ଢେଙ୍କାନାଳରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ; ଗଛମୂଳେ ଜନ୍ମ ନେଲା ଶିଶୁ ପୁତ୍ର

ଢେଙ୍କାନାଳ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରସୂତି ପାଇଁ ଆସିଥିବା ମହିଳା କୌଣସି ଡାକ୍ତର ନଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଗଛ ମୁଳେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି ।

ଗଛମୂଳେ ପିଲା ଡନ୍ନ କଲେ ମହିଳା

ଗଛମୂଳେ ପିଲା ଡନ୍ନ କଲେ ମହିଳା

  • Share this:
News18 Odia Digital

ଢେଙ୍କାନାଳ: ଆଦିବାସୀ ଅଧୂଷିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଏବେ ବି ବିପର୍ଯ୍ୟସ୍ତ।ଢେଙ୍କାନାଳ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରସୂତି ପାଇଁ ଆସିଥିବା ମହିଳା କୌଣସି ଡାକ୍ତର ନଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଗଛ ମୁଳେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି ।

ଢେଙ୍କାନାଳ ଜିଲ୍ଲାର ଆଦିବାସୀ ଅଧୂଷିତ ଇଲାକାରେ ବିପର୍ଯ୍ୟୟ ସ୍ୱାସ୍ଥ୍ୟ ସେବା।ଯାହାର ଏକ ଜ୍ୱଳନ୍ତ ଉଦାହରଣ ପୁଣି ସାମ୍ନାକୁ ଆସିଛି। ପ୍ରସୂତି ପାଇଁ କଙ୍କଡ଼ାହାଡ଼ ବ୍ଲକର ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ଜଣେ ମହିଳା ମେଡିକାଲରେ ପ୍ରସୁତି କରିବା ବଦଳରେ ଗଛମୁଳେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଯାହା ଏବେ ପୁରା ଢେଙ୍କାନାଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗତ ଗୁରୁବାର ରାତି ୧୦ଟା ସମୟରେ କଙ୍କଡାହାଡ଼ ବ୍ଲକ ବିରାଶାଳ ପଞ୍ଚାୟତ ଅନ୍ତର୍ଗତ ରହଣୀ ଗାଁର ସନ୍ତୋଷ ନାୟକଙ୍କ ସ୍ତ୍ରୀ  ଦେବକୀ ନାୟକ ଗର୍ଭ ଯନ୍ତ୍ରଣା ହେବାରୁ ନିକଟସ୍ଥ ଆଶାଦିଦିଙ୍କ ସହାୟତାରେ ତାଙ୍କୁ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରସୁତିଙ୍କ ସ୍ୱାମୀ ଓ ସମ୍ପର୍କୀୟ ଆଣିଥିଲେ।। ମାତ୍ର ସେଠାରେ ପହଞ୍ଚିବା ବେଳକୁ କୌଣସି ଡାକ୍ତର କିମ୍ବା ଷ୍ଟାଫ ରହିବା ତ ଦୁରର କଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ଝୁଲୁଥିବା  ଦେଖିବାକୁ ମିଳିଥିଲା।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଥିବା ଡାକ୍ତର ଓ ଷ୍ଟାଫଙ୍କ ଦାୟିତ୍ବହୀନତା ପାଇଁ ଶେଷରେ ପ୍ରସୂତି ମହିଳା ଦେବକୀ ନାୟକ ମେଡ଼ିକାଲ ପରିସରରେ ଦୀର୍ଘ ଏକ ଘଣ୍ଟା ଧରି ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଶେଷରେ ମେଡ଼ିକାଲ ପରିସରରେ ଥିବା ଏକ ଗଛ ମୁଳେ ପିଲାକୁ ଜନ୍ମ ଦେଇଥିଲେ। ମିଳିଥିବା ସୁଚନା ଅନୁସାରେ ଉଭୟ ମା' ଓ ଜନ୍ମିତ ଶିଶୁପୁତ୍ର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡ଼ିଛି।

"ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଆଦିବାସୀ ଅଧୂଷିତ ଅଞ୍ଚଳରେ ଏବେ ବି କେତେ ବିପର୍ଯ୍ୟସ୍ତ ମେଡ଼ିକାଲ ସେବା ତାହା ଏଥିରୁ ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଛି। ଏହି ଘଟଣାର ପ୍ରକୃତ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରନ୍ତୁ," କହିଛନ୍ତି ପ୍ରସୂତିଙ୍କ ସ୍ୱାମୀ ସନ୍ତୋଷ ନାୟକ।

"ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିବା ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ସେଠାରେ ଦାୟିତ୍ୱରେ ଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଦାୟିତ୍ୱ ହୀନତାକୁ ଦାୟୀ କରିବା ସହିତ ଘଟଣାର ତଦନ୍ତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ," କହିଛନ୍ତି ସିଡିଏମଓ ଅଶୋକ କୁମାର ଦାସ।
Published by:Soumya Das
First published: