ଚଳିତ ବର୍ଷ OJEE ପରୀକ୍ଷା ପାଇଁ ରେକର୍ଡ଼ ସଂଖ୍ୟକ ଆବେଦନ; ରାଜ୍ୟ ସହ ରାଜ୍ୟ ବାହାରେ ହେବ ପରୀକ୍ଷା

ଗତ ବର୍ଷ ମାତ୍ର ୮ ଟି ସହରରେ ପରୀକ୍ଷା କରାଯାଇଥିବା ବେଳେ ଚଳିତ ବର୍ଷ ରାଜ୍ୟରେ ୨୧ ଓ ରାଜ୍ୟ ବାହାରେ ହୋଇଛି ୩ ଓଜେଇଇ ପରୀକ୍ଷା କେନ୍ଦ୍ର କରାଯାଇଛି । କରୋନା ପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଓ ଏସ.ଓ.ପି ଜାରିହେବା ସହ ରାଜ୍ୟ ତଥା ରାଜ୍ୟ ବାହାରେ ପରୀକ୍ଷା କରାଯିବା ନେଇ ଓଜେଇଇ ପକ୍ଷରୁ ଜଣାଯାଇଛି

ଚଳିତ ବର୍ଷ OJEE ପରୀକ୍ଷା ପାଇଁ ରେକର୍ଡ଼ ସଂଖ୍ୟକ ଆବେଦନ; ରାଜ୍ୟ ସହ ରାଜ୍ୟ ବାହାରେ ହେବ ପରୀକ୍ଷା
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: August 16, 2020, 6:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ଚଳିତ ବର୍ଷ ଓଜେଇଇ (OJEE) ପରୀକ୍ଷା ଦେବେ ୭୨ହଜାରରୁ ଅଧିକ ଛାତ୍ରଛାତ୍ରୀ । କେବଳ ବିଟେକ୍ (B Tech) ପାଇଁ ଆବେଦନ କରିଛନ୍ତି ୧୧ହଜାରରୁ ଅଧିକ ଛାତ୍ରଛାତ୍ରୀ । ସେପ୍ଟେମ୍ବର୯ ରୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷା ପାଇଁ ଚଳିତବର୍ଷ ପ୍ରଥମଥର ପାଇଁ ମୋଟ ୨୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । କୋରୋନା ମହାମାରୀକୁ ଲକ୍ଷ୍ୟକରି ରାଜ୍ୟ ବାହାରେ କେନ୍ଦ୍ର କରିବା ସହ ଅଧିକ ସହରରେ କେନ୍ଦ୍ର କରାଯାଇଛି । କରୋନା ସମୟରେ ପ୍ରଫେସନାଲ କୋର୍ସ ପାଇଁ ଆଗ୍ରହ ପ୍ରକାଶ କରିଥିବା କହିଛନ୍ତି ଓଜେଇଇ ଅଧ୍ୟକ୍ଷ । ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ ପାଇଁ ଚାଲିଛି ପ୍ରସ୍ତୁତି ।

ଆସନ୍ତା ସେପ୍ଟେମ୍ବର୯ ତାରିଖରୁ ଓଜେଇଇ (OJEE) ପରକ୍ଷା ଆରମ୍ଭ ହେବ । ଏଥିପାଇଁ ଚଳିତ ବର୍ଷ ରେକର୍ଡ଼ ସଂଖ୍ୟକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଓଜେଇଇ ପାଇଁ ମୋଟ ୭୨,୮୦୦ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ କେବଳ ବିଟେକ ପାଇଁ ଆବେଦନ କରିଛନ୍ତି ୧୧,୭୦୦ଛାତ୍ରଛାତ୍ରୀ । ଗତବର୍ଷ ଉଭୟ ଓଜେଇଇ ଓ ସ୍ପେସିଆଲ ଜେଇଇ ପାଇଁ ୬୪ହଜାର ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ଏଥର କେବଳ ଓଜେଇଇ ପାଇଁ ୭୨ହଜାରରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । କରୋନା ସମୟରେ ଜେଇଇ ମେନ ପରୀକ୍ଷା ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ରାଜ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ଉପରେ ଛାତ୍ରଛାତ୍ରୀ ଭରସା କରିଛନ୍ତି ।

ପ୍ରତିବର୍ଷ ଜେଇଇ ମେନ ପରୀକ୍ଷାରେ ଖୁବ କମ୍ ପିଲା ରାଜ୍ୟରେ ଥିବା ଇଂଜିନିୟରିଂ କଲେଜରେ ନାମ ଲେଖାଉଥିବାବେଳେ ଏବର୍ଷ କେବଳ ବିଟେକ ପାଇଁ ୧୧ହଜାର ରୁ ଅଧିକ ପିଲା ଆବେଦନ କରିବା ଖୁବ ଖୁସିର କଥା,'' କହିଛନ୍ତି ଘରୋଇ ଇଂଜିନିୟରିଂ ଶିକ୍ଷାଅନୁଷ୍ଠାନ ସଙ୍ଘ ସଭାପତି ବିନୋଦ ଦାଶ । ଏହା ସହ ପିଲାମନେ କେମିତି ଭଲ କରିବେ ସେ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।

ବିଟେକ ଛାତ୍ରଛାତ୍ରୀଙ୍କ ପାଇଁ  OJEE ସହିତ ହେବ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ।


ଚଳିତବର୍ଷ ପ୍ରଥମ ଥର ପାଇଁ ସମ୍ପୂର୍ଣ କମ୍ପୁଟର ଭିତ୍ତିକ ବା ଅନଲାଇନ ମାଧ୍ୟମରେ ଓଜେଇଇ ପରୀକ୍ଷା ହେବ । ସେଥିପାଇଁ ଅଧିକ ସଂଖ୍ୟକ କେନ୍ଦ୍ର ମଧ୍ୟ କରାଯାଇଛି । ପ୍ରଥମ ଥର ପାଇଁ ରାଜ୍ୟ ବାହାରେ ହୋଇଛି କେନ୍ଦ୍ର । ମୋଟ ୨୪ଟି କେନ୍ଦ୍ର କରାଯାଇଥିବାବେଳେ ରାଜ୍ୟରେ ୨୧ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ର ହୋଇଛି । ରାଜ୍ୟ ବାହାରେ କୋଲକାତା, ପାଟଣା ଓ ରାଞ୍ଚି ରେ କରିଯାଇଛି ପରୀକ୍ଷା କେନ୍ଦ୍ର । ରାଜ୍ୟ ବାହାରୁ ଛାତ୍ରଛାତ୍ରୀ ନ ଆସି ସୁବିଧାରେ ନିଜ ରାଜ୍ୟ ଓ ଜିଲ୍ଲାରେ କିଭଳି ପରୀକ୍ଷା ଦେଇପାରିବେ ସେଥିପାଇଁ ବ୍ୟବସ୍ଥା ହୋଇଛି । ତେବେ ଚଳିତ ମାସ ଶେଷ ସୁଦ୍ଧା ଆଡ଼ମିଟ କାର୍ଡ଼ ଉପଲବ୍ଧ ହେବା ସହ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଓ ଏସ.ଓ.ପି ଜାରି କରାଯିବା ନେଇ ଓଜେଇଇ ପକ୍ଷରୁ ଜଣାଯାଇଛି ।

''କୋଭିଡ଼-୧୯ ଯୋଗୁଁ ଚଳିତ ଥର ଆବେଦନ କମିବା ନେଇ ଆଶା ଲାଗିରହିଥିଲା । କିନ୍ତୁ ଅଧିକ ଛାତ୍ରଛାତ୍ରି ପ୍ରଫେସନାଲ କୋର୍ସ ପ୍ରତି ଆଗ୍ରହ ଦେଖାଇଛନ୍ତି । ଯାହାକୁ ନେଇ ଏଥର ରେକର୍ଡ଼ ସଂଖ୍ୟକ ପିଲା ଆବେଦନ କରିଛନ୍ତି । ଯାହାକୁ ନେଇ ଆମେବି କେନ୍ଦ୍ର ବଢ଼ାଇବା ସହ ଏହି ପରିସ୍ଥିତିରେ କିଭଳି ସୁରକ୍ଷାର ସହ ପିଲା ପରୀକ୍ଷା ଦେଇପାରିବେ ସେ ବ୍ୟବସ୍ଥା ମଧ୍ୟ କରୁଛୁ,'' କହିଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ।
Published by: Jagdish Barik
First published: August 16, 2020, 6:56 PM IST
corona virus btn
corona virus btn
Loading