ପରିବାର ଦୁଃସ୍ଥିତି ସତ୍ତ୍ୱେ ରାଷ୍ଟ୍ରପତିଙ୍କ ପେଣ୍ଟିଂ ତିଆରି କରିଥିଲେ ଛାତ୍ରୀ; କହୁ କହୁ କାନ୍ଦି ପକାଇଲେ

ମୁଁ ଦେଇଥିବା ପେଣ୍ଟିଂ ରାଷ୍ଟ୍ରପତି ଭବନରେ ରହିବ। ଭାବିଲେ ଗର୍ବ ଲାଗୁଛି ବୋଲି କହୁ କହୁ କାନ୍ଦି ପକାଇଲେ ଛାତ୍ରୀ।

ରାଷ୍ଟ୍ରପତିଙ୍କ ପେଣ୍ଟିଂ ତିଆରି କରିଥିଲେ ଛାତ୍ରୀ

ରାଷ୍ଟ୍ରପତିଙ୍କ ପେଣ୍ଟିଂ ତିଆରି କରିଥିଲେ ଛାତ୍ରୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ନିଜ ବିଦ୍ୟାଳୟ ପରିଦର୍ଶନ ଯାଇଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଫଟୋ ଚିତ୍ର ପ୍ରଦାନ କରାଯାଇଥିଲା। ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି। ଫଟୋ ଚିତ୍ରଟି ଆଙ୍କିଥିବା ଛାତ୍ରୀ ଜଣଙ୍କ ଏନେଇ ଭାବ ବିହ୍ଵଳ ହୋଇପଡିଥିଲେ।

ଛାତ୍ରୀଙ୍କର କହିବାନୁଯାୟୀ, ତାଙ୍କ ଘରର ପରିସ୍ଥିତି ସ୍ଵଛଲ ନାହିଁ। ଘରେ ତାଙ୍କର ମାନସିକ ରୋଗରେ ପୀଡିତ ବାପା ଅଛନ୍ତି। ତାଙ୍କ ଭାଇଙ୍କର ବର୍ତ୍ତମାନ ହାତ ଭାଙ୍ଗି ଯାଇଛି। କିନ୍ତୁ ସେ ରାଷ୍ଟ୍ରପତିଙ୍କ ପେଣ୍ଟିଂ କରି ଥିବାରୁ ବେଶ ଗର୍ବ ଅନୁଭବ କରୁଛନ୍ତି ବୋଲି କହୁ କହୁ କାନ୍ଦି ପକାଇ ଥିଲେ। ମୋ ପରିସ୍ଥିତି ଏତେ ଖରାପ ଥିବା ସତ୍ତ୍ୱେ ଏହି ପେଣ୍ଟିଂଟି ରାଷ୍ଟ୍ରପତି ଭବନରେ ରହିବା ନେଇ ଜାଣିବା ପରେ ଅଧିକ ଖୁସି ହୋଇଯାଇଥିଲେ ବୋଲି ସେ କହିଛନ୍ତି।

ରାଷ୍ଟ୍ରପତିଙ୍କ ପେଣ୍ଟିଂ ତିଆରି କରିବା ପାଇଁ ବିଦ୍ୟାଳୟ ପକ୍ଷରୁ ଛାତ୍ରୀଙ୍କୁ ସୂଚନା ମିଳିଥିଲା। ବିଦ୍ୟାଳୟର ଘନଶ୍ୟାମ ଦିଦି ନାମକ ଜଣେ ଶିକ୍ଷୟିତ୍ରୀଙ୍କ ତତ୍ତ୍ଵାବଧାନରେ ସମ୍ପନ୍ନ ହୋଇଥିଲା।



ଛାତ୍ରଛାତ୍ରୀଙ୍କୁ ଉଦବୋଧନ ନୁହେଁ ବରଂ ତାଙ୍କ ସହ ମିଶି କିଛି ସମୟ କାଟିଥିଲେ ରାଷ୍ଟ୍ରପତି। ଛାତ୍ରୀମାନେ ତାଙ୍କୁ କିଛି ପ୍ରଶ୍ନବି ପଚାରିଥିଲେ। ଯାହାର ଉତ୍ତର ମଧ୍ୟ ସେ ଭଲ ଭାବେ ଦେଇଥିଲେ। ପିଲାମାନେ ନିଜ ନିଜର ପରିଚୟ ଦେଇଥିଲେ। ଆପଣ ଶିକ୍ଷୟିତ୍ରୀ ଥିଲେ ବର୍ତ୍ତମାନ ରାଷ୍ଟ୍ରପତି ହୋଇଛନ୍ତି, କେମିତି ଲାଗୁଛି ଆପଣଙ୍କୁ ପ୍ରଶ୍ନର ଖୁବ ଭଲ ଭାବେ ଉତ୍ତର ରଖିଥିଲେ ରାଷ୍ଟ୍ରପତି। ମୋତେ ବହୁତ ଭଲ ଲାଗୁଛି। ମୋର ପୁରୁଣା ସ୍ମୃତି ସବୁ ମନେ ପଡ଼ିଯାଉଛି ବୋଲି କହିଥିଲେ ମହାମହିମ। ଆମ ସହ ଯେତେ ସମୟ ଥିଲେ ସେହି ସ୍ମୃତିକୁ କେବେ ଭୁଲି ପାରିବୁନି ବୋଲି ଛାତ୍ରୀମାନେ ଖୁସିରେ ପ୍ରତିକ୍ରିୟା ରଖିଛନ୍ତି।

ଆଜି ରାଜଧାନୀ ଗସ୍ତ ସମୟରେ ରାଷ୍ଟ୍ରପତି ପ୍ରଥମେ ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ପରିଦର୍ଶନ କରିଥିଲେ। ସେଠାରେ ୧୨ ମିନିଟ୍ ରହି ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନ ପଢୁଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ଏହା ପରେ ସେଠାରୁ ବାହାରି ୟୁନିଟ୍-୨ ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ। ସେହି ସମୟରେ ତାଙ୍କୁ ଏକ ଫଟୋ ଚିତ୍ର ପ୍ରଦାନ କରାଯାଇଥିଲା।

ରାଷ୍ଟ୍ରପତି ୧୯୭୦ରୁ ୧୯୭୪ ମସିହାର ସମୟକୁ ମନେ ପକାଇଥିଲେ। ସହପାଠୀଙ୍କ ସହ କଥା ମଧ୍ୟ ହୋଇଥିଲେ। ୧୩ ଜଣ ସହପାଠୀଙ୍କୁ ଭେଟି ଆଲୋଚନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ସ୍କୁଲରେ ପହଞ୍ଚିବା ମାତ୍ରେ ପ୍ରଥମେ ଛାତ୍ରଛାତ୍ରୀ ଡ୍ରମ୍ ବଜାଇ ତାଙ୍କୁ ସ୍ୱାଗତ କରିଥିଲେ। ଏହା ପରେ ପିଲାମାନେ ସ୍ୱାଗତ ସଙ୍ଗୀତରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ।

ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଛାତ୍ରୀମାନେ ସଙ୍ଗୀତ ପରିବେଷଣ ସହ ସାନ୍ତାଳୀ ନୃତ୍ୟ ପରିବେଷଣ କରିଥିଲେ। ଯାହାକୁ ଦେଖି ଖୁସି ହୋଇ ରାଷ୍ଟ୍ରପତି ପିଲାଙ୍କ ସହ ଫଟୋ ଉଠାଇଥିଲେ। ହଷ୍ଟେଲରେ ଛାତ୍ରୀ ହୋଇ ରହୁଥିବା ସମୟରେ ଯେଉଁ ରେଜିଷ୍ଟ୍ରରରେ ତାଙ୍କର ହସ୍ତାକ୍ଷର ରହିଥିଲା ତାକୁ ଉପହାର ସ୍ୱରୂପ ଗଣଶିକ୍ଷା ବିଭାଗ ଓ ସ୍କୁଲ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଭେଟି ଦିଆଯାଇଥିଲା।
Published by:Soumya Das
First published: