News18 Odia Digital
ବାଲେଶ୍ୱର: ପାହାଡ଼, ବଣଜଙ୍ଗଲ ଘେରା ନୀଳଗିରିକୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ । ସାଂସଦ ପ୍ରତାପ ଷଡ଼ଙ୍ଗୀ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ଏସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।
ନୀଳଗିରି ଅଧିକାଂଶ ଅଞ୍ଚଳ ଦୁର୍ଗମ। ଯେଉଁଠିକୁ ଏବେ ବି ସରକାରୀ ସୁବିଧା ପହଞ୍ଚି ପାରିନି। ନୀଳଗିରି ଗୋପୀନାଥପୁରକୁ ପୂର୍ବରୁ ମାଲ୍ ପରିବହନ ପାଇଁ ରେଳପଥ ବିଛାଯାଇଥିଲେ ବି ଯାତ୍ରୀବାହୀ ଟ୍ରେନ୍ ଚାଲିବା ନେଇ ଦାବି ହେଉଥିଲା। ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନୀଳଗିରି ବିଧାୟକ ଥିବାବେଳେ ସଂପୃକ୍ତ ଅଞ୍ଚଳକୁ ଯାତ୍ରୀବାହୀ ଟ୍ରେନ୍ ଚଳାଇବା ପାଇଁ ବହୁଥର ଦାବି କରିଥିଲେ। କେନ୍ଦ୍ରମନ୍ତ୍ରୀ ହେବା ପରେ ସେ ତତ୍କାଳୀନ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ବାଲେଶ୍ବରରୁ ଗୋପୀନାଥପୁର ଯାଏ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ଦାବି କରିଥିଲେ। କିନ୍ତୁ ସେଥିରୁ କୌଣସି ସୁଫଳ ମିଳିନଥିଲା ।
MAHASHIVRATRI: ଆଜି ପବିତ୍ର ମହାଶିବରାତ୍ରୀ; ଚଳଚଞ୍ଚଳ ରାଜ୍ଯର ସବୁ ଶୈବପୀଠ୨୦୨୨ ମସିହା ଜାନୁଆରି ମାସ ୨ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଟ୍ରେନ୍ ଯୋଗେ ନୀଳଗିରି ଆସି ଗୋପୀନାଥପୁରରେ ରେଳଷ୍ଟେସନ ପାଇଁ ଶିଳାନ୍ୟାସ କରିଥିଲେ। ଏଥିପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ୪୮.୩୬ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ବର୍ଷେ ମଧ୍ୟରେ ୧୭ କିଲୋମିଟରର ରେଳପଥ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।