ନବମ ଓ ଦଶମ ଶ୍ରେଣୀ ପିଲା ପଢ଼ିବେ ନୂଆ ପାଠ୍ୟକ୍ରମ

ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପାଠ୍ୟକ୍ରମରେ ନୂଆ ବିଷୟ ଯୋଡ଼ି ହୋଇଛି। ‘ଆସ୍‌ପିରେସନାଲ କମ୍ପାେନେଣ୍ଟ’ ନାମରେ ରହିଛି ଏହି ନୂଆ ବିଷୟ।

ନବମ ଶ୍ରେଣୀ ପିଲା ପଢ଼ିବେ ନୂଆ ପାଠ (ପ୍ରତୀକାତ୍ମକ ଛବି)

ନବମ ଶ୍ରେଣୀ ପିଲା ପଢ଼ିବେ ନୂଆ ପାଠ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପାଠ୍ୟକ୍ରମରେ ନୂଆ ବିଷୟ ଯୋଡ଼ି ହୋଇଛି। ନୂଆ ପାଠ୍ୟକ୍ରମ ନେଇ ସୋମବାର ସାମ୍ବାଦିକ ସମ୍ମିଳନୀରେ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ନବମ ଶ୍ରେଣୀରୁ ନୂଆ ବିଷୟ ଆରମ୍ଭ ହେବ। ଆସପିରେସନାଲ କମ୍ପୋନେଣ୍ଟ ନାମରେ ଏହି ନୂଆ ବିଷୟ ପଢ଼ିବେ ପିଲାମାନେ।

ଆସପିରେସନାଲ କମ୍ପୋନେଣ୍ଟରେ ୪ଟି ବିଭାଗ ରହିବ। ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ , କୋ-କରିକୁଲମ ଆକ୍ଟିଭିଟି , ବେସିକ ଆଇଟି ସ୍କିଲ ବିଭାଗ ରହିବ। ପ୍ରତ୍ୟେକ ବିଷୟରେ ୨୫ ଲେଖାଏଁ ମାର୍କ ରହିବ। ବର୍ଷକୁ ୪ ଥର ଦକ୍ଷତା ମପାଯିବ। ମାର୍କ ଅନୁସାରେ ଗ୍ରେଡ ବ୍ୟବସ୍ଥା ରହିବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି।

କରୋନା ସମୟରେ ପିଲାଙ୍କ ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିବା ବେଳେ ବର୍ତ୍ତମାନ ପିଲାଙ୍କର ବୌଦ୍ଧିକ ବିକାଶ ପାଇଁ ଏହି ପାଠ୍ୟକ୍ରମ ସାମିଲ କରାଯାଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
Published by:Soumya Das
First published: