ନବମ ଶ୍ରେଣୀ ଛାତ୍ର ରୋଜଗାର କରୁଛି କୋଟିଏ ଟଙ୍କା; ବାପାଙ୍କୁ ଉପହାର ଦେଲା ଦାମୀ କାର

ବାଲେଶ୍ୱର ଜିଲ୍ଲାର ନବମ ଶ୍ରେଣୀର ଛାତ୍ର ଆୟୁଷ୍ମାନ ଅନଲାଇନ ବ୍ଯବସାୟ କରି ହୋଇପାରିଛନ୍ତି କୋଟିପତି। ଆଗାମୀ କିଛି ବର୍ଷ ମଧ୍ୟରେ ୧୦୦ କୋଟି ଟଙ୍କାର ମାଲିକ ହେବାର ଆଶା ରଖିଛନ୍ତି ଆୟୁଷ୍ମାନ ।

ନବମ ଶ୍ରେଣୀର ଛାତ୍ର ରୋଜଗାର କରୁଛି କୋଟି କୋଟି ଟଙ୍କା (ପ୍ରତୀକାତ୍ମକ ଛବି)

ନବମ ଶ୍ରେଣୀର ଛାତ୍ର ରୋଜଗାର କରୁଛି କୋଟି କୋଟି ଟଙ୍କା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: ଯେଉଁ ବୟସରେ ବାପା ମାଆଙ୍କ ଉପରେ ନିର୍ଭର ହୋଇ ପିଲା ଆଗକୁ ବଢ଼ିବା ଶିଖନ୍ତି ସେଇ ବୟସରେ ଜଣେ ୧୪ ବର୍ଷୀୟ ବାଳକ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା। ବାଲେଶ୍ୱର ଜିଲ୍ଲାର ନବମ ଶ୍ରେଣୀର ଛାତ୍ର ଆୟୁଷ୍ମାନ ଅନଲାଇନ ବ୍ଯବସାୟ କରି ହୋଇପାରିଛନ୍ତି କୋଟିପତି।

ଶୁଣିଲେ ହୁଏତ କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ। କିଛି ହଜାର ଟଙ୍କା ରୋଜଗାର କରିବା ପାଇଁ ବେଶ ଉଚ୍ଚ ଶିକ୍ଷିତ ଲୋକେ ଦିନ ରାତି ପରିଶ୍ରମ କରି ସଫଳ ହୋଇପାରୁ ନାହାନ୍ତି। ହେଲେ ନବମ ଶ୍ରେଣୀରେ ପଢୁଥିବା ବାଲେଶ୍ଵରର ଛାତ୍ର ଆୟୁଷ୍ମାନ ପାଣିଗ୍ରାହୀ ନିଜ ବୁଦ୍ଧିର ଭରପୂର ସଦୁପଯୋଗ କରି ୧୧ ମାସରେ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି। ଅନ୍‌ଲାଇନ୍ ଟ୍ରଫିରେ ପ୍ରଥମଥର ପାଇଁ ପାଦ ଥାପି ସଫଳତା ସାଉଁଟିଥିବା ଆୟୁଷ୍ମାନ୍ ମ୍ୟାଜିକ କରି ଦେଖାଇଛନ୍ତି। କଠିନ ପରିଶ୍ରମ ଓ ବୁଦ୍ଧିର ଯେ ବିକଳ୍ପ ନାହିଁ ଏହାକୁ ସେ ପ୍ରମାଣିତ କରିଛନ୍ତି। ବାଲେଶ୍ଵର ଗୁଡ଼ିପଦା ଅଞ୍ଚଳର ରାମଚନ୍ଦ୍ର ମହାଳିକ ଓ ଜୟନ୍ତୀ ପାଣିଗ୍ରାହୀଙ୍କ ପୁଅ ଆୟୁଷ୍ମାନ ସେଣ୍ଟ ଥୋମାସ କନଭେଣ୍ଟ ସ୍କୁଲରେ ନବମ ଶ୍ରେଣୀର ଛାତ୍ର । ସ୍କୁଲରେ ନବମ ଶ୍ରେଣୀରେ ପଢୁଥିବା ଆୟୁଷ୍ମାନ ଜଣେ ମେଧାବୀ ଛାତ୍ର।

ବାପାଙ୍କୁ ଦାମୀ କାର ଉପହାର ଦେଇଛନ୍ତି ଆୟୁ୍ଷ୍ମାନ (ପ୍ରତୀକାତ୍ମକ ଛବି)


କରୋନା ସମୟରେ ଅନ୍‌ଲାଇନ୍ ଟ୍ରଫି ମାଧ୍ୟମରେ ରୋଜଗାର କରିହେବ ବୋଲି ଜାଣିବାକୁ ପାଇଥିଲେ  ଆୟୁଷ୍ମାନ । ପରେ ତାଙ୍କ ମନରେ ଅନିସନ୍ଧିସୁ ବଢ଼ିଥିଲା। ଏ ସଂକ୍ରାନ୍ତରେ ଇଣ୍ଟରନେଟ୍‌ରୁ କିଛି ଜ୍ଞାନ ଆହରଣ କରିବା ପରେ ଦୁବାଇସ୍ଥିତ ସୁବାଡ଼େନ ଇ-କମର୍ସକଂପାନି କ୍ରାଉନ୍ -୧ ମାଧ୍ୟମରେ  ଗତବର୍ଷ ଡିସେମ୍ବର କରିଥିଲେ ସେ ଇ ଟ୍ରଫି  ଆରମ୍ଭ କରିଥିଲେ। ଡିସେମ୍ବର ମାସରେ ବ୍ୟବସାୟରେ ପାଦ ଥାପି ମାତ୍ର ୧୧ ମାସ ମଧ୍ୟରେ କୋଟି ପତି ହପିଯାଇଛନ୍ତି । ଏଥିପାଇଁ ମାତ୍ର ୯ ହଜାର ଟଙ୍କା ବିନିଯୋଗ କରିଥିବା ଆୟୁଷ୍ଠାନ  ୧୧ ମାସରେ କୋଟିଏ ଟଙ୍କା ରୋଜଗାର କରିଛନ୍ତି।

"ମୁଁ ଯେତେବେଳେ ସଙ୍ଗୀତ ପରିବେଷଣ କରୁଥିଲି ସେହି ସମୟରେ ଏହା ସମ୍ପର୍କରେ ଜାଣିବାକୁ ପାଇଲି । ୯ ହଜାର ଟଙ୍କା ପ୍ରଥମେ ନିବେଶ କରି ୨୦୨୦ ଡିସେମ୍ବରରେ ଅନ ଲାଇନରେ ଟ୍ରଫି ଆରମ୍ଭ କରି ଏବେ ଭଲ ଦୁଇ ପଇସା ରୋଜଗାର କରିପାରୁଛି । ମୋର ଲକ୍ଷ୍ୟ ରହିଛି ଜଣେ ବଡ଼ ବ୍ୟବସାୟୀ ହେବା ସହିତ ଆଗାମୀ କିଛି ବର୍ଷ ମଧ୍ୟରେ ୧୦୦ କୋଟି ଟଙ୍କାର ମାଲିକ ହେବି, " କହିଛନ୍ତି ନବମ ଶ୍ରେଣୀରେ ପଢ଼ୁଥିବା ଆୟୁଷ୍ମାନ।

ସବୁଠାରୁ ବଡ଼ କଥା ହେଉଛି ଆୟୁଷ୍ମାନଙ୍କ ମାଧ୍ୟମରେ ଓଡ଼ିଶା ସମେତ ବାହାର ରାଜ୍ୟର ୪ ହଜାର୫୦୦ ଯୁବ ଗୋଷ୍ଠୀ ଏହି ନେଟ୍ ବ୍ୟବସାୟରେ ଯୋଡ଼ି ହୋଇଛନ୍ତି। ଭବିଷ୍ୟତରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହେବାକୁ ଲକ୍ଷ୍ୟ ରଖିଥିବା ଆୟୁଷ୍ମାନ ନିଜ ରୋଜଗାର ଅର୍ଥରୁ ଦୁଇଟି ଦାମୀ ଏସ୍‌ୟୁଭି କାର୍ କିଣି ବାପା, ମାଙ୍କୁ ଉପହାର ଦେଇଛନ୍ତି। ଖାଲି ସେତିକି ନୁହେଁ ୨୦୨୫ ସୁଦ୍ଧା ୧୦୦ କୋଟି ଟଙ୍କା ରୋଜଗାର କରିହେବ ସେନେଇ ମଧ୍ୟ ଲକ୍ଷ୍ୟ ରଖି ବିଜିନେସ ବୃଦ୍ଧି କରୁଥିବା ବେଳେ ଏନେଇ ପରିବାର ମଧ୍ୟ ପୁରା ସମର୍ଥନ ଦେଇଛି।

ମାଙ୍କ ସହ ଆୟୁଷ୍ମାନ (ପ୍ରତାକାତ୍ମକ ଛବି)


"ଆମେ ପୁଅକୁ ସମ୍ପୂର୍ଣ୍ଣ ସ୍ୱାଧୀନ ଦେଇଛୁ । ପାଠ ପଢ଼ା ସହିତ ଏଭଳି କରିବା ଦ୍ୱାରା କୌଣସି ପ୍ରକାର ପାଠ ପଢ଼ାରେ ପୁଅର ପ୍ରଭାବ ପଡୁନାହିଁ , ବରଂ ତାର ଅଧିକ ଦାୟିତ୍ୱବୋଧତା ବଢିଯାଇଛି," କହିଛନ୍ତି ଆୟୁଷ୍ମାନଙ୍କ ମା' ଜୟନ୍ତୀ ପାଣିଗ୍ରାହୀ।

ନବମ ଶ୍ରେଣୀର ଛାତ୍ର ପାଠ ପଢ଼ିବା ସହିତ କୋଟିପତି ହେବା ନିଶ୍ଚୟ କେବଳ ଛୋଟ ଛୋଟ ପିଲା ନୁହେଁ ବରଂ ଯୁବକ ମାନଙ୍କ ପାଇଁ ପ୍ରେରଣାଦାୟୀ ହେବ।
Published by:Soumya Das
First published: