ଛାତ୍ରଙ୍କ ଗଳାରୁ ଅସ୍ତ୍ରପ୍ରଚାର କରି ଜଭେଲିନ ବାହାର କଲେ ସ୍ୱତନ୍ତ୍ର ଡାକ୍ତରୀ ଦଳ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତର ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କ ପାଇଁ ମାଗଣା ଚିକିତ୍ସା ଘୋଷଣା କରିଛନ୍ତି ।

ଛାତ୍ରଙ୍କ ଗଳାରୁ ଅସ୍ତ୍ରପ୍ରଚାର କରି ଜଭେଲିନ ବାହାର କଲେ ସ୍ୱତନ୍ତ୍ର ଡାକ୍ତରୀ ଦଳ

ଛାତ୍ରଙ୍କ ଗଳାରୁ ଅସ୍ତ୍ରପ୍ରଚାର କରି ଜଭେଲିନ ବାହାର କଲେ ସ୍ୱତନ୍ତ୍ର ଡାକ୍ତରୀ ଦଳ

  • News18 Odia
  • Last Updated :
  • Balangir, India
  • Share this:
News 18 Odia Digital

ବଲାଙ୍ଗୀର; ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ବେଳେ ଅଘଟଣ ଘଟିଥିଲା । ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଚାଲିଥିବା ବେଳେ ସମସ୍ତେ ଉତ୍ସାହିତ ଥିଲେ । ଖୁସିରେ ପିଲାମାନେ ଚାରିପଟେ ଠିଆ ହୋଇ ଖେଳ ଦେଖୁଥିଲେ । ଠିକ୍ ସେହି ସମୟରେ ଜାଭେଲିନ ବା ବର୍ଚ୍ଛା ଜଣେ ଛାତ୍ରର ଗଳାରେ ପଶିଯାଇଥଲା । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସଫଳ ଅସ୍ତ୍ରୋପଚାର ପରେ ଜାଭେଲିନକୁ ବାହାର କରାଯାଇଥିବା ବେଳେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଛି । ସମସ୍ତେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି। ଛାତ୍ର ଜଣକ ନବମ ଶ୍ରେଣୀର ସଦାନନ୍ଦ ମେହେର ବୋଲି ଜଣାପଡିଛି । ବର୍ତ୍ତମାନ ତାଙ୍କୁ ଭୀମ ଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଓଡିଶାର ବଲାଙ୍ଗୀର ଜିଲ୍ଲାର ଆଗଲପୁର ପଞ୍ଚାୟତ ହାଇସ୍କୁଲରେ ଏକ କ୍ରୀଡା ଇଭେଣ୍ଟରେ ବେକରେ ଏକ ଜାଭେଲିନ ପଶି ଯାଇ ଗୁରୁତର ହୋଇଥିବା ଛାତ୍ରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗଣା ଚିକିତ୍ସା ଘୋଷଣା କରିଛନ୍ତି ।
ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ବାଳକକୁ ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ସିଏମ ନିର୍ଦ୍ଦେଶ ଦେଇଛନ୍ତି । ଚିକିତ୍ସା ପାଇଁ ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯିବ । ସିଏମ୍ ଓ ୫ଟି ସଚିବ ଭି.କେ ପାଣ୍ଡିଆନ୍ ନିଜେ ବଲାଙ୍ଗୀର କଲେକ୍ଟରଙ୍କ ସହ କଥା ହୋଇ ବାଳକଟିର ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ସମସ୍ତ ସହାୟତା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ବାର୍ଷିକ କ୍ରୀଡା କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଛାତ୍ରମାନେ ବିଭିନ୍ନ କ୍ରୀଡା ଅଭ୍ୟାସ କରୁଥିବାବେଳେ ଏହି ଅଘଟଣ ଘଟିଥିଲା । ୯ମ ଶ୍ରେଣୀ ଛାତ୍ର ସଦାନନ୍ଦ ମେହେରଙ୍କ ବେକରେ ଜାଭେଲିନ ପଶି ଯିବା ପରେ ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନିଆଯାଇଥିଲା । ଜାଭେଲିନ୍ ହଟାଇବା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କୁ ନିୟୋଜିତ କରାଯାଇଥିଲା । ତେବେ ପୀଡିତାଙ୍କ ପରିବାର ସଦସ୍ୟ ଏହି ଘଟଣା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ ।
Published by:Soubhagya Mishra
First published: