ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୈତିକ ପ୍ରସ୍ତୁତି।

ବ୍ରଜରାଜନଗର ଉପନିର୍ବାଚନ ପାଇଁ  ପ୍ରକାଶ ପାଇଲା ବିଜ୍ଞପ୍ତି (ପ୍ରତୀକାତ୍ମକ ଛବି)

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ  ପ୍ରକାଶ ପାଇଲା ବିଜ୍ଞପ୍ତି। ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ  ଆଜିଠାରୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ମେ’ ୧୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଚାହିଁଲେ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ।

କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୈତିକ ପ୍ରସ୍ତୁତି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ସେମାନଙ୍କ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୨୦୧୯ରେ ପ୍ରଥମ ଥର ପାଇଁ ବିଜେଡି ବ୍ରଜରାଜନଗର ଦଖଲ କରିଥିବା ବେଳେ ଉପନିର୍ବାନ ଜିତି ସିଟ ବଜାୟ ରଖିବାକୁ ବିଜେଡ଼ି ରଣନୀତି କରିଛି। ସବୁ ଉପନିର୍ବଚନ ପରି ଚଳିତ ନିର୍ବାଚନରେ ମଧ୍ୟ ତୃଣମୂଳ ସ୍ତରରେ ଯୋଜନା କରିଛି ଶାସକଦଳ।

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହଛନ୍ତି,"କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ବ୍ରଜରାଜନଗର ଆସନ ପାଇଁ ଉପନିର୍ବାଚନ ହେବା ନିଶ୍ଚିତ ଥିଲା । ସେହି ଅନୁସାରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ବିଜୁ ଜନତା ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଥାଏ । ମୁଁ ବ୍ରଜରାଜନଗର ପର୍ଯ୍ୟବେକ୍ଷକ ରହିଥିଲି ଓ ମନ୍ତ୍ରୀ ଭାବେ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ମୁଁ ରହିଛି । ସେଠାକାର ସଙ୍ଗଠନ ବେଶ ଭଲ ରହିଛି। ଆମେ ବହୁତ ଭଲ ପ୍ରଦର୍ଶନ କରିବୁ। ତେବେ ପ୍ରାର୍ଥୀ କିଏ ହେବ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ପ୍ରାର୍ଥୀଙ୍କୁ ନେଇ ଦଳରେ କୌଣସି ଦ୍ଵନ୍ଦ ନାହିଁ । ଯେମିତି ପ୍ରତ୍ୟେକ ଉପନିର୍ବାଚନରେ ଦଳ ତୃଣମୂଳ ସ୍ତରରୁ ରଣନୀତି ପ୍ରସ୍ତୁତ କରେ ଏଥର ମଧ୍ୟ ଆମେ ସେମିତି ରଣନୀତି ପ୍ରସ୍ତୁତ କରି ନିର୍ବାଚନ ଲଢ଼ିବୁ"।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହଛନ୍ତି,"ବ୍ରଜରାଜନଗର ଉପନିର୍ବାଚନ ପାର୍ଥି ଚୟନ ନେଇ ସମସ୍ତ ଆଲୋଚନା ଶେଷ ହୋଇଛି । ଦିନେ ଦୁଇ ଦିନ ଭିତରେ ପ୍ରଭାରୀ ଓ ସହ ପ୍ରଭାରୀ ଓଡ଼ିଶା ଆସିବେ । ଆମେ ସଂସଦୀୟ ବୋର୍ଡ଼କୁ ପଠାଯିବ ସେଠୁ ଯାହା ନିଷ୍ପତ୍ତି ଆସିବ ତାହା ଜଣାଇ ଦିଆଯିବ । ଯେଉଁ ଦୁଇ ତିନି ଜଣ ସମ୍ଭାବ୍ୟ ପ୍ରାଥି ତାଲିକାରେ ଉଭୟ ପୁରୁଷ ଓ ମହିଳା ରହିଛନ୍ତି । ତେଣୁ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ କିଏ ପ୍ରାଥି ହେବ । ସେଠାକାର ସାଂସଦଙ୍କ ନେତୃତ୍ୱରେ ଆମେ ଉପ ନିର୍ବାଚନ ଲଢ଼ିବୁ । ବିଜେଡ଼ି ଭିତରେ ଯେଉଁ ଆନ୍ତଃକନ୍ଦଳ ରହିଛି ତାହାର ଫାଇଦା ବିଜେପିକୁ ଯିବ"।

କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ କହଛନ୍ତି,"କଂଗ୍ରେସ ପୁରା ପ୍ରସ୍ତୁତ ଅଛି। ପୂର୍ବରୁ ପ୍ରାର୍ଥୀ ନେଇ ଦଳରେ ଆଲୋଚନା ହୋଇଥିଲା। ଆଗକୁ କିଭଳି ଦଳ ସେଠାରେ ଭଲ ପ୍ରଦର୍ଶନ କରିବ ସେ ନେଇ ଦଳର ନେତାମାନେ କାମ କରିବେ। ଆମେ ଫାଇଟ ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ୨୦୦୦ ମସିହା ପରେ ବିଜେଡ଼ି ପ୍ରଥମ ଥର ପାଇଁ ବ୍ରଜରାଜନଗର ସିଟ ହାତେଇବାକୁ ସକ୍ଷମ ହୋଇଛି"।
Published by:Soumya Das
First published: