ଇରାକରୁ ଆସି ଓଡ଼ିଶାରେ ଭଲ ହେଲେ ଜଣେ ରୋଗୀ; ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର

ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର। ସୁସ୍ଥ ହେଲେ ଇରାକର ୬୫ ବର୍ଷୀୟ ରୋଗୀ। ସେଣ୍ଟ୍ରାଲ ସ୍କଲ ବେଶ ଅଷ୍ଟିଓ ମାଇଲିଟିସ ରୋଗରେ ପୀଡିତ ହୋଇ ଇରାକରୁ ସମ ହସ୍ପିଟାଲ ଆସିଥିଲେ।

ଇରାକରୁ ଆସି ଓଡ଼ିଶାରେ ଭଲ ହେଲେ ଜଣେ ରୋଗୀ

ଇରାକରୁ ଆସି ଓଡ଼ିଶାରେ ଭଲ ହେଲେ ଜଣେ ରୋଗୀ

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ବର: ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର। ସୁସ୍ଥ ହେଲେ ଇରାକର ୬୫ ବର୍ଷୀୟ ରୋଗୀ। ସେଣ୍ଟ୍ରାଲ ସ୍କଲ ବେଶ ଅଷ୍ଟିଓ ମାଇଲିଟିସ ରୋଗରେ ପୀଡିତ ହୋଇ ଇରାକରୁ ସମ୍ ହସ୍ପିଟାଲ ଆସିଥିଲେ। ସମ୍ ଅଲଟିମେଟ ହସ୍ପିଟାଲରେ ତାଙ୍କର ସଫଳ ଅସ୍ତ୍ରୋପଚାର ପରେ ଏବେ ସେ ସମ୍ପୂର୍ଣ୍ଣ ରୋଗ ମୁକ୍ତ ଓ ସୁସ୍ଥ ଥିବା ଜଣାପଡ଼ିଛି।

ଇରାକର ଅବଦୁଲ ଖଲିଦ ଇମରାନଙ୍କର ଗତ କିଛି ମାସ ହେବ କାନରୁ ପୂଜ ବାହାରିବା ସହ ମୁଣ୍ଡ ବିନ୍ଧା ହେଉଥିଲା। ଇରାକରେ ଯଦିଓ ରୋଗ ସମ୍ପର୍କରେ ଜଣା ପଡ଼ିଥିଲା କିନ୍ତୁ ଏହାର ଚିକତ୍ସା ସମ୍ଭବ ନଥିଲା। ପରେ ଏହାର ପ୍ରଭାବରେ ତାଙ୍କର ମୁହଁ ବଙ୍କା ସହ ଶୋଇବା କଷ୍ଟକର ହୋଇପଡ଼ିଥିଲା।

ପରେ ସମ୍ ହସ୍ପିଟାଲରେ ଏହାର ଚିକିତ୍ସା ଓ ଅସ୍ତ୍ରୋପଚାର ସମ୍ପର୍କରେ ଜାଣି ଓଡ଼ିଶା ନିଜ ପରିବାର ସହ ଆସିଥିଲେ ଅବଦୁଲ। ସମ୍ ଅଲଟିମେଟର ଇ.ଏନ. ଟି. ଓ ସ୍କଲ ବେଶ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ରାଧମାଧଵ ସାହୁଙ୍କ ତତ୍ୱାବଧାନରେ ଅଢ଼େଇ ଘଣ୍ଟା ଧରି ନୂଆ ଜ୍ଞାନ କୌଶଳ ଅବଲମ୍ବନ କରି ଅସ୍ତ୍ରୋପଚାର କରାଯାଇଥିଲା। ଆଡ଼ଭାନ୍ସ ଏଣ୍ଡୋସ୍କୋପି ଓ ମାଇକ୍ରୋସ୍କୋପି ଜରିଆରେ ଅପରେସନ କରାଯାଇଥିଲା।

ତେବେ ୬୫ ବର୍ଷ ବୟସ ଓ ମଧୁମେହରେ ଆକ୍ରାନ୍ତ ଯୋଗୁଁ ଡାକ୍ତରଙ୍କ ପାଇଁ ଏହା ଚାଲେଞ୍ଜ ଥିଲା। ହେଲେ ମଧ୍ୟ ଡାକ୍ତରୀ ଟିମ ଏଥିରେ ସଫଳ ହେବା ସହ ଶନିବାର ୬ ଦିନ ପରେ ତାଙ୍କୁ ଡାକ୍ତରଖାନାରୁ ଘରକୁ ଯିବାକୁ ଅନୁମତି ମିଳିଛି।

ତେବେ ଯୁଗ ବଦଳିବା ସହ ଆମ ଓଡ଼ିଶା ବଦଳିଛି। ଓଡ଼ିଶାରେ ମଧ୍ୟ ଉନ୍ନତ ମାନର ଚିକିତ୍ସା, ନୂଆ ଜ୍ଞାନ କୌଶଳକୁ ଆପଣେଇ କଠିନ ରୁ କଠିନ ରୋଗର ଉପଶମ ଓ ଅସ୍ତ୍ରୋପଚାର ହେଇପାରୁଛି। ଏବେ ଆନ୍ତର୍ଜାତୀୟ ସ୍ତରରୁ ରୋଗୀ ଓଡ଼ିଶା ଆସି ସୁସ୍ଥ ହେବା ନିଶ୍ଚିତ ପକ୍ଷେ ଓଡ଼ିଶା ପାଇଁ ଗର୍ବ ବୋଲି ଡାକ୍ତର ରାଧାମାଧବ ସାହୁ କହିଛନ୍ତି।
Published by:Lipina Das
First published: