍କ ସୁଇସାଇଡ଼ ନୋଟର ତିନି ଛାତ୍ରୀଙ୍କୁ ଖୋଜୁଛି ପୋଲିସ। ଏଥି ପାଇଁ ଗଠନ ହୋଇଛି ସ୍ଵତନ୍ତ୍ର ଟିମ । ଏହି ଟିମ ତିନୋଟି ଭାଗରେ ହଷ୍ଟେଲର ୱାର୍ଡ଼େନ ଓ  ୧୩୪ ଛାତ୍ରୀଙ୍କ ବୟାନ ରେକର୍ଡ଼ କରିଛନ୍ତି ।

ରୁଚିକା ସୁଇସାଇଡ଼ ସସପେନ୍ସକୁ ନେଇ ତଦନ୍ତ ଜୋର । ଗଠନ ହୋଇଛି ୩ଟି ସ୍ୱତନ୍ତ୍ର ଟିମ । ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ କାରଣ ଖୋଜିବା ଆରମ୍ଭ କରିଛି ପୋଲିସ । କିଏ ସେହି ତିନି ଛାତ୍ରୀ,  ରୁଚିକାଙ୍କୁ କରୁଥିଲେ ରାଗିଂ ? ରୁଚିକାକୁ କିଭଳି କରାଯାଉଥିଲା ରାଗିଂ ? କେବଳ ରୁଚିକା ନା ଆଉ କେହି ଛାତ୍ରୀ ମଧ୍ୟ ରାଗିଂର ଶିକାର ହୋଇଛନ୍ତି ? ସେମାନଙ୍କ ପରିଚୟ ପାଇଲାଣିକି ପୋଲିସ ?  ରାଗିଂ କଥା କଲେଜର ଆଣ୍ଟି ରାଗିଂ ସ୍କ୍ୱାର୍ଡ଼ ଆଣିଥିଲା କି ନାହିଁ ? ଯଦି ଜାଣିଥିଲା ତେବେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ?  ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆଜି ହଷ୍ଟେଲକୁ ଯାଇ ତଦନ୍ତ କରିଛି ଟିମ ।

"ଆମେ ହଷ୍ଟେଲରେ ଥିବା ୧୩୪ ସିନିୟର  ଛାତ୍ରୀ ଓ ୬୪ଜଣ ସହପାଠୀଙ୍କ ବୟାନ ରେକର୍ଡ଼ କରିଛୁ। ହଷ୍ଟେଲ ସୁପରିଟେଣ୍ଡେ ଓ ହଷ୍ଟେଲ ୱାର୍ଡ଼େନଙ୍କ ମଧ୍ୟ ବୟାନ ରେକର୍ଡ଼ ହୋଇଛି । ହେଲେ ତିନି ଛାତ୍ରୀଙ୍କ ଏଯାବତ ପରିଚୟ ମିଳି ପାରିନି। ସବୁଦିଗକୁ ନେଇ ପୋଲିସ ଏବେ ତଦନ୍ତ କରୁଛି। ଯେଉଁମାନଙ୍କ ବିରୁଦ୍ଧରେ ପ୍ରମାଣ ମିଳିବ ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ," କହିଛନ୍ତି ଭୁବନେଶ୍ୱର ଜୋନ-୪ ଏସିପି ପରେଶ ରାଉତ ।

ବିଜେବି କଲେଜ ରାଗିଂ ଘଟଣାର ଶିକାର ଛାତ୍ରୀକୁ ନ୍ୟାୟ ଦେବାକୁ ଦାବି କରିଛି ରାଗିଂ ଫ୍ରି କ୍ୟାମ୍ପସ ଅଭିଯାନ। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ହଷ୍ଟେଲଗୁଡ଼ିକରେ ବାରମ୍ବାର ଘଟି ଚାଲିଥିବା ରାଗିଂ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରିବା ସହ ତୁରନ୍ତ ଏକ ଉଚ୍ଚ ସ୍ତରୀୟ ସରକାରୀ ବୈଠକ ଡାକି ରାଗିଙ୍ଗ ବିରୋଧରେ ଶୂନ୍ୟ ସହନଶୀଳତା (Zero Tolerance to Ragging) ଘୋଷଣା କରିବା ଜରୁରୀ। ବର୍ତ୍ତମାନ ବିଧାନସଭା ଚାଲିଥିବାରୁ ଆସନ୍ତା ସୋମବାର ଦିନ ବିଧାନସଭା ଗୃହ କାର୍ଯ୍ୟ ଆରମ୍ଭ ହେଲେ ସମସ୍ତ ରାଜନୈତିକ ଦଳର ବିଧାୟକମାନେ ରାଜ୍ୟରେ ବଢ଼ି ଚାଲିଥିବା ରାଗିଙ୍ଗ ଜନିତ ମୃତ୍ୟୁ ଉପରେ ପ୍ରଥମେ ଆଲୋଚନା କରିବାକୁ ଦାବି ହୋଇଛି। କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ ସ୍ୱତନ୍ତ୍ର ରାଗିଂ ଆଇନ ଆଣିବାକୁ ଦାବି କରିଛନ୍ତି ରାଗିଂ ଫ୍ରି କ୍ୟାମ୍ପସ ଅଭିଯାନର ଆବାହକ। ଶିକ୍ଷାନୁଷ୍ଠାନ ଗୁଡ଼ିକରେ କେବଳ ନାମକୁ ମାତ୍ର Anti-Ragging Committee ରହିଛି। ତାକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି ଶିକ୍ଷାବିତ।
Published by:Soumya Das
First published: