ରାଜଧାନୀରେ ମହିଳା ଇଞ୍ଜିନିୟରଙ୍କ ଆତ୍ମହତ୍ୟା; ଡାଏରୀ ଓ ମୋବାଇଲ ଜବତ

ରାଜଧାନୀରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଇଞ୍ଜିନିୟର ହେଉଛନ୍ତି ଶ୍ୱେତା ଉତ୍କଳ କୁମାରୀ। 

ରାଜଧାନୀରେ ମହିଳା ଇଞ୍ଜିନିୟରଙ୍କ ଆତ୍ମହତ୍ୟା (ପ୍ରତୀକାତ୍ମକ ଛବ)

ରାଜଧାନୀରେ ମହିଳା ଇଞ୍ଜିନିୟରଙ୍କ ଆତ୍ମହତ୍ୟା (ପ୍ରତୀକାତ୍ମକ ଛବ)

  • Share this:

News18 Odia Digital


 ଭୁବନେଶ୍ୱର: ରାଜଧାନୀରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଇଞ୍ଜିନିୟର ହେଉଛନ୍ତି ଶ୍ୱେତା ଉତ୍କଳ କୁମାରୀ। ଯୁବତୀଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ଶ୍ଵେତା ଶୈଳଶ୍ରୀବିହାର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ରହୁଥିଲେ। 



 ମୃତ ଶ୍ୱେତାଙ୍କ ଘର ଭଦ୍ରକରେ। ଭୁବନେଶ୍ୱର ଏକ ପ୍ରତିଷ୍ଠିତ କମ୍ପାନୀରେ ଶ୍ଵେତା ଚାକିରି କରୁଥିଲେ। ଗତ ଶୁକ୍ରବାର ବିଳମ୍ବିତ ରାତିରେ ଶ୍ୱେତା ରୁମ ଭିତରେ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି। ଘର ଭିତର ଫ୍ୟାନରେ ଶ୍ୱେତା ଆତ୍ମହତ୍ୟା କରିଛନ୍ତି। କିନ୍ତୁ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ଶ୍ୱେତା ତାହା ଜଣା ପଡିନି। ବର୍ତ୍ତମାନ ସୁଦ୍ଧା ଘର ଭିତରୁ ଶ୍ୱେତାଙ୍କ ଡାଏରୀ ମୋବାଇଲ ଜବତ କରିଛି ପୋଲିସ।

Published by:Soumya Das
First published: