ଝିଆରୀ ସହ ଦୁଷ୍କର୍ମ କଲା ବଡ଼ବାପା; କୋର୍ଟରେ ଚାଞ୍ଚଲ୍ୟକର ବୟାନ ଦେଲା ପୀଡ଼ିତା

ନାବାଳିକାଙ୍କୁ ଦୁଷ୍କର୍ମ କଲା ସଂପର୍କୀୟ ବଡ଼ବାପା। ପକସୋ କୋର୍ଟରେ ନାବାଳିକା ଦେଇଥିବା ଚାଞ୍ଚଲ୍ୟକର ବୟାନ ଆଧାରର ଅଭିଯୁକ୍ତକୁ ଗିରଫ କରିଛି ସଦର ଥାନା ପୋଲିସ।

ଝିଆରୀ ସହ ଦୁଷ୍କର୍ମ କଲା ବଡ଼ବାପା (ପ୍ରତୀକାତ୍ମକ ଛବି)

ଝିଆରୀ ସହ ଦୁଷ୍କର୍ମ କଲା ବଡ଼ବାପା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ନାବାଳିକାଙ୍କୁ ଦୁଷ୍କର୍ମ କଲା ସଂପର୍କୀୟ ବଡ଼ବାପା। ପକସୋ କୋର୍ଟରେ ନାବାଳିକା ଦେଇଥିବା ବୟାନ ଆଧାରର ଅଭିଯୁକ୍ତକୁ ଗିରଫ କରିଛି ସଦର ଥାନା ପୋଲିସ। ଅଭିଯୁକ୍ତର ନାମ ହେଉଛ ଭୁଜିଆ ଭୋଇ।

ଅଭିଯୁକ୍ତ ଜଣକ ଗତ ଦୁଇ ମାସ ମଧ୍ୟରେ ସମ୍ପୃକ୍ତ ନାବାଳିକାକୁ ଦୁଇଥର ଦୁଷ୍କର୍ମ କରିଥିବା ନେଇ କୋର୍ଟରେ ନାବାଳିକା ଜଣକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଏହା ବ୍ୟତୀତ ଅଭିଯୁକ୍ତ ଜଣକ ସେହି ଗାଁର ମଧ୍ୟ ଅନ୍ୟ ଜଣେ ନାବାଳିକା ପ୍ରତି ଅସଦାଚରଣ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ମାତ୍ର ସେହି ସମୟରେ ପୀଡ଼ିତାଙ୍କ ପରିବାର ଲୋକ ଲଜ୍ୟା ଭୟରେ ଥାନାରେ ଅଭିଯୋଗ କରି ନଥିବା ମଧ୍ୟ ପୋଲିସ ପକ୍ଷରୁ କୁହାଯାଇଛି ।

ଦୁଇ ଦିନ ତଳେ ସଦର ଥାନା ଅଞ୍ଚଳରେ ଥିବା ଏକ ଗାଁର ଜଣେ ନାବାଳିକାଙ୍କୁ ଦୁଷ୍ମର୍ମ ନେଇ ହେଇଥିଲା ଅଭିଯୋଗ ହୋଇଥିଲା । ପ୍ରଥମେ ସ୍ଥାନୀୟ ଏକ ଆଶ୍ରମର ଅନ୍ତେବାସୀଙ୍କ ଉପରେ ଗାଁ ଲୋକଙ୍କ ସନ୍ଦେହ ହୋଇଥିଲା । ହଜାର ହଜାର ସଂଖ୍ୟାରେ ଗାଁ ଲୋକମାନେ ଆଶ୍ରମକୁ ଘେରି ଯିବାରୁ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇଥିବା ସଦର ଥାନା ପୋଲିସକୁ ରାତି ତମାମ ହଟହଟା ହେବାକୁ ପଡ଼ିଥିଲା । ପରବର୍ତ୍ତୀ ସମୟରେ ଅଧିକ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ଜଣେ ସନ୍ଦିଗ୍ଧକୁ ପୋଲିସ ଥାନାକୁ ଆଣିଥିଲା ।

କିନ୍ତୁ ପୋଲିସର ତଦନ୍ତ ଓ ପୀଡ଼ିତା ନାବାଳିକା କୋର୍ଟରେ ଦେଇଥିବା ବୟାନରୁ ଦୁଷ୍କର୍ମକାରୀ ସମ୍ପର୍କୀୟ ବଡ଼ବାପା ବୋଲି ସ୍ପଷ୍ଟ ହୋଇଛି । ୫୦ ବର୍ଷ ବୟସ୍କ ଅଭିଯୁକ୍ତ ଭୁଜିଆ ଜଣେ କାଠ ମିସ୍ତ୍ରୀ ବୋଲି ଜଣା ପଡ଼ିଛି। ଉଭୟ ଅଭିଯୁକ୍ତ ଭୁଜିଆ ଓ ପିଡ଼ୀତାଙ୍କର ଡାକ୍ତରୀ ମାଇନା କରାଯାଇଛି ।

"ସିଆରପିସିର ଧାରା ୧୬୪ଅନୁଯାଇ କୋର୍ଟରେ ପୀଡ଼ିତା ଦେଇଥିବା ବୟାନ ଆଧାରରେ ଏହି ଘଟଣାର ଆମେ ଜଣେ ଅଭିଯୁକ୍ତକୁ ଗିରଫ କରିଛୁ । ଏଥିରେ ଯଦି ଅନ୍ୟ କାହାର ସମ୍ପୃକ୍ତି ରହିଥାଏ, ତେବେ ତାଙ୍କୁ ବି ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗହଣ କରାଯିବ," କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।
Published by:Soumya Das
First published: