News18 Odia Digital
ଭୁବନେଶ୍ବର: ବୁଧବାର ରାଜ୍ୟ ସଂଗ୍ରାହଳୟରେ ଆନ୍ତର୍ଜାତୀୟ ସଂଗ୍ରାହଳୟ ଦିବସ ପାଳିତ ହୋଇଯାଇଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ ରକ୍ଷା ପାଇଁ ସଚେତନତା କାର୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିସହ ମକଡ୍ରିଲ ମାଧ୍ୟମରେ ଆମ ପ୍ରାଚୀନ କିର୍ତ୍ତୀସ୍ଥଳକୁ କିପରି ରକ୍ଷା କରାଯାଇପାରିବ ସେନେଇ ମଧ୍ୟ ଡେମୋ ଦେଖାଇଛି ଫାୟାର ବିଭାଗ।
ଦେଶ ମାତୃକାର ସେବା କରି ଜୀବନକୁ ବାଜି ଲଗାଇଥିବା, ଇଂରେଜମାନଙ୍କ ସହିତ ଲଢ଼ି ଲଢ଼ି ଜୀବନ ଦେଇଥିବା ସ୍ୱାଧୀନତା ସଂଗ୍ରାମରେ ସରର୍ଥୀ ଭୂମିକା ନିଭାଇ ନିଜକୁ ଜଳାଞ୍ଜଳି ଦେଇଥିବା ସେହି ବୀରମାନଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଗାଥା ଗାଇବ ଓଡ଼ିଶା ରାଜ୍ୟ ସଂଗ୍ରାହଳୟ ।
ଅଗଷ୍ଟରେ ସ୍ୱାଧାନୀତା ସଂଗ୍ରାମୀଙ୍କ ବଳିଦାନକୁ ନେଇ ଏକ ସ୍ୱତନ୍ତ୍ର ଗ୍ୟାଲେରୀ ଉଦଘାଟନ ହେବାକୁ ଯାଉଛି। ଯେଉଁଥିରେ ଘୁମୁସୁର ସଂଗ୍ରାମ, ଆଦୀବାସୀ ସଂଗ୍ରାମ, ଲବଣ ସତ୍ୟାଗ୍ରହ ସହ ବହୁ ସଂଗ୍ରାମୀଙ୍କ କାହାଣୀ ଫଟୋ ଚିତ୍ର ପ୍ରଦର୍ଶିତ ହେବ। ଏଥିସହ ପିଲାଙ୍କ ପାଇଁ କଣ୍ଢେଇ ସମ୍ଭାର ସାଙ୍ଗକୁ ମାଛ ପ୍ରେମୀଙ୍କ ପାଇଁ ଆକ୍ୱାରିୟମ୍ ଗ୍ୟାଲେରୀ ବେଶ୍ ଆକର୍ଷଣୀୟ ହେବ।
ସେହିପରି ସଂଗ୍ରାହଳୟ ପରିସରରେ ପଦ୍ମ ପୋଖରୀ ଆକର୍ଷଣକର କେନ୍ଦବିନ୍ଦୁ ପାଲଟିବ। ବର୍ତ୍ତମାନ ସଂଗ୍ରାହଳୟ ପରିସରରେ ବିଶାଳ ପ୍ରଦର୍ଶନୀ ପ୍ରେକ୍ଷାଳୟ ତିଆରି ଚାଲିଥିବା ବେଳେ ଏଥିରେ ରହିଛି ଓଡ଼ିଶାର ହସ୍ତତନ୍ତ, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ। ସଂଗ୍ରହାଳୟ ପରିସରରେ ୧୫ରୁ ଉର୍ଦ୍ଧ୍ବ ଗ୍ୟାଲେରୀ ରହିଥିବା ବେଳେ ଆଉ ୪ଟି ଗ୍ୟାଲେରୀର ନିର୍ମାଣ ହେବା ସଙ୍ଗେ ଖଣି ଓ ଭୂତତ୍ତ୍ୱ ଗ୍ୟାଲେରୀରୀ ନବୀକରଣ ସଂଗ୍ରାହଳୟକୁ ଏକ ନୂଆ ରୂପ ଦେବ।
୨୦୨୩ ସୁଦ୍ଧା ରାଜ୍ୟ ସଂଗ୍ରାହଳୟ ପର୍ଯ୍ୟଟକଙ୍କୁ ଆମୋଦିତ କରିବା ସହ ଏକ ପୂର୍ଣ୍ଣାଙ୍କ ଗ୍ୟାଲେରୀରେ ଓଡ଼ିଶା ରାଜ୍ୟ ସଂଗ୍ରାହଳୟକୁ ଦେଖିବେ ପର୍ଯ୍ୟଟକ। ନୂଆ ଗ୍ୟାଲେରୀର ନିର୍ମାଣ ନେଇ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ବେଳେ ଏହାର କାମ ଓ ପ୍ରାଥମିକ ପର୍ଯ୍ୟାୟରେ ରହିଛି ବୋଲି ରାଜ୍ୟ ସଂଗ୍ରାହଳୟ ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ସୂଚନା ଦେଇଛନ୍ତି। ଆନ୍ତର୍ଜାତୀୟ ସଂଗ୍ରାହଳୟ ଦିବସ ଅବସରରେ ସଂଗ୍ରାଳୟ ପରିସରରେ ପ୍ରାଚୀନ କିର୍ତ୍ତୀସ୍ଥଳକୁ କିପରି ରକ୍ଷା କରାଯାଇପାରିବ ସେ ନେଇ ଏକ ସଚେତନତା କାର୍ଯକ୍ରମ କରାଯାଇଥିଲା।
ଏହା ପରେ ଦୁଃସାହିସିକ ଦୃଶ୍ୟ ସମସ୍ତେ ଦେଖିଥିଲେ। ଯେଉଁଠି ପ୍ରଥମ ଥର ଲାଗି ପ୍ରାଚୀନ କିର୍ତ୍ତୀରାଜୀକୁ ସୁରକ୍ଷା ଦେବା ଲାଗି ଚାଲିଛି ବଡ଼ ପ୍ରସ୍ତୁତି। ନିଆଁ ଲାଗିଲେ କିଭଳି ଲିଭାଇ ହେବ ଓ ଯୁଦ୍ଧ କାଳୀନ ଭିତ୍ତିରେ ଲୋକଙ୍କୁ ବାହାରକୁ ନେଇ ହେବ ସେ ନେଇ ମୁକୁଳିବାର ବଡ଼ ପ୍ରୟାସ କରାଯାଇଛି।
ଏହି ସ୍ଥଳ ଗୁଡ଼ିକରେ ନିଆଁ ଲାଗିଗଲେ ଅବା କୌଣସି ଅଘଟଣ ଘଟିଲେ ପର୍ଯ୍ୟଟକ କିଭଳି ନିଜକୁ ସୁରକ୍ଷା ଦେବା ସହ ସଚେତନ ରହିବେ, ଅନ୍ୟକୁ ବଞ୍ଚେଇବା ପାଇଁ ସାମାନ୍ୟ ପ୍ରଚେଷ୍ଟା ସହ ସଙ୍ଗେ ସଙ୍ଗେ ଫାୟାର ବିଭାକୁ ସୂଚନା ଦେବେ ସେ ନେଇ ବିଭିନ୍ନ ଡେମୋ ମାଧ୍ୟମରେ କୁହାଯାଇଥିଲା। ଏହି ଅବସରରେ ବହୁ ପର୍ଯ୍ୟଟକ ରାଜ୍ୟ ସଂଗ୍ରାହଳୟ ବୁଲିବା ସହ ସଜାଗ ମଧ୍ୟ ହୋଇ ସାମିଲ ହୋଇଥିଲେ। ଆଗ ଦିନରେ ପର୍ଯ୍ୟଟକ ବେଶୀ ଅସିବେ ବୋଲି ଆଶାବାଦୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।