ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»PM Kisan: ବଦଳିଲା ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାର ନିୟମ; ଜାଣିବା ନିହାତି ଜରୁରୀ

PM Kisan: ବଦଳିଲା ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାର ନିୟମ; ଜାଣିବା ନିହାତି ଜରୁରୀ

A rule is changed for PM Kisan registration; farmers must know this | ପି.ଏମ୍ କିସାନ୍ ଯୋଜନାର ପଞ୍ଜୀକରଣରେ ହେଉଥିବା ଜାଲିଆତିକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ନିୟମରେ ପରିବର୍ତ୍ତନ କରିଛନ୍ତି । ଏହା ଦ୍ୱାରା ଠକେଇ ରୋକିବ ଓ ପଞ୍ଜୀକରଣ ବି ଅଧିକ ସହଜ ହେବ ।

PM Kisan: ବଦଳିଲା ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାର ନିୟମ; ଜାଣିବା ନିହାତି ଜରୁରୀ
ପି.ଏମ୍. କିସାନ ଯୋଜନାରେ ହେଉଥିବା ଜାଲିଆତି ରୋକିବାକୁ ସରକାର ଚେଷ୍ଟା କରୁଛନ୍ତି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: December 1, 2021, 2:43 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସରକାର ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି (PM Kisan Samman Nidhi) ଯୋଜନାର କିଛି ନିୟମ ପରିବର୍ତ୍ତନ କରିଛନ୍ତି । ପି.ଏମ୍‌ କିସାନର (PM Kisan) ପଞ୍ଜୀକରଣରେ ଠକେଇକୁ ରୋକିବା ପାଇଁ ଏଣିକି ରେସନ୍‌ କାର୍ଡ଼ ବାଧ୍ୟତାମୂଳକ କରାଯାଇଛି ।

ରେସନ୍‌ କାର୍ଡ଼ ନମ୍ବର୍‌ ଆସିବା ପରେ ହିଁ ସ୍ୱାମୀ କିମ୍ବା ସ୍ତ୍ରୀ କିମ୍ବା ସେହି ପରିବାରର କୌଣସି ସଦସ୍ୟ ପି.ଏମ୍‌. କିସାନ୍‌ ସମ୍ମାନ ନିଧି ଯୋଜନାର (PM Kisan Samman Nidhi) ଲାଭ ପାଇପାରିବେ। ଏହି ଯୋଜନାର ନୂଆ ନିୟମ ଅନୁଯାୟୀ ଏଣିକି ପ୍ରତ୍ୟେକ ନୂଆ ପଞ୍ଜୀକରଣରେ ରେସନ କାର୍ଡ଼ ନମ୍ବର ଦେବା ବାଧ୍ୟତାମୂଳକ ହୋଇଛି । ଏହା ବ୍ୟତୀତ ଡକ୍ୟୁମେଣ୍ଟର ଏକ ସଫ୍ଟ କପି ତିଆରି କରି ପୋର୍ଟାଲରେ ବି ଅପଲୋଡ୍ କରିବାକୁ ପଡି଼ବ ।

ଏହା ବି ପଢ଼ନ୍ତୁ | ୱର୍କ୍ ଫ୍ରମ୍ ଅଫିସ୍ ଆରମ୍ଭ ହେଲେ ୧୨ ଘଣ୍ଟା କାମ କରିବାକୁ ପଡ଼ିବ; ୨୦୨୨ରୁ ଦରମା କମିବ, PF ବଢ଼ିବ

ଏଣିକି ଏହି ସବୁ ଡକ୍ୟୁମେଣ୍ଟଗୁଡି଼କ ଦେବାକୁ ପଡି଼ବ:

ଯଦି ଆପଣ ପ୍ରଥମ ଥର ପାଇଁ ପି.ଏମ୍‌. କିସାନ ଯୋଜନା ଅଧୀନରେ ପଞ୍ଜୀକୃତ ହେଉଛନ୍ତି, ତାହେଲେ ଆବେଦନକାରୀଙ୍କୁ ନିଜ ରେସନ୍‌ କାର୍ଡ଼ ନମ୍ବର ଅପଲୋଡ୍ କରିବାକୁ ପଡି଼ବ । ଏହା ବ୍ୟତୀତ ତା’ର ପି.ଡି.ଏଫ୍. ମଧ୍ୟ ଅପଲୋଡ୍ କରିବାକୁ ପଡି଼ବ । ଏବେ ଆଧାର କାର୍ଡ଼, ବ୍ୟାଙ୍କ୍‌ ପାସବୁକ୍ ଓ ଘୋଷଣା ପତ୍ରର ହାର୍ଡ଼ କପି ଦାଖଲ କରିବାର ଅନିବାର୍ଯ୍ୟତାକୁ ସମାପ୍ତ କରିଦିଆଯାଇଛି । ଏଣିକି ଆବେଦନକାରୀଙ୍କୁ ଡକ୍ୟୁମେଣ୍ଟଗୁଡିକର PDF ଫାଇଲ୍ ସୃଷ୍ଟି କରି ପୋର୍ଟାଲରେ ଅପଲୋଡ୍ କରିବାକୁ ପଡି଼ବ । ଏହା ଦ୍ୱାରା ପି.ଏମ୍‌. କିସାନ ଯୋଜନାରେ ହେଉଥିବା ଜାଲିଆତି କମିବ । ପୂର୍ବ ଅପେକ୍ଷା ପଞ୍ଜୀକରଣ ବି ଅଧିକ ସହଜ ହେବ ।

ଏହା ବି ପଢ଼ନ୍ତୁ | ଭଦ୍ରକରେ ପିଶାଚ ବାପାର ନାରକୀୟ କାଣ୍ଡ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଶିଶୁ କନ୍ୟାର ଯୌନାଙ୍ଗକୁ କାଟିଲା

ଏହି ତାରିଖରେ କିସ୍ତି ଆସିବ:

PM Kisan (PM Kisan Samman Nidhi Yojana) ଯୋଜନା ଅଧୀନରେ ଦଶମ କିସ୍ତି ରିଲିଜ୍‌ କରିବାକୁ ସରକାର ତାରିଖ ସ୍ଥିର କରିଛନ୍ତି । କିସ୍ତି ସ୍ଥାନାନ୍ତର କରିବା ପାଇଁ ସବୁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି । କୃଷକମାନେ ଏହି ଯୋଜନାରେ ଆଗୁଆ ପଞ୍ଜୀକୃତ ହେବା ଉଚିତ ଯାହା ଦ୍ୱାରା ସେମାନେ ଦଶମ କିସ୍ତିର ଲାଭ ଉଠାଇ ପାରିବେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୋବାଇଲ୍ଫୋନ୍ହେଲା କାଳ; ଗେମ୍ଖେଳିବାକୁ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର



କେନ୍ଦ୍ର ସରକାର ୧୫ ଡିସେମ୍ବର ୨୦୨୧ ସୁଦ୍ଧା ପ୍ରଧାନ ମନ୍ତ୍ର କିସାନ ସମ୍ମାନ ନିଧି ଯୋଜନାର ଦଶମ କିସ୍ତି ଜାରି କରିବାକୁ ଯୋଜନା କରୁଛନ୍ତି । ଗତ ବର୍ଷ ୨୫ ଡିସେମ୍ବର ୨୦୨୦ରେ ସରକାର ଚାଷୀଙ୍କୁ ଏହି ଯୋଜନାର କିସ୍ତି ଟଙ୍କା ହସ୍ତାନ୍ତର କରିଥିଲେ ।

ଏହା ବି ପଢ଼ନ୍ତୁ | ଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ପିଲାଟି, ତାବେକକୁ କାମୁଡ଼ି ଝାମ୍ପି ନେଇଗଲା ଚିତାବାଘ

ସରକାର କୃଷକମାନଙ୍କୁ ବାର୍ଷିକ ୬,୦୦୦ ଟଙ୍କା ଦିଅନ୍ତି:

ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ସାରା ଦେଶରେ କୋଟି କୋଟି କୃଷକ ବାର୍ଷିକ ଛଅ ହଜାର ଟଙ୍କା ପାଆନ୍ତି । ସରକାର ଏହି ପରିମାଣକୁ ଅନଲାଇନ୍‌ ମାଧ୍ୟମରେ କୃଷକମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ସ୍ଥାନାନ୍ତର କରୁଛନ୍ତି । ଯଦି ଆପଣ ବି ଜଣେ କୃଷକ କିନ୍ତୁ କୌଣସି କାରଣରୁ ଏହି ଯୋଜନାର ଲାଭ ଉଠାଇବାରେ ଏ ପର୍ଯ୍ୟନ୍ତ ଅକ୍ଷମ ହୋଇଛନ୍ତି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆପଣ ବି PM Kisan Samman Nidhi ଯୋଜନାରେ ନିଜ ନାମ ପଞ୍ଜୀକରଣ କରିପାରିବେ ଓ ସରକାରଙ୍କ ଯୋଜନାର ଲାଭ ଉଠାଇ ପାରିବେ ।
Published by: Anand S.T. Das
First published: October 25, 2021, 11:50 PM IST