ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୁରୀରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୁକୁ ଏନକାଉଣ୍ଟର କଲା ପୋଲିସ; ଅନ୍ୟ ଜଣେ ସହଯୋଗୀ ଗିରଫ

ପୁରୀରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୁକୁ ଏନକାଉଣ୍ଟର କଲା ପୋଲିସ; ଅନ୍ୟ ଜଣେ ସହଯୋଗୀ ଗିରଫ

ପୁରୀ ସହରକୁ ଅପରାଧମୁକ୍ତ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ସହରରେ ଆରମ୍ଭ ହୋଇଛି ମିଶନ କ୍ଲିନ ଦାଦାବଟି। ଦୀର୍ଘ ୨ ବର୍ଷ ପରେ ହୋଇଛି ପୁରୀରେ ହୋଇଛି ପ୍ରଥମ ଏନକାଉଣ୍ଟର।

ପୁରୀରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୁକୁ ଏନକାଉଣ୍ଟର କଲା ପୋଲିସ; ଅନ୍ୟ ଜଣେ ସହଯୋଗୀ ଗିରଫ
ବିଜୁକୁ ପୁରୀ ପୋଲିସ ଏନକାଉଣ୍ଚର କରିଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 22, 2021, 7:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ବୁଧବାର ଦିନ ଅର୍ଥାତ ୨୦ତାରିଖ ମଧ୍ୟରାତ୍ରରେ ପୁରୀ ବାସେଳିସାହି ଥାନା ଅଞ୍ଚଳର କୁଖ୍ୟାତ ଅପରାଧୀ ବିଜୁ ବେହେରା ଦାଦାବଟି ମାଗି ମହିଳାଙ୍କୁ ଗୁଳିମାଡ଼ ଓ ଦୁଇ ଜଣଙ୍କୁ ହାଣିବା ସହ ଆତଙ୍କ ସୃଷ୍ଟି କରିଥିଲା। ପୁଲିସ ପାଟ୍ରୋଲିଂ ଟିମ ବି ଧରିବାକୁ ଚେଷ୍ଟା କଲାବେଳେ ସେମାନଙ୍କୁ ଉପରକୁ ମଧ୍ୟ ଗୁଳିମାଡ଼ କରି ଫେରାର ହୋଇଯାଇଥିଲା। କିନ୍ତୁ ୧୭ ଘଣ୍ଟା ଭିତରେ ପୁରୀ ପୋଲିବ ତାକୁ ଏନକାଉଣ୍ଟର କରିଛି। ଆଉ ତା ସହଯୋଗୀ କାଲିଆ ମୁଦୁଲିକୁ ମଧ୍ୟ ଗିରଫ କରିଛି। ୨ବର୍ଷ ମଧ୍ୟରେ ପୁରୀରେ ଏହା ପ୍ରଥମ ଏନକାଉଣ୍ଟର।

"ବାସେଳିସାହି ଥାନା ଅଞ୍ଚଳରେ ଆଇଟିଆଇ କଲେଜ ପାଖରେ ଆମେ ଅପରାଧୀ ବିଜୁର ପରିବାରଠାରୁ ଜମି କିଣି ଘର କରି ରହିଛୁ। ହେଲେ ସବୁବେଳେ ବିଜୁ ଆସି ଆମକୁ ବଟି ମାଗୁଥିଲା। ବୁଧବାର ରାତିରେ ୧୧ ଟା ୪୫ରେ ଆମେ ଶୋଇବାକୁ ଯାଉଥିଲା ବେଳେ ଗେଟ ସମ୍ମୁଖରେ ପାଟିତୁଣ୍ଡ କରିବା ସହ ହାତରେ ଧରିଥିବା ଭୁଜାଲିରେ ଗେଟକୁ ବାଡେଇଥିଲା  । ମୋ ସ୍ୱାମୀ  ଜିତେନ୍ଦ୍ର କୁମାର ସାହୁ ପୁରୀ ଏସବିଆଇରେ ଡ୍ରାଇଭର କାର୍ଯ୍ୟ କରୁଛନ୍ତି  । ତେଣୁ ଆମେ ଘର କରିଛୁ ଆଉ ବଟି ଦେବାକୁ ପଡିବ ବୋଲି ବାରମ୍ବାର ଧମକାଉଥିଲା ବିଜୁ। ଆଉ ବୁଧବାର ରାତିରେ ଆମେ ତାକୁ ପାଟି କରିବାରୁ ସେ ଗେଟ ପଟେ ବନ୍ଧୁକ ପୁରାଇ ଫାୟାରିଂ କରିଥିଲା  । ଆଉ ମୋ ସ୍ୱାମୀଙ୍କୁ ରକ୍ଷା କରିବାକୁ ଯାଇ ପେଲିଦେବାରୁ ଗୁଳିଟି ମୋ ଡାହାଣପାର୍ଶ୍ୱ ନିତମ୍ବରେ ବାଜିଥିଲା  । ତା ପରେ ସେ ଫେରାର ହୋଇଯାଇଥିବା ବେଳେ ମୋତେ ପ୍ରଥମେ ପୁରୀ ମେଡିକାଲ ଓ ତା ପରେ କଟକ ସ୍ଥାନାନ୍ତର କରାଯାଇଥିଲା  । ଆଉ ମୁଁ ଏବେ ସୁସ୍ଥ ଥିବା ବେଳେ ଏଭଳି ଅପରାଧୀକୁ ପୁଲିସ ଫାଶୀ ଦେବା ଦରକାର,"କହିଛନ୍ତି ଜିତେନ୍ଦ୍ରଙ୍କ ଆହତ ପତ୍ନୀ ଶକୁନ୍ତଳା ସାହୁ।

ଆହତ ଶକୁନ୍ତଳା ସାହୁ (ପ୍ରତୀକାତ୍ମକ ଛବି)


"ଖାଲି ଶକୁନ୍ତଳା ନୁହେଁ ମାଟିତୋଟା ଅଞ୍ଚଳରେ ଥିବା ଅପରାଧୀ ବିଜୁର ମାଉସୀ ଟୁନି ବେହେରା ଓ ତାଙ୍କ ପୁଅ କାର୍ତ୍ତିକ ବେହେରାଙ୍କୁ ଘରେ ପଶି ଧମକାଇବା ସହ ସେଠି ମଧ୍ୟ ଫାୟାରିଂ କରିବା ସହ ସେମାନଙ୍କୁ ହାଣିଥିଲା  । ତେବେ ଏଥିରେ ମୋ ପୁଅ କାର୍ତ୍ତିକ ଗୁରୁତର ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ତାକୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମୁଁ ମଧ୍ୟ ଆହତ ହୋଇଥିଲି  । ପାରିବାରିକ ସମସ୍ୟା ଓ ଜମିଜମାକୁ କେନ୍ଦ୍ରକରି ମାଡ ମାରିଥିଲା ବିଜୁ  । ତେବେ ଫାୟାରିଂ ବେଳେ ସେ ନିଶାସକ୍ତ ଅବସ୍ଥାରେ ଥିବାରୁ ଲକ୍ଷ୍ୟଭ୍ରଷ୍ଟ ହେବାରୁ ଆମେ ବଂଚିଗଲୁ  । ହେଲେ ଏଠି ପୁଲିସ ପଂହଚିବା ବେଳେ ସେ ପୁଲିସକୁ ଗୁଳିମାଡ କରି ବିଜୁ ଓ ତା ସହଯୋଗୀ କାଳିଆ ମୁଦୁଲି ଫେରାର ହୋଇଯାଇଥିଲେ,"କହିଛନ୍ତି ଆହତ ବିଜୁର ମାଉସୀ ଟୁନି ବେହେରା।

ପୁରୀ ଏସପି କନୱର ବିଶାଳ ସିଂଙ୍କ ସୁଚନା ଅନୁଯାୟୀ ,"୨୦୦୭ ମସିହାରୁ ଅପରାଧ ଜଗତରେ ପାଦ ଦେଇଥିବା ବିଜୁ ନାଁରେ ୨୮ରୁ ଅଧିକ ମାମଲା ରହିଛି। ବାସେଳିସାହି , କୁମ୍ଭାରପଡା , ଟାଉନ ଓ ଚନ୍ଦନପୁର ଅଞ୍ଚଳରେରେ ଆତଙ୍କ ଚଳାଇଥିବା ବେଳେ ତାଁ ନାଁରେ ଏହିସବୁ ଥାନାରେ ମାମଲା ରହିଛି। ହେଲେ ମୋଷ୍ଟ ୱାଣ୍ଟେଡ ଥିବା ବେଳେ ଦୁଇ ବର୍ଷ ହେବ ପୁରୀରୁ ଫେରାର ହୋଇଯାଇଥିଲା  । ମାତ୍ର ବୁଧବାର ଦିନ ଘଟାଇଥିବା ଦୁଇଟି ଘଟଣା ପୁରୀ ପୁଲିସର ମୁଣ୍ଡ ବ୍ୟଥାର କାରଣ ପାଲଟି ଥିଲା। ତେଣୁ ସିଟି ଡିଏସପିଙ୍କ ନେତୃତ୍ୱରେ ୪ଟି ଟିମ ଗଠନ କରାଯାଇ ବିଜୁକୁ ଧରିବା ଯୋଜନା କରାଗଲା।

ବିଜୁର ସହଯୋଗୀ କାଳିଆ (ପ୍ରତୀକାତ୍ମକ ଛବି)


ଚନ୍ଦନପୁର ଗଙ୍ଗାନାରାୟଣରପୁର ମେଳଣ ପଡିଆରେ ପୁଲିସ ବିଜୁକୁ ପାଇବା ପରେ ତାକୁ ଆତ୍ମସମର୍ପଣ କରିବା ପାଇଁ କହିଥିଲା। ହେଲେ ବିଜୁ ପାଲଟା ପୁଲିସ ଉପରକୁ ୨ ରାଉଣ୍ଡ ଫାୟାରିଂ କରିଥିଲା  । ଏଥିରେ କୁମ୍ଭାରପଡା ପୁଲିସ ଏସଆଇ ଦିବ୍ୟରଂଜ ପଣ୍ଡା ଆହତ ହୋଇଥିଲେ। ତା ପରେ ତାକୁ ଏନକାଉଣ୍ଟର କରାଗଲା। ବିଜୁର ବାମ ଆଣ୍ଠୁ ତଳେ ଗୁଳି ବାଜିବା ପରେ ପୁଲିସ ତାକୁ ଧରି ପ୍ରଥମେ ଚନ୍ଦନପୁର ମେଡିକାଲ ତା ପରେ ପୁରୀ ଆଣି ଚିକିତ୍ସା କରିବା ପରେ କଟକ ପଠାଇ ଦିଆଯାଇଛି  । ତାର ସହଯୋଗୀ କାଳିଆ ମୁଦୁଲି ଫେରାର ହୋଇଥିବା ବେଳେ ଗତକାଲି ମଧ୍ୟ ରାତ୍ରରେ ତାକୁ ଗିରଫ କରିବା ସହ ସେମାନଙ୍କ ଠାରୁ ବନ୍ଧୁକ ,୩ଟି ଗୁଳି ଓ ବାଇକ ଜବତ କରାଯାଇଛି।
Published by: Soumya Das
First published: October 22, 2021, 7:31 PM IST